Home ଆନ୍ତର୍ଜାତୀୟ ମହିଳାଙ୍କ ଅଜବ କାରନାମା

ମହିଳାଙ୍କ ଅଜବ କାରନାମା

405

ଅଷ୍ଟ୍ରେଲିଆ,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଅଷ୍ଟ୍ରେଲିଆର ଜଣେ ମହିଳା ନିଜ ପୂର୍ବତନ ପ୍ରେମିକଙ୍କୁ ଭେଟିବା ପାଇଁ ଏକ ଅଜବ ଢଙ୍ଗରେ ମେସେଜ୍‌ ଦେଇଛନ୍ତି। ସେ ଫ୍ରେଙ୍କଷ୍ଟନ୍‌ ସହରର କାନ୍ଥବାଡ଼ରେ ଏତେ ସାରା ମେସେଜ୍‌ ଲେଖିଛନ୍ତି ଯେ ଯାହାକୁ ନେଇ ସହରବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରକୃତ କଥା ହେଉଛି, ମହିଳା ଜଣକ ଏବେ ମା’ ହେବାକୁ ଯାଉଛନ୍ତି ଏବଂ ସେ ତାଙ୍କ ପ୍ରତ୍ୟେକ ମେସେଜରେ ପୂର୍ବତନ ପ୍ରେମିକ କ୍ରିସ୍‌ଙ୍କୁ ଥରେ ଭେଟିବାକୁ ଅପିଲ କରିଛନ୍ତି। ଏଠାକାର ପାର୍କଠାରୁ ଆରମ୍ଭ କରି ପବ୍ଲିକ ବାଥରୁମ୍‌, ଏପରି କି, ପ୍ରତି କାନ୍ଥରେ ସେ ମେସେଜ୍‌ ଲେଖି ଭର୍ତ୍ତି କରିଦେଇଛନ୍ତି। ଏଥିରେ ସେ ଜଣାଇଛନ୍ତି ଯେ ‘କ୍ରିସ୍‌, ଛୁଆ ଏହି ଦୁନିଆକୁ ଆସିବା ପୂର୍ବରୁ ତୁମକୁ ମୋ ସହିତ କଥା ହେବା ଜରୁରୀ, ନ ହେଲେ ଏହାପରେ ବ୍ୟସ୍ତ ହେବାର କୌଣସି ଆବଶ୍ୟକ ନାହିଁ’।

ଗତ କିଛିଦିନ ହେବ ମହିଳାଙ୍କର ଏହି ମେସେଜଗୁଡ଼ିକୁ ଫ୍ରେଙ୍କଷ୍ଟନ୍‌ ସହରବାସୀ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେମାନେ କ୍ରିସ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ଏମିତି ନ ହେଉ ଯେ ତୁମ ପୂର୍ବତନ ପ୍ରେମିକା ପୂରା ସହରରକୁ ଖରାପ କରିଦିଅନ୍ତୁ, ଏହାପୂର୍ବରୁ ଥରେ ତାଙ୍କ ସହିତ କଥା ହୁଅନ୍ତୁ’।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.