Home ଆନ୍ତର୍ଜାତୀୟ ପରିସ୍ଥିତି ଗମ୍ଭୀର:ପାକିସ୍ଥାନ କଲା ମିସାଇଲ ପରୀକ୍ଷଣ,ସୀମାରେ ସିଜ୍ ଫାୟାର ଉଲଘଂନ,ଦିଲ୍ଲୀ ଏବଂ ଗୁଜୁରାଟରେ ଆତଙ୍କି ପ୍ରବେଶ

ପରିସ୍ଥିତି ଗମ୍ଭୀର:ପାକିସ୍ଥାନ କଲା ମିସାଇଲ ପରୀକ୍ଷଣ,ସୀମାରେ ସିଜ୍ ଫାୟାର ଉଲଘଂନ,ଦିଲ୍ଲୀ ଏବଂ ଗୁଜୁରାଟରେ ଆତଙ୍କି ପ୍ରବେଶ

1868

ନୂଆଦିଲ୍ଲୀ: ଭାରତ ପାକିସ୍ଥାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି।୩୭୦ ଧାରା ଉଛେଦ ପରେ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରୁ ସମର୍ଥନ ପାଇବାରେ ବିଫଳ ହୋଇ ପାକିସ୍ଥାନ ଚିନ୍ତିତ ହୋଇପଡ଼ିଛି।ବିଶେଷତଃ ପିଓକେ ହାତରୁ ଖସିଯିବା ଆଶଙ୍କାରେ ସେ ଅଧିକ ବିଚଳିତ ହୋଇପଡ଼ିଛି।ଏବଂ ଭାରତ ବିରୋଧରେ ଷଡ଼ଯନ୍ତ୍ର ପାଇଁ ସବୁ ଯୋଜନା କରୁଛି।

ବୁଧବାର ମଧ୍ୟ ରାତ୍ରିରେ ପାକିସ୍ଥାନ ୨୯୦ କିଲୋମିଟର ରେଞ୍ଜର ଗଜନବୀ ନାମକ ଏକ ବାଲେଷ୍ଟିକ ମିସାଇଲ ପରୀକ୍ଷା କରିଛି।ସେହପରି ସୀମାରେ ପୁଂଚ୍ଛ ସେକ୍ଟରରେ ଅସ୍ତ୍ର ବିରତି ଉଲଘଂନ କରି ପ୍ରବଳ ଗୁଳିମାଡ଼ କରୁଛି ପାକିସ୍ଥାନ।ଏଣେ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହଯୋଗରେ ଲସ୍କରର ଦୁଇ ଜଣ ଆତଙ୍କି ଦିଲ୍ଲୀରେ ପ୍ରବେଶ କରି ସାରିଛନ୍ତି।ଭାରତୀୟ ଗୁଇନ୍ଦା ସଂସ୍ଥା ଏ’ନେଇ ଆଲର୍ଟ ଜାରୀ କରିଛି।ଦିଲ୍ଲୀରେ ପ୍ରବେଶ କରିଥିବା ଆତଙ୍କି ଅକରମ କ୍ୟୁରେସୀ ଏବଂ ତାର ସହଯୋଗୀର ସ୍କେଚ ଜାରି ହୋଇଛି।ସେହିପରି ଗୁଜୁରାଟର କଛ ଏବଂ କାଣ୍ଡଲା ପୋର୍ଟରେ ମଧ୍ୟ ପାକିସ୍ଥାନୀ ଆତଙ୍କି ପ୍ରବେଶ କରିଥିବା ନେଇ ସୂଚନା ମିଳିଛି।ଜଳପଥ ଦେଇ ଏଠି ଆତଙ୍କି ପ୍ରବେଶ କରିଛନ୍ତି  ଏବଂ ପାକିସ୍ଥାନୀ କମାଣ୍ଡୋ ମଧ୍ୟ ଜଳପଥ ଦେଇ ପ୍ରବେଶ କରିବାର ସମ୍ଭାବନା ରହିଛି।ଗୁଜୁରାଟରେ ମଧ୍ୟ ଆଲର୍ଟ ଜାରି ହୋଇଛି।//-ଦେବଦତ୍ତ ରଥ

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!

ପରମାଣୁ ଆକ୍ରମଣର ଧମକ ମଧ୍ୟରେ ପାକିସ୍ତାନ କଲା ‘ଗଜନବୀ’ ମିସାଇଲର ପରୀକ୍ଷଣ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.