Home ଅପରାଧ କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!

2218

ନୂଆଦିଲ୍ଲୀ: କଥା କଥାକେ ଯୁଦ୍ଧ ଏବଂ ଭାରତକୁ ପରମାଣୁ ବୋମାର ଧମକ ଦେଉଥିବା କାଙ୍ଗାଳ ପାକିସ୍ଥାନ ଏବେ କୁକୁର ବିକିବ।ତାହା ପୁଣି ବୁଲା କୁକୁର।ବିକିବ ତାର ମିତ୍ର ଦେଶ ଚୀନକୁ।ଚୀନ ଲୋକ କୁକୁର ମାଂସ ଖାଆନ୍ତି।ତେଣୁ ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ଥାନ ରାସ୍ତାରେ ବୁଲୁଥିବା ବୁଲା କୁକୁରଙ୍କୁ ବିକିବା ସ୍ଥିତିରେ ଆସି ପହଁଚିଲାଣି।

ପାକିସ୍ଥାନର ସିନ୍ଧ ପ୍ରଦେଶ ବିଧାନସଭାରେ ସ୍ପିକର ଆଗା ସିରାଜ ଦୁରାନୀ ଏପରି ପ୍ରସ୍ତାବ ଆଗତ କରିଛନ୍ତି।ଚୀନ ସମେତ ଫିଲିପାଇନ୍ସକୁ ବୁଲା କୁକୁର ରପ୍ତାନୀ କରିବାକୁ ପ୍ରସ୍ତାବ ରଖାଯାଇଛି।ଏହି ସୁପାରିସ ପାକିସ୍ଥାନ ତହରିକ-ଏ-ଇନ୍ସାଫ ବିଧାୟକ ଡା: ସୀମା ଜିୟାଙ୍କ ଦ୍ଵାରା ଆଗତ କରାଯାଇଥିଲା।ଯାହାକୁ ସରକାର ଏବଂ ବିପକ୍ଷ ସଦସ୍ୟ ମାନଙ୍କ ଦ୍ୱାରା ଅନୁମୋଦିତ କରାଯାଇଥିଲା।ପାକିସ୍ଥାନରେ ଅହେତୁକ ଭାବରେ ବଂଶ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ପ୍ରଜନନ ହ୍ରାସ କରିବା ପାଇଁ ବନ୍ଧ୍ୟାକରଣ ଟୀକା ଦିଆଯିବା ନିଷ୍ପତି ନିଆଯାଇଥିଲା।କିନ୍ତୁ ଟୀକାର ଅଭାବ ଦେଖାଦେଲା।ପାକିସ୍ଥାନରେ ଅନେକ ସମୟରେ ଅତ୍ୟନ୍ତ ନିଷ୍ଠୁର ଭାବରେ ଶହ ଶହ ବୁଲା କୁକରଙ୍କୁ ସାମୁହିକ ହତ୍ୟା କରା ଯାଇଥାଏ।କାରଣ ଏଠାରେ ପଶୁ ନିଷ୍ଠୁରତା ଆଇନ ବୋଲି କିଛି ନାହିଁ।ପାକିସ୍ଥାନ ଅଧିକାରୀ ରିପୋର୍ଟ ଅନୁଯାୟୀ କେବଳ କରାଚୀ ସହରରେ ପାଖାପାଖି ଏକ ଲକ୍ଷ ବୁଲା କୁକୁର ଅଛନ୍ତି।// ଦେବଦତ୍ତ ରଥ

ଭିକାରୀ ନାଁ ଉବେର ଡ୍ରାଇଭର ଇମ୍ରାନ୍ ଖାନ୍ ?

ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.