Home ଜିଲ୍ଲା ପରିକ୍ରମା ବାତ୍ୟା ଅକୱାନ ପ୍ରଭାବ, ଚାନ୍ଦବାଲି ଓ ତିହିଡି ବ୍ଲକ୍‌ରେ ୩ ହଜାର ହେକ୍ଟର ଜମିରେ ଧାନଗଛ...

ବାତ୍ୟା ଅକୱାନ ପ୍ରଭାବ, ଚାନ୍ଦବାଲି ଓ ତିହିଡି ବ୍ଲକ୍‌ରେ ୩ ହଜାର ହେକ୍ଟର ଜମିରେ ଧାନଗଛ ଧରାଶାୟୀ

4

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଆକୱାନ ପ୍ରଭାବରେ ଭଦ୍ରକ ଜିଲାରେ ଚାନ୍ଦବାଲି ଓ ତିହିଡି ବ୍ଲକ ରେ ୩୦୦୦ହେକ୍ଟର ଜମିରେ ଧାନ ଗଛ ଗୁଡିକ ଧରାଶାୟୀ ହୋଇପଡ଼ିଥିବାର କୃଷିବିଭାଗର ପ୍ରାଥମିକ ଆକଳନରୁ ଜଣାପଡିଛି। ତେବେ ଅମଳ ହେବାକୁ ଥିବା ଧାନ ଫସଲ କେତେ ହାନି ଘଟିଛି ତାହା କ୍ଷେତ୍ରୀୟ ତଦନ୍ତ ପରେ ଜଣାପଡିବ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶଶୀ ଭୂଷଣ ମହାପାତ୍ର କହିଛନ୍ତି। ସରକାରଙ୍କ ନିର୍ଦେଶ ଅନୁଯାୟୀ ଚାଷ ଜମି ଗୁଡିକର କ୍ଷୟକ୍ଷତିର ଆକଳନ ପାଇଁ ପ୍ରତି ବ୍ଲକରେ ରାଜସ୍ୱ ଓ କୃଷି ବିଭାଗ କର୍ମଚାରୀଙ୍କ ମିଳିତ ଟିମ ଗଠନ କରାଯାଇଛି। ଆଜି ଠାରୁ ଟିମ୍‌ଗୁଡିକ ବାତ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ଚାଷ ଜମି କ୍ଷୟ କ୍ଷତି ଆକଳନ କରିବେ। ଆକଳନ ପରେ ଫସଲ ହାନିର ବାସ୍ତବ ଚିତ୍ର ଜଣାପଡିବ।ଏହାପରେ ସରକାରଙ୍କୁ ଫସଲହାନି ରିପୋର୍ଟ ପ୍ରଦାନ କରାଯିବ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.