ad
ଓଡ଼ିଶା

ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି; କାରଣ କ’ଣ?

ନୂଆଦିଲ୍ଲୀ: ମୋଦୀ ସରକାର ସମୟରେ ପାକିସ୍ଥାନ ଉପରେ ଯେପରି ଏୟାର ଷ୍ଟ୍ରାଇକ୍ କରାଗଲା, ଠିକ୍ ସେହିପରି ଏକ ଏୟାର ଷ୍ଟ୍ରାଇକ୍ କରିବାର ଯୋଜନା ବାଜପେୟୀ ସରକାରଙ୍କ ସମୟରେ ହୋଇଥିଲା।କିନ୍ତୁ ଶେଷ ସମୟରେ ତାହା ବାତିଲ ହୋଇଥିଲା।ଯେତେବେଳେ ୧୩ ଡିସେମ୍ବର ୨୦୦୧ରେ ସଂସଦ ଭବନ ଉପରେ ଆତଙ୍କି ଆକ୍ରମଣ ହୋଇଥିଲା, ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସୀମାପାର ସ୍ଥିତ ଆତଙ୍କି ଆଡ୍ଡା ଉପରେ ସେହିପରି ଏୟାର ଷ୍ଟ୍ରାଇକ୍ କରିବାର ଯୋଜନା କରିଥିଲେ, ଠିକ୍ ଯେପରି ମୋଦୀ ସରକାର ବାଲାକୋଟରେ କରିଥିଲେ।ଜୈଶ-ଏ-ମୋହମ୍ମଦର ଆତଙ୍କିମାନେ ଯେଉଁ ପ୍ରକାର ଦୁଃସାହସର ସୀମା ପାର କରି ଦେଶର ସଂସଦକୁ ଟାର୍ଗେଟ କଲେ, ତାହା ବାଜପେୟୀଙ୍କୁ ଏପରି ଏକ ଦୃଢ଼ ନିଷ୍ପତି ନେବାକୁ ବାଧ୍ୟ କରି ଦେଇଥିଲା।ପୂର୍ବ ନୌସେନା ପ୍ରମୁଖ ଏଡମିରଲ ସୁଶୀଲ କୁମାରଙ୍କ ପ୍ରକାଶିତ ଏକ ପୁସ୍ତକ “ଏ ପ୍ରାଇମ ମିନିଷ୍ଟର ଟୁ ରିମେମ୍ବର” ରୁ ଏହା ଜଣାପଡ଼ିଛି।

ରାଜଧାନୀ ଦିଲ୍ଲୀରେ ଉନ୍ମୋଚିତ ପୁସ୍ତକ “ଏ ପ୍ରାଇମ ମିନିଷ୍ଟର ଟୁ ରିମେମ୍ବର” ରେ ପୂର୍ବ ନୌସେନା ପ୍ରମୁଖ ଏଡମିରଲ ସୁଶୀଲ କୁମାର ଲେଖିଛନ୍ତି, ଜୈଶର ୫ ଜଣ ଆତଙ୍କିଙ୍କ ଦ୍ଵାରା ଭାରତର ସଂସଦ ଉପରେ ଆକ୍ରମଣର ତୁରନ୍ତ ବାଦେ ତିନି ସେନା ପ୍ରମୁଖ, ରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବ୍ରଜେଶ ମିଶ୍ରଙ୍କ ସହ ଆର୍ମି ଅପରେସନ ରୁମରେ ବୈଠକ କରିଥିଲେ।ଏହି ସମୟରେ ଏଲଓସି ପାର ଏବଂ ପାକିସ୍ଥାନ କବ୍ଜାରେ ଥିବା ଅଧିକୃତ କାଶ୍ମୀରରେ ଆତଙ୍କି ଶିବିରକୁ ନଷ୍ଟ କରିବା ପାଇଁ ଏୟାର ଷ୍ଟ୍ରାଇକ କରିବା ଉପରେ ଚର୍ଚ୍ଚା ହୋଇଥିଲା।କିନ୍ତୁ, ଅନ୍ତିମ ସମୟରେ ମିଳିଥିବା ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଏୟାର ଷ୍ଟ୍ରାଇକ୍ ଯୋଜନା ରଦ୍ଦ କରି ଦିଆଗଲା।ଏଠାରେ ସୂଚନାଯୋଗ୍ୟ ଯେ, ସେ ସମୟରେ ଏକ ତଥ୍ୟ ପ୍ରକାଶ ପାଇଥିଲା କି, (ଗୋଆଲିୟରରେ ଥିବା ୨୦୦୦ ଲଢ଼ୁଆ ବିମାନ ଆକ୍ସନ ପାଇଁ ପ୍ରସ୍ତୁତ ଥିଲେ।କିନ୍ତୁ ଶେଷ ସମୟରେ ଏକ ଗୁଇନ୍ଦା ରିପୋର୍ଟ କାରଣରୁ ଏୟାର ଷ୍ଟ୍ରାଇକ ବନ୍ଦ କରି ଦିଆଗଲା କାରଣ, ପାକିସ୍ଥାନ ସେନା ଏକ ସ୍କୁଲ ଏବଂ ଏକ ବଡ଼ ହସ୍ପିଟାଲ ମଝିକୁ ଆତଙ୍କି ଶିବିର ଘୁଞ୍ଚାଇ ଦେଇଥିଲା)।ସୁଶୀଲଙ୍କ ଅନୁଯାୟୀ, ଶେଷରେ ଆଲୋଚନା ପରେ ନିଷ୍ପତି ହେଲା ଯେ, ସୀମାରେ ସେନା ମୁତୟନ କରି ଦିଆଯାଉ।ଯାହାକୁ “ଅପରେସନ ପରାକ୍ରମ” ନାମ ଦିଆ ଯାଇଥିଲା।ଭାରତ ସରକାର ୧୦ ମାସ ଯାଏଁ ସେନା ମୁତୟନ କରି ରଖିଥିଲେ।ସେବେ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ଆବାସରେ ତିନି ସେନା ପ୍ରମୁଖ ବ୍ରେକଫାଷ୍ଟ ମିଟିଂ ପାଇଁ ଡକା ଯାଇଥିଲେ।ସୁଶୀଲ ନିଜ ପୁସ୍ତକରେ ଲେଖିଛନ୍ତି, ସେ ବୈଠରେ ଏହା ସ୍ପଷ୍ଟ ହୋଇ ଯାଇଥିଲା କି ବାଜପେୟୀ ତିନି ସେନାର ସୀମା ଉପରେ ମୁତୟନକୁ ସଠିକ ରଣନୀତି ରୂପେ ଦେଖୁଥିଲେ।ଯେହେତୁ ଏହା ତରବର ଭାବରେ ନିଆଯାଇଥିବା ଏକ ନିଷ୍ପତି ଥିଲା, ତେଣୁ ହୋଇଥାଇ ପାରେ ବାଜପେୟୀଙ୍କୁ ପରେ ଜଣାପଡ଼ି ଥାଇପାରେ କି ସେହି ନିଷ୍ପତିର କେତେ ଗମ୍ଭୀର ପ୍ରଭାବ ସେନା ଉପରେ ପଡ଼ିଲା।

