Home Coronavirus Outbreak ଓଡ଼ିଶାରେ ଫସିଥିବା ଲୋକ କିମ୍ବା ଜରୁରୀକାଳୀନ ସ୍ଥିତିରେ ଓଡ଼ିଶା ବାହାରକୁ ଯିବା ପାଇଁ ସରକାର ଆରମ୍ଭ...

ଓଡ଼ିଶାରେ ଫସିଥିବା ଲୋକ କିମ୍ବା ଜରୁରୀକାଳୀନ ସ୍ଥିତିରେ ଓଡ଼ିଶା ବାହାରକୁ ଯିବା ପାଇଁ ସରକାର ଆରମ୍ଭ କଲେ ଇ-ପାସ

906

ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) : ଓଡ଼ିଶାରେ ଯଦି କୌଣସି ପର୍ଯ୍ୟଟକ, ଛାତ୍ର, ଶ୍ରମିକ ତଥା ଅନ୍ୟ କେଉ କାରଣରୁ ଆସି ଲକଡାଉନ କାରଣରୁ ଫସିରହିଛନ୍ତି ତେବେ ଓଡ଼ିଶା ବାହାରକୁ ଯିବା ପାଇଁ ରାଜ୍ୟ ସରକାର ଇ-ପାସ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଯେଉଁମାନେ ରାଜ୍ୟବାହାରକୁ ଫେରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଇ-ପାସ ପାଇଁ ରାଜ୍ୟ ସରକାରଙ୍କ କୋଭିଡ-19 ୱେବପୋର୍ଟାଲ covid19.odisha.gov.in ରେ ପଞ୍ଜୀକରଣ କରି ନିଜେ ପାଇପାରିବେ ଇ-ପାସ।

ଏହି ଇପାସ୍ ମୋବାଇଲରେ ଆସିଯିବ। ଏଥିପାଇଁ ନିଜର ନାଁ, କେଉଁଠିକୁ ଯିବେ ଏବଂ କେଉଁ ଗାଡ଼ିରେ ଯିବେ ତାହା ଏହି covid19.odisha.gov.in ୱେବ ସାଇଟରେ ପୂରଣ କରି ସବମିଟ୍ କରିବା ପରେ ଇ ପାସ୍ ପାଇପାରିବେ। ତେବେ ଏହା କେବଳ ଅନ୍ୟ ରାଜ୍ୟ ବାସୀଙ୍କ ପାଇଁ ନୁହେଁ ଏପରିକି ଯେଉଁମାନେ ଜରୁରୀ କାଳୀନ ପରିସ୍ଥିତିରେ କିମ୍ବା ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ।

ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ପରେ ଜିଲ୍ଲା ପ୍ରଶାସନ ଏହାର ରିଭ୍ୟୁ କରିବା ପରେ ଅନୁମତି ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.