Home ଓଡ଼ିଶା ବହୁତ ଜଲଦି ଓଡ଼ିଶା ଫେରିବେ ଜଗାବଳିଆ

ବହୁତ ଜଲଦି ଓଡ଼ିଶା ଫେରିବେ ଜଗାବଳିଆ

208

ଭୁବନେଶ୍ଵର,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ବାହୁଡିବେ ଜଗା-ବଳିଆ। ଆସନ୍ତା ୬ ତାରିଖରେ ଦିଲ୍ଲୀ ଏମ୍‌ସରୁ ଡିସଚାର୍ଜ ହୋଇ ଓଡ଼ିଶା ଆସିବେ ଜଗା-ବଳିଆ। ୬ରେ ଦିଲ୍ଲୀରେ ରାଜଧାନୀ ଏକ୍ସପ୍ରେସରେ ଆସି ୭ ତାରିଖରେ କଟକ SCBରେ ପହଞ୍ଚିବେ। ତାଙ୍କ ସହ ଡାକ୍ତର କର୍ମଚାରୀ ଆସିବେ। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ସୂଚନା ଦେଇଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ SCBରେ ୬ ଜଣିଆ ବିଶେଷଜ୍ଞଙ୍କ ଟିମ ଗଠନ କରାଯାଇଛି । ଏହି ଟିମରେ ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି, ଶିଶୁରୋଗ ଓ ସର୍ଜରୀ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି ।

ଜଗାବଳିଆଙ୍କ ପାଇଁ କ୍ୟାବିନ ଓ ଡାକ୍ତରୀ ଟିମ୍‌ ପ୍ରସ୍ତୁତ ରଖାଯାଇଛି। ଦୁଇ ବର୍ଷ ହେବ ଦିଲ୍ଲୀ ଏମସ୍‌ର ପ୍ରାଇଭେଟ୍‌ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି ଯାଆଁଳା ଭାଇ । ୨୦୧୭ ମସିହାରେ ସର୍ଜରୀ କରି କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଅଲଗା କରାଯାଇଥିଲା । ଜଗା ବଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏକ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.