ତିନି ସେନା ପ୍ରମୁଖ ପରେ ରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣା ଡିଜଙ୍କୁ ସାକ୍ଷାତ କଲେ।ଏଡମିରାଲ କୁମାରଙ୍କ ଅନୁଯାୟୀ, ତିନି ସଶସ୍ତ୍ର ସେନା ସୀମା ଉପରେ ଜାନୁୟାରୀରୁ ଅକ୍ଟୋବର ୨୦୦୨ ପର୍ଯ୍ୟନ୍ତ ଆଦେଶର ଅପେକ୍ଷାରେ ରହିଲେ।ଯାହା ଆସିଲା ନାହିଁ।ସୀମା ଉପରେ ସେନା ମୁତୟନ ସମୟରେ ୭୯୮ ସୈନିକ ସହିଦ ହେଲେ।ଏକ ପ୍ରକାର କହିବାକୁ ଗଲେ, ଅପରେସନ ପରାକ୍ରମ ଏକ ଆପଦା ପରି ଥିଲା।ସୁଶୀଲଙ୍କ କହିବା ଅନୁଯାୟୀ, ଏତେ ସଂଖ୍ୟାରେ ସଶସ୍ତ୍ର ବଳ ମୁତୟନ, ନେତୃତ୍ୱ ସହ ଜଡ଼ିତ ଯାବତୀୟ ଦୃବଳତାକୁ ଉଜାଗର କରିଦେଲା।ଲଢ଼ୁଆ ବିମାନ, ସଂସାଧନ ଉର୍ଜାର ଅପବେୟ ହେଲା।ବିନା କିଛି ଉଦ୍ଦେଶ୍ୟରେ ଏହି ଅପେରେସନ ଚାଲିଥିଲା।

ସେହିପରି ସୁଶୀଲଙ୍କ ଅନୁଯାୟୀ,୯/୧୧ ଆକ୍ରମଣ ନେଇ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଯଶବନ୍ତ ସିଂହ ଚାହୁଁଥିଲେ, ଆଫଗାନିସ୍ଥାନ ଉପରେ ସଂଯୁକ୍ତ ରାଜ୍ୟ ଆମେରିକାର ଆକ୍ରମଣକୁ ଭାରତ ସମର୍ଥନ କରୁ।କିନ୍ତୁ ସେନା ପ୍ରମୁଖ ଅସହମତ ଥିଲେ।ଏବଂ ବାଜପେୟୀ କୂଟନୈତିକ ରୂପରେ ବିକଳ୍ପ ପ୍ରସ୍ତୁତ କରିଥିଲେ।ତେବେ ସୁଶୀଲଙ୍କ ଅନୁଯାୟୀ, ୧୯୯୯ କାରଗିଲ ସଙ୍ଘର୍ଷ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ସବୁଠୁ ଭଲ ସମୟ ଥିଲା।ନିୟନ୍ତ୍ରଣ ରେଖା ଅତିକ୍ରମ ନ’କରି ଶତୃ ପକ୍ଷଙ୍କୁ ପଛକୁ ହଟାଇବା ଯୋଜନା ବାଜପେୟୀଙ୍କ ସର୍ବଶ୍ରେଷ୍ଠ ମାଷ୍ଟର ଷ୍ଟୋକ ଥିଲା।କାରଣ, ବାଜପେୟୀ ସଂଯମର ମୂଲ୍ୟ ଜାଣନ୍ତି।ଆଡମିରାଲ ସୁଶୀଲ କୁମାର ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ନ୍ୟାଭି ମୁଖ୍ୟ ଥିଲେ।୧୯୯୯ କାରଗିଲ ଯୁଦ୍ଧକୁ ମଧ୍ୟ ସେ ନିରୀକ୍ଷଣ କରିଥିଲେ।//ଦେବଦତ୍ତ ରଥ

ବିଜେପି କରିବ ସଦସ୍ୟତା ଅଭିଯାନ; ଅଣ୍ଟା ଭିଡ଼ିଲେଣି ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା:କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ କି’ ଆବଶ୍ୟକ?

 

ଘାଟିରେ ଖସି ପଡ଼ିଲା ବସ: ୩୦ରୁ ଉର୍ଦ୍ଧ୍ବ ମୃତ, ଅନେକ ଆହତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top