ad
ଓଡ଼ିଶା

ପୁରୀ ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ନିଧନ

ପୁରୀ ୨୦-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କର ଆଜି ଦେହାନ୍ତ ହୋଇଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି।

ସୂଚନାଯୋଗ୍ୟଯେ, କରୋନାରେ ଆକ୍ରାନ୍ତ ହୋଇଥିଲେ ପ୍ରେମାନନ୍ଦ ଦାସମହାପାତ୍ର। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ପ୍ରେମାନନ୍ଦ ଦାସମହାପାତ୍ର ଥିଲେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଏବଂ ଦଇତାପତି ନିଯୋଗର ସମ୍ପାଦକ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top