Home ଓଡ଼ିଶା “ପୋଲିସ ରେସପନ୍ସ ଟୁ ସାଇକ୍ଲୋନ ଫନି -୨୦୧୯” ଲଘୁ ବୃତ୍ତଚିତ୍ର ଉନ୍ମୋଚିତ: ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

“ପୋଲିସ ରେସପନ୍ସ ଟୁ ସାଇକ୍ଲୋନ ଫନି -୨୦୧୯” ଲଘୁ ବୃତ୍ତଚିତ୍ର ଉନ୍ମୋଚିତ: ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

305

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ପୋଲିସ ପକ୍ଷରୁ ପ୍ରସ୍ତୁତ “ପୋଲିସ ରେସପନ୍ସ ଟୁ ସାଇକ୍ଲୋନ ଫନି -୨୦୧୯” ନାମକ ଏକ ଲଘୁ ବୃତ୍ତଚିତ୍ର ଉନ୍ମୋଚନ କରିଛନ୍ତି।ଫନି ପୂର୍ବରୁ ଏବଂ ଫନି ସମୟରେ ଏବଂ ଫନି ପରେ ସଂକଟରେ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସବୁ ସମ୍ଭବ ସାଧନ ଉପଲବ୍ଧ କରାଇବାରେ ଓଡ଼ିଶା ପୋଲିସ ଦ୍ୱାରା କରାଯାଇଥିବା ଉତ୍କୃଷ୍ଟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

(ଫଟୋ ସୌଜନ୍ୟ:ଓଡ଼ିଶା ପୋଲିସ)

ଭୟଙ୍କର ବାତ୍ୟା ଫନି ଫନି ମେ, ୩ ତାରିଖ ୯:୩୦ ସମୟରେ ପୁରୀଠାରେ ଲ୍ୟାଣ୍ଡ କରିଥିଲା।୧୯୯୯ ମହାବାତ୍ୟା ପରେ ଫନିକୁ ସବୁଠାରୁ ଭୟଙ୍କର ବାତ୍ୟା ଭାବରେ ବିବେଚନା କରାଯାଉଛି।ଫନି ଯୋଗୁଁ ଓଡ଼ିଶାର ୧୪ଟି ତଟବର୍ତୀ ଜିଲ୍ଲା ଏବଂ ଆଖପାଖ ଜିଲ୍ଲାର ୧.୫ କୋଟି ଲୋକ ସିଧାସଳଖ ପ୍ରଭାବିତ ହୋଇଥିଲେ।ସଙ୍କଟର ଏହି ଘଡ଼ିରେ ଓଡ଼ିଶା ପୋଲିସ ଆଗକୁ ଆସିଲା ଏବଂ ପ୍ରଭାବିତ ଲୋକଙ୍କ ସାଙ୍ଗରେ ଦୃଢ଼ତାର ସହ ଠିଆହେଲା।ବାତ୍ୟା ପୂର୍ବରୁ ଏବଂ ବାତ୍ୟା ପରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଲା।ବାତ୍ୟାର ୨୪ ଘଣ୍ଟା ପୂର୍ବରୁ ପୋଲିସ ଲାଉଡସ୍ପିକର, ମେଗା ଫୋନ ଆଦିର ଉପଯୋଗ କରି ଲୋକଙ୍କ ଭିତରେ ଜାଗୃକତା ତିଆରି କଲା।ବାତ୍ୟାର ୨୪ ଘଣ୍ଟା ପୂର୍ବରୁ ସ୍ଥାନାନ୍ତର ପାଇଁ ବଡ଼ ଧରଣର ଅଭ୍ୟାସ କରାଗଲା।୧.୩ ମିଲିୟନ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଆଦିକୁ ସ୍ଥାନାନ୍ତରିତ କରାଗଲା।ପୋଲିସ କାନୁନ ବ୍ୟବସ୍ଥାର ପ୍ରବନ୍ଧନ, ରାସ୍ତା ସଫା, ରିଲିଫ ବିତରଣ, ଉଦ୍ଧାର ଆଦି ମହତ୍ୱପୂର୍ଣ୍ଣ କାମ ସୁଚାରୁ ରୁପେ ତୁଲାଇଲା।ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ସେବା ଆଦିରେ ମଧ୍ୟ ପୋଲିସର ବଡ଼ ଭୂମିକା ରହିଲା।ଜିଲ୍ଲା ଗୁଡ଼ିକ ସମେତ ଅନ୍ୟାନ୍ୟ ବିଭାଗ ଗୁଡ଼ିକ ସହିତ ସମନ୍ୱୟ ରଖିବା ପାଇଁ ଭୁବନେଶ୍ୱରରେ ଏକ ଆପାତ୍ତକାଳୀନ ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପିତ କରାଗଲା।ଡିଜିପି ଆର.ପି ଶର୍ମା ବ୍ୟକ୍ତିଗତ ଭାବରେ ନିୟନ୍ତ୍ରଣ କକ୍ଷରେ ରହି ଗତିବିଧିର ତଦାରଖ କରୁଥିଲେ।ପୋଲିସ ବାତ୍ୟା ସମୟରେ ନିଜର ମାନବୀୟ ଚେହେରାର ପ୍ରଦର୍ଶନ କଲା।ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଗଲା।

