Home ଓଡ଼ିଶା ରାଜନୀତିରେ ଲଭ୍, ସେକ୍ସ ଏଣ୍ଡ ଧୋକା

ରାଜନୀତିରେ ଲଭ୍, ସେକ୍ସ ଏଣ୍ଡ ଧୋକା

1644

ଭୁବନେଶ୍ୱର ୯-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) କ୍ଷମତା ଓ ନାରୀ ଗୋଟିଏ ବୃକ୍ଷର ଅଭିନ୍ନ ଶାଖା। ରାଜାରାଜୁଡ଼ା ଶାସନ ଶାସନଠାରୁ ଆରମ୍ଭ କରି ଗଣତନ୍ତ୍ର ଶାସନ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ କ୍ଷମତା ଆଗରେ ନାରୀକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ଏହା ଉପରେ ଦୀର୍ଘ ବର୍ଷ ଧରି ଅନେକ ବାତ୍ ବିତର୍କ ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନର ରାସ୍ତା ବାହାରି ପାରିନାହିଁ। ବିଭିନ୍ନ ସ୍ତରର କ୍ଷମତା କେନ୍ଦ୍ର ଭିତରେ ନାରୀ ଜାତି ଶୋଷିତ ଏହା ସମସ୍ତଙ୍କୁ ଜଣା। ମାତ୍ର ରାଜନୀତି କ୍ଷେତ୍ରରେ ଏହାର ମାତ୍ରା ସବୁଠାରୁ ଅଧିକ। ଇତିହାସ ସାକ୍ଷୀ ଅଛି, ଭାରତ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ଅନେକ ତୁଙ୍ଗ ରାଜନୈତିକ ନେତା କ୍ଷମତା ବଳରେ ମହିଳାଙ୍କୁ ଶୋଷଣ କରିବାର ଦୃଷ୍ଚାନ୍ତ ରହିଛି। ଏହା ଏକ ଚିରା ଚରିତ ପ୍ରଥା। ଦେଶରେ ଅନେକ ସରକାର ଆସିଛି, ଅନେକ ସରକାର ଯାଇଛି। କିନ୍ତୁ କୌଣସି ସରକାର ଏହି ନିର୍ଦ୍ଧିଷ୍ଟ ଘୃଣ୍ୟ ପ୍ରଥା ଉପରେ ରୋକ ଲଗାଇ ପାରିନାହିଁ। କ୍ଷମତାର ଲୋଭ ଦେଖାଇ କିମ୍ବା କ୍ଷମତାର ଦୂରୁପୋଯୋଗ କରି ରାଜନୀତିରେ ଅନେକ ସମୟରେ ମହିଳାଙ୍କୁ ଶୋଷଣ କରାଯାଏ। ଘଟଣା ଚକ୍ରରେ ଏହି ପ୍ରକାରର ବିଭିନ୍ନ ରୋଚକ ତଥ୍ୟ ସର୍ବ ସମ୍ମୁଖରେ ଆଲୋଚନା ହୁଏ। ମାତ୍ର କ୍ଷମତାର ବଳ ଓ ବିଭିନ୍ନ ପ୍ରଲୋଭନ ଦେଖାଇ ସମୟ କ୍ରମରେ ଏହିଭଳି ଘଟଣାକୁ ଚପାଇ ଦିଆଯାଇଥାଏ। କେବଳ ଜାତୀୟ ରାଜନୈତିକ ଦଳ ନୁହେଁ, ବିଭିନ୍ନ ଆଞ୍ଚଳିକ ଦଳ ମଧ୍ୟରେ ମଧ୍ୟ କ୍ଷମତାକୁ ଦୂରୁପୋଯୋଗ କରି ଚାଲିଛି ନାରୀ ଶୋଷଣ। ଏହି କ୍ଷେତ୍ରରେ ଆମ ଓଡ଼ିଶା ରାଜ୍ୟ ବି ପଛରେ ନାହିଁ। ପାଠକଙ୍କର ଦୃଷ୍ଟିଗୋଚର ନିମନ୍ତେ ଇଲେଷ୍ଚେଟେଡ୍ ୱିକିଲି କାରନାମାଠୁ ଆରମ୍ଭ କରି