Home ଆନ୍ତର୍ଜାତୀୟ ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!

ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!

896

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ ସମୟରେ ୟୁଏଇ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କ ଦ୍ଵାରା ୟୁଏଇର ସର୍ବୋଚ୍ଚ ନାଗରୀକ ସମ୍ମାନ “ଅର୍ଡ଼ର୍ ଅଫ ଜାୟଦ” ଦ୍ୱାରା ମୋଦୀଙ୍କୁ ସମ୍ମାନିତ କରାଯାଇଛି।ମୋଦୀଙ୍କୁ ମୁସଲିମ ବିରୋଧୀ କୁହାଯାଉଥିବା ସମୟରେ ଏକ ମୁସଲିମ ଦେଶ ତାଙ୍କୁ ସର୍ବୋଚ୍ଚ ନାଗରୀକ ଉପାଧିରେ ସମ୍ମାନୀତ କରିଛି।ପୂର୍ବରୁ ଆଉ କିଛି ମୁସଲିମ ଦେଶ ମଧ୍ୟ ମୋଦୀଙ୍କୁ ସମ୍ମାନିତ କରି ସାରିଛନ୍ତି।ଏହା ସବୁ ପାକିସ୍ଥାନକୁ ଅଧିକ ବାଧୁଛି।ଏବେ, ଏଣେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଶ୍ରେଷ୍ଠ ଉବେର ଡ୍ରାଇଭର ସମ୍ମାନ ମିଳିଛି ବୋଲି ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହେଉଛି।

ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍

ଇମ୍ରାନଙ୍କୁ ଉବେର ଡ୍ରାଇଭର କହିବାର କାରଣ ରହିଛି।କିଛି ଦିନ ତଳେ ଇମ୍ରାନ୍ ୟୁଏଇ ଯାଇଥିଲେ।ଏବଂ ସେତେବେଳେ ଇମ୍ରାନ୍ ପ୍ରୋଟକଲ ଭାଙ୍ଗି ସାଉଦୀ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନଙ୍କୁ ମର୍ସଡିଜରେ ବସାଇ ନିଜେ ଡ୍ରାଇଭିଂ କରିଥିଲେ।ତେଣୁ ମୋଦୀଙ୍କ ତୁଳନାରେ ଇମ୍ରାନଙ୍କ ଔକାତ୍ କେତେ କହିବାକୁ ଯାଇ ଇମ୍ରାନଙ୍କୁ ଉବେର ଡ୍ରାଇଭର ବୋଲି କହି ତାଙ୍କୁ ତାତ୍ସଲ୍ୟ କରାଯାଉଛି।ସୋସିଆଲ ମିଡିଆରେ ଫଟୋ ସେୟାର କରାଯାଉଛି।ଏବଂ ଏ’ ବାବଦରେ ପାକିସ୍ଥାନର ଜଣେ ମହିଳା ସାଂସଦ ମରିୟମ ଔରାଙ୍ଗଜେବଙ୍କ ଦ୍ଵାରା କିଛି ଦିନ ତଳେ ପାକିସ୍ଥାନ ସଂସଦରେ ଦିଆଯାଇଥିବା ଭାଷଣର ଭିଡିଓ ମଧ୍ୟ ଖୁବ୍ ସେୟାର କରାଯାଉଛି।ଯେଉଁଥିରେ ସାଂସଦ ମରିୟମ ଇମ୍ରାନ୍ ଖାଁଙ୍କୁ ଉବେର ଡ୍ରାଇଭର କହିଛନ୍ତି।ମରିୟମ ଔରାଙ୍ଗଜେବ୍‌ ଇମ୍ରାନଙ୍କୁ ସମାଲୋଚନା କରି କହିଥିଲେ, ଇମ୍ରାନ ଉବେର୍‌ ଡ୍ରାଇଭର୍‌ ସହ ସମାନ।ପ୍ରତି ଡ୍ରାଇଭ୍‌ ପରେ ୫ ଷ୍ଟାର୍‌ ମାଗିବା ହେଉଛି ତାଙ୍କ କାମ।ନିର୍ବାଚନ ବେଳେ ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେ
।କିନ୍ତୁ କୌଣସି ଗୋଟିଏ ବି ପ୍ରତିଶ୍ରୁତି ଏ’ ପର୍ଯ୍ୟନ୍ତ ପୂରା ହୋଇ ପାରିନାହିଁ।ଇମ୍ରାନ ଲୋକଙ୍କୁ କେବଳ ମିଛ ସ୍ବପ୍ନ ଦେଖାଉଛନ୍ତି।//ଦେବଦତ୍ତ ରଥ

ଏଥର ଟାର୍ଗେଟରେ ନକ୍ସଲ! ମାଓ ଦମନ ନେଇ ଆଜି ବୈଠକ

ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ ଏବଂ ନାରୀଙ୍କୁ ଅସମ୍ମାନ ତାଙ୍କର ଅଭ୍ୟାସଗତ ତୃଟି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.