Home ଓଡ଼ିଶା ମରାହେବେ ୩୦୦୦ ବାର୍‌ହା; ଅନୁମତିକୁ ଅପେକ୍ଷା!

ମରାହେବେ ୩୦୦୦ ବାର୍‌ହା; ଅନୁମତିକୁ ଅପେକ୍ଷା!

243

ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩୦୦୦ ବାର୍‌ହାଙ୍କୁ ମାରିବା ପାଇଁ ଯୋଜନା କରୁଛି ବନବିଭାଗ।୨୦୧୭ ମସିହା ଅଗଷ୍ଟ ମାସରେ ବନବିଭାଗ ଏଥିପାଇଁ ରାଜ୍ୟ ସରକାରଙ୍କ ବନ୍ୟପ୍ରାଣୀ ବିଭାଗଠାରୁ ଅନୁମତି ଲୋଡ଼ିଥିଲା।କିନ୍ତୁ, ୨ ବର୍ଷ ବିତିଯିବାକୁ ବସିଲାଣି ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ।ସରକାରଙ୍କ ଅନୁମତି ଅପେକ୍ଷାରେ ରହିଥିବା ବେଳେ ଫସଲ ନଷ୍ଟ ଜନିତ ଚାଷୀଙ୍କ ଚାପକୁ ନେଇ ଚିନ୍ତାରେ ରହିଛି ବନବିଭାଗ।

କୂଳଭୂଷଣଙ୍କୁ ୱାଘା ବର୍ଡ଼ରରେ ଫାଶୀ ଦିଆଯାଉ: ବଲିଉଡ୍ ଅଭିନେତ୍ରୀ !

https://odiapua.com/the-great-krantikari-mangal-pandey/

ବ୍ରହ୍ମପୁର ବନମଣ୍ଡଳ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ପାତ୍ରପୁର, ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଦିଗପହଣ୍ଡି, ଗଞ୍ଜାମ ଏବଂ ବେଗୁନିଆପଡା ବ୍ଲକ ଅଞ୍ଚଳରେ ବାର୍‌ହା ଉତ୍ପାତ ଚଳାଇ ଆସୁଛନ୍ତି।ବାର୍‌ହା ଗୁଡ଼ିକ ବର୍ଷ ତମାମ ଖରିଫ ଧାନ ଓ ରବି ଫସଲ ସହ ପନିପରିବା ଫସଲ ବ୍ୟାପକ ନଷ୍ଟ କରି ଚାଲିଛନ୍ତି।ଏମାନଙ୍କୁ ଘଉଡ଼ାଇବାକୁ ଚାଷୀଙ୍କୁ ଜମିରେ ଜଗିବାକୁ ପଡୁଛି।ଅନେକ ଅଞ୍ଚଳରେ ବାର୍‌ହା ମାରିବାକୁ ବେଆଇନ ଭାବେ ରାତିରେ ବିଦ୍ୟୁତ ତାର ଖଞ୍ଜାଯାଉଛି, ଯେଉଁଥିପାଇଁ ବହୁ ସମୟରେ ଅଘଟଣ ମଧ୍ୟ ଘଟୁଛି।ଫସଲ ଓ ଧନ ଜୀବନ ହାନି କ୍ଷେତ୍ରରେ ବାର୍ଷିକ କ୍ଷତିପୂରଣ ବାବଦରେ ହାରାହାରି ପ୍ରାୟ ୧୫ରୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରୁଛି ବନ ବିଭାଗ।ଏବେ କିଛି ବର୍ଷ ଧରି ଜିଲ୍ଲାରେ ବାର୍‌ହା ବଂଶ ବୃଦ୍ଧି ସହ ଉପଦ୍ରବ ବଢ଼ି ଚାଲିଛି।କ୍ରମାଗତ ଏଭଳି ସ୍ଥିତି ଉପୁଜିବା ପରେ ବ୍ରହ୍ମପୁର ବନମଣ୍ଡଳ ପକ୍ଷରୁ ଏକ ସର୍ଭେ କରା ଯାଇଥିଲା।ଉପଦ୍ରୁତ ଅଞ୍ଚଳରେ ବାର୍‌ହା ସଂଖ୍ୟା ୨୯୩୦ ବୋଲି ଆକଳନ କରାଗଲା।୨୦୧୭ ଅଗଷ୍ଟରେ ବ୍ରହ୍ମପୁର ଡିଏଫ୍‌ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ଚିଠି ଲେଖି ବାର୍‌ହାଙ୍କୁ ଭର୍ମିଂ (ମାରିବା ପାଇଁ) ଘୋଷଣା ପାଇଁ ଅନୁମତି ଲୋଡ଼ିଥିଲେ।ତେବେ, ଏହି ଭର୍ମିଂ ପ୍ରସ୍ତାବ ରାଜ୍ୟ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ପାଖରେ ବିଚାରାଧୀନ ରହିଛି।ଏଥିପାଇଁ ଅନୁମତି ମିଳିବ କି ନାହିଁ ଏବଂ ଯଦି ବା ମିଳିବ, କେବେ ମିଳିବ ତାହା ସ୍ପଷ୍ଟ ହୋଇନାହିଁ।//ଦେବଦତ୍ତ ରଥ

ଲେଖାଶ୍ରୀଙ୍କୁ ଅଶ୍ଳୀଳ ମେସେଜ୍: ବିଜେଡିକୁ ବିବାଦ ଭିତରକୁ ଟାଣିଲେ ଲେଖା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.