(ଫଟୋ ସୌଜନ୍ୟ:ଓଡ଼ିଶା ପୋଲିସ)

ପୋଲିସ ଦ୍ୱାରା କରାଯାଇଥିବା ଏହିପରି ଉତ୍କର୍ଷ କାମର ଦସ୍ତାବିଜକରଣ କରିବା ପାଇଁ ଏକ ଲଘୁ ଫିଲ୍ମ ଏବଂ ରିପୋର୍ଟ ପ୍ରସ୍ତୁତ କରାଯାଇଛି।ସୁଚାରୁ ରୁପେ କରାଯାଇଥିବା ଏପରି କାମ ଏବଂ ଆପଣା ଯାଇଥିବା ପନ୍ଥା ଭବିଷ୍ୟତରେ ଏପରି କୌଣସି ଆପଦା ପରିସ୍ଥିତରେ ଏକ ସନ୍ଦର୍ଭ ଭାବରେ କାମ କରିବ।ଦସ୍ତାବିଜ୍ ଏବଂ ଲଘୁ ଚଳଚିତ୍ର ନିଶ୍ଚିତ ରୂପରେ ବହୁତ ଉପଯୋଗୀ ହେବ।ଏବଂ ଏହା ଆଗାମୀ ଦିନରେ ପୋଲିସ ପାଇଁ ଏକ ମାର୍ଗ ଦର୍ଶକ ଭାବରେ କାମ କରିବ ବୋଲି ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି।

(ଫଟୋ ସୌଜନ୍ୟ:ଓଡ଼ିଶା ପୋଲିସ)

ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଘରୋଇ ବିଭାଗ ଶାସନ ସଚିବ ଏବଂ ରାଜ୍ୟ ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ ଏବଂ କଟକ-ଭୁବନେଶ୍ୱର ଦ୍ୱେତ ନଗରର ସମସ୍ତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ଡିଜିପି ଡଃ: ଆର.ପି ଶର୍ମା କାର୍ଯ୍ୟକ୍ରମର ସଂକ୍ଷିପ୍ତ ପରିଚୟ କରାଇଥିବା ବେଳେ ଭୁବନେଶ୍ୱର ପୋଲିସ କମିଶନର ସତ୍ୟଜିତ ମହାନ୍ତି ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।//ଦେବଦତ୍ତ ରଥ

ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ?

ହ୍ଵାଟ୍ସଆପ ଆଣିବାକୁ ଯାଉଛି କିଛି ନୂଆ ଫିଚର୍

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.