ଅଞ୍ଜନା ମିଶ୍ର କାରନାମା ତଥା ବାସନ୍ତି ବାରା ଘଟଣା ସମୟ କ୍ରମେ ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଥିଲା। ଏ ପରମ୍ପରା ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲୁ ରହିଛି। ମାତ୍ର ବିଭିନ୍ନ ସମୟରେ କ୍ଷମତା ଓ ଅର୍ଥ ବଳରେ ଏହାକୁ ଚପାଇ ଦିଆଯାଇଛି। ଓଡ଼ିଶାର ଜଣେ ପୂର୍ବତନ ଅବକାରୀ ମନ୍ତ୍ରୀଙ୍କର ବିଭିନ୍ନ ନାରୀଙ୍କ ସହିତ ଅନ୍ତରଙ୍ଗ ଫଟୋ ତାଙ୍କ ସରକାରୀ ଡ୍ରାଇଭର କୌଶଳ କ୍ରମେ ହାତେଇ ନେଇଥିଲା। ଏହାକୁ ଆଧାର କରି ସେ ଆଜି ପର୍ଯ୍ୟନ୍ତ ତାଙ୍କୁ ବ୍ଲାକ ମେଲ୍ କରିଚାଲିଛି। ଓଡ଼ିଶା ସରକାରଙ୍କର ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କର କିଛି ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀଙ୍କର ହାତରେ। ଏହି ଫଟୋକୁ ଆଧାର କରି ଏହି ବ୍ୟକ୍ତିଗତ ସୁରକ୍ଷା କର୍ମୀ ଜଣଙ୍କ ବର୍ତ୍ତମାନ ଲାଲେଲାଲ। ଓଡ଼ିଶାର ଜଣେ ପୂର୍ବତନ ଲୋକସଭା ସାଂସଦ ଚଳିତ ନିର୍ବାଚନରେ ଟିକେଟ ପାଇଲେ ନାହିଁ, କାରଣ, କେବଳ ଜଣେ ମହିଳାଙ୍କ ସହିତ ନଗ୍ନ ବାର୍ତ୍ତାଳାପର ଅଡ଼ିଓ ଓ କିଛି ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଘୁରିବୁଲିଥିଲା। କେବଳ ଏହି ବ୍ୟକ୍ତି ବିଶେଷ ନୁହଁନ୍ତି, ଦାର୍ଘ ୧୯ ବର୍ଷ ଧରି ସରକାରରେ ଥିବା ବିଜୁ ଜନତା ଦଳର ଅନେକ ତୁଙ୍ଗ ନେତା ଏବେ ଏହି ସେକ୍ସ ସ୍କାଣ୍ଡାଲରେ କରାୟତ। ଧମକ ଚମକ ଓ ଅର୍ଥ ବଳରେ ଏହାକୁ ପ୍ରଶମିତ କରି ରଖାଯାଇଛି। ଏଥିରେ ଅନେକ ସାଂସଦ, ମନ୍ତ୍ରୀ ପାୱାରଫୁଲ ଯୁବ ମନ୍ତ୍ରୀ ସମସ୍ତେ ସଂସ୍ଲିଷ୍ଚ। ଘଟଣା ସମ୍ବନ୍ଧରେ ସମସ୍ତେ ପୂର୍ଣ୍ଣଭାବରେ ଅବଗତ। ମାତ୍ର ଭବିଷ୍ୟତକୁ କେଉଁଭଳି ଭାବରେ ଉପଯୋଗ କରିବେ ଏବଂ ଏ ସମସ୍ୟାରୁ ମୁକ୍ତିଲାଭ ପାଇବେ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବିଶ୍ୱାସ ଭାଜନ ହେବେ ତାହା ଏହି ନେତାମାନଙ୍କ ପାଇଁ ଚିନ୍ତାର କାରଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.