Home ଓଡ଼ିଶା କଟୁରିରେ ହାଣିଦେଲା ଶିକ୍ଷୟତ୍ରୀଙ୍କୁ, ସ୍କୁଲରେ ଫଢାଉଥିବା ବେଳେ ! ନୃଶଂସ …

କଟୁରିରେ ହାଣିଦେଲା ଶିକ୍ଷୟତ୍ରୀଙ୍କୁ, ସ୍କୁଲରେ ଫଢାଉଥିବା ବେଳେ ! ନୃଶଂସ …

177

ନିଆଳି ୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ନିଆଳି ଥାନା ଅନ୍ତର୍ଗତ ଆମ୍ବୁଆପଡ଼ା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ବେଳେ ବିଭୁତି ମହାନ୍ତି ନାମକ ଜଣେ ବ୍ୟକ୍ତି ଅତର୍କିତ ଭାବେ କଟୁରିରେ ସୁଚିସ୍ମିତା ମୁଦୁଲି ନାମ୍ନୀ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ କୌଣସି କାରଣ ବଶତଃ ଅଭିଯୁକ୍ତ ଉକ୍ତ ସ୍କୁଲ କୁ ଯାଇ ପାଠ ପଢ଼ାଉଥିବା ଅବସ୍ଥାରେ ଏକ ଧାରୁଆ କଟୁରିରେ ମୁଣ୍ଡ, ବେକ ଓ ହାତକୁ ଚୋଟ ମାରି ଚାଲି ଚାଲିଥିଲା ଓ ରକ୍ତାକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲା। ଆହତ ଶିକ୍ଷୟତ୍ରୀଙ୍କୁ ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇ ପରେ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ କିଛି ଗ୍ରାମବାସୀ ପିଛା କରି ଚାରିଛକ ଠାରେ କିଛି ଲୋକଙ୍କ ସହାୟତାରେ କାବୁକରି ପୋଲିସକୁ ସୂଚନା ଦେଇଥିଲେ। ଏକ ତରଫା ପ୍ରେମ ସମ୍ପର୍କ ନେଇ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.