Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ମାରକୀ ପରିଷର ପକ୍ଷରୁ ମହତାବ ଜୟନ୍ତି ପାଳିତ

ଭଦ୍ରକ ସ୍ମାରକୀ ପରିଷର ପକ୍ଷରୁ ମହତାବ ଜୟନ୍ତି ପାଳିତ

4

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନ୍ମପୀଠ ଆଗରପଡ଼ା ସ୍ଥିତ କୁଆଁଶମଢିଆ ଠାରେ ଭଦ୍ରକ ମହତାବ ସ୍ମାରକୀ ପରିିଷଦ ପକ୍ଷରୁ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ୧୨୭ତମ ଜୟନ୍ତି ଆଜି ପାଳିତ ହୋଇଯାଇଛି। ଆଗରପଡ଼ା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ଆନୁକୁଲ୍ୟରେ ଆୟୋଜିତ ସଭାକୁ ଗବେଷକ ଡ଼ ଭାଗବତ ତ୍ରିପାଠୀ ପୌରହିତ୍ୟ କରିଥିଲେ। ଏଥିରେ ମହତାବ ସ୍ମୃତି କମିଟିର ଉପଦେଷ୍ଟା ସମାଜସେବୀ ଅଜୟ ନାୟକ ତାଙ୍କ ବକ୍ତବ୍ୟରେ ଡ଼ ହରେକୃଷ୍ଣ ମହତାବଙ୍କ ଇତିହାସ ବହୁତ ଲମ୍ବା ଅଟେ,କନିକା ରାଜାଙ୍କର ପ୍ରଜା ବିରୋଧୀ କାର୍ଯ୍ୟରେ ଅତିଷ୍ଠ ହୋଇ ରାଜାଙ୍କୁ ବିରୋଧ କରି ଜେଲ ଯିବା ପରେ ତାଙ୍କ ରାଜନୈତିକ ଗତି ପଥ ବଦଳି ଯାଇଥିଲା ବୋଲି ମତ ରଖି ସେ ଏକାଧାରରେ ଭାଷା ଭିତିରେ ଓଡ଼ିଶା ରାଜ୍ୟ ପ୍ରତିଷ୍ଠାର କର୍ଣ୍ଣଧାର ଥିଲେ ବୋଲି ବକ୍ତବ୍ୟରେ କହିଥିଲେ। ପ୍ରଫେସର କ୍ଷୀରୋଦ ସାମଲ,ଆଇନଜିବୀ ଅଗଣୀ ଚରଣ ଜେନା,କୈଳାସ ଚନ୍ଦ୍ର ପଣ୍ଡା,ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ,ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାଶ ଚନ୍ଦ୍ର ଧଳ,ସମ୍ପାଦକ ରଞ୍ଜନ କୁମାର ଦାସ, ଉପେନ୍ଦ୍ର ଶତପଥି,ସୁବାଷ ଦାଶ,ଗୋଲକ ବିହାରୀ ପୃଷ୍ଟି,ଜଗନ୍ନାଥ ପାଣିଗ୍ରାହି,ସାମ୍ବାଦିକ ହେମନ୍ତ କୁମାର ସିଂହ ପ୍ରମୁଖ ଡ଼ ମହତାବ ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ଓ ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ ବୋଲି କହି ଉତ୍କଳ କେଶରୀଙ୍କୁ ଭାରତ ରତ୍ନ,ଉତ୍କଳ କେଶରୀ ନାମରେ ଓଡ଼ିଶାରୁ ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଭଦ୍ରକର ବନ୍ତ ଛକରେ ପ୍ରତିମୂର୍ତି ସ୍ଥାପନ ସାଙ୍ଗକୁ ଭଦ୍ରକ ଆଗରପଡ଼ା ପୂର୍ତ ବିଭାଗ ରାସ୍ତାକୁ ମହତାବଙ୍କ ନାମରେ ନାମିତ କରିବାକୁ ସରକାରୀ ସ୍ତରରେ ଉଦ୍ୟମ କରାଯିବ ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ପାଣିଗ୍ରାହି,ଚିତରଞ୍ଜନ ସାମନ୍ତରାୟ,ସୁରେନ୍ଦ୍ର ନାଥ ବିନ୍ଧାଣୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସୁରକ୍ଷା ମଂଚ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ନିରବ ପାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.