Home ଓଡ଼ିଶା ଦବଙ୍ଗ- ୩: ଝିଅ ବୟସ ହିରୋଇନ୍ ସହ ରୋମାନ୍ସ କରିବେ ସଲମାନ୍

ଦବଙ୍ଗ- ୩: ଝିଅ ବୟସ ହିରୋଇନ୍ ସହ ରୋମାନ୍ସ କରିବେ ସଲମାନ୍

336

ମୁମ୍ବାଇ: ସଲମାନ୍ ଖାନଙ୍କୁ ତାଙ୍କର ଆଗାମୀ ଫିଲ୍ମ ଦବଙ୍ଗ- ୩ରେ ଝିଅ ବୟସର ହିରୋଇନ ସହ ରୋମାନ୍ସ କରିବା ଦେଖିବାକୁ ମିଳିବ।ଦବଙ୍ଗ- ୩ରେ ମଧ୍ୟ ସଲମାନ୍ ପୁଣି ଚୁଲବୁଲ ପାଣ୍ଡେ ଭୂମିକାରେ ଭୂମିକାରେ ଆସୁଥିବା ବେଳେ ସୋନାକ୍ଷୀ ସିହ୍ନା ମଧ୍ୟ ଋଜୋ ଭୂମିକାରେ ପୁଣି ଦେଖାଦେବେ।ତେବେ ଏହା ବ୍ୟତୀତ ଆଉ ଜଣେ ନୂଆ ଅଭିନେତ୍ରୀ ସଇ ମଞ୍ଜେରକର ମଧ୍ୟ ଏଥିରେ ସଲମାନଙ୍କ ବିପକ୍ଷରେ ଅଭିନୟ କରିବେ।ସଲମାନଙ୍କ ସହ ସଇଙ୍କର ଏକ ଗୀତ ଡ୍ୟାନ୍ସ ମଧ୍ୟ ରହିଥିବା ଜଣାପଡ଼ିଛି।ପ୍ରଥମେ ଏହି ଫିଲ୍ମ ପାଇଁ ମହେଶ ମଞ୍ଜେରକରଙ୍କ ବଡ଼ ଝିଅ ଅସ୍ୱାମୀଙ୍କ ନାଁ ଶୁଣାଯାଉଥିଲା।

ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ପୂର୍ବ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି

ସଇ ହେଲେ ମହେଶ ମଞ୍ଜେରକରଙ୍କ ସାନ ଝିଅ।ଦେଖିବାକୁ ଗଲେ ସଇ ସଲମାନଙ୍କ ଝିଅ ବୟସର ହେବେ।ଦବଙ୍ଗ ପ୍ରଥମ ଭାଗରେ ମହେଶ ମଞ୍ଜେରକର ସୋନାକ୍ଷୀ ସିହ୍ନାଙ୍କ ମଦୁଆ ବାପା ଭୂମିକାରେ ଅଭିନୟ କରିଥିଲେ।ଫିଲ୍ମଟିରେ ସେ ଆତ୍ମହତ୍ୟା କରିଥିଲେ, ଯାହା ଫଳରେ ତାଙ୍କ ଝିଅ ଋଜୋ (ସୋନାକ୍ଷୀ) ଚୁଲବୁଲ ପାଣ୍ଡେ (ସଲମାନ ଖାନ)ଙ୍କୁ ବିବାହ କରି ପାରିବ।//ଦେବଦତ୍ତ ରଥ

ଲେଖାଶ୍ରୀଙ୍କୁ ଅଶ୍ଳୀଳ ମେସେଜ୍: ବିଜେଡିକୁ ବିବାଦ ଭିତରକୁ ଟାଣିଲେ ଲେଖା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.