Home ଓଡ଼ିଶା ନୂଆ ଏକାଡେମୀକ କ୍ୟାଲେଣ୍ଡର ଜାରୀ ..

ନୂଆ ଏକାଡେମୀକ କ୍ୟାଲେଣ୍ଡର ଜାରୀ ..

150

ନୂଆଦିଲ୍ଲୀ: ଉଚ୍ଚ ମାଧ୍ୟମିକ ଶ୍ରେଣୀ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ୍ ନିଶଙ୍କ ୮ ସପ୍ତାହ ପାଇଁ ବିକଳ୍ପ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି। NCERT ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି କ୍ୟାଲେଣ୍ଡର ନବମରୁ ଦ୍ଵାଦଶ ଶ୍ରେଣୀ ପାଇଁ ପ୍ରଯୁଜ୍ୟ ହେବ। ଏହି କ୍ୟାଲେଣ୍ଡରର ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଘରୁ ପଢ଼ିବା ସମୟରେ ଟେକ୍ନୋଲୋଜି ଏବଂ ସୋସିଆଲ ମିଡିଆ ଉପକରଣ ବ୍ୟବହାର କରିବା, ଯାହା ଦ୍ୱାରା ସେମାନେ ଅଧ୍ୟୟନ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ବିକଳ୍ପ ଏକାଡେମିକ୍ କ୍ୟାଲେଣ୍ଡର ଆରମ୍ଭ କରିବା ବିଷୟରେ ସୂଚନା ଦେଇଛନ୍ତି। ସେ ଏ’ ବାବଦରେ ଟୁଇଟ୍ କରି ଲେଖିଛନ୍ତି ଯେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପାଇଁ ଆସନ୍ତା ୮ ସପ୍ତାହ ଲାଗି ବିକଳ୍ପ ଏକାଡେମିକ୍ କ୍ୟାଲେଣ୍ଡର (AAC) ଗତକାଲି, ୧୫ ସେପ୍ଟେମ୍ବରରେ ଆରମ୍ଭ କରାଯାଇଛି। ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀଗୁଡିକ ପାଇଁ ଏକ ୧୨ ସପ୍ତାହ ବିକଳ୍ପ ଏକାଡେମିକ୍ କ୍ୟାଲେଣ୍ଡର ପୂର୍ବରୁ ପ୍ରକାଶିତ ହୋଇସାରିଛି। ଏହା ବ୍ୟତୀତ ସେକେଣ୍ଡାରୀ ଏବଂ ଉଚ୍ଚ ମାଧ୍ୟମିକ ପାଇଁ ମଧ୍ୟ ପୂର୍ବରୁ କ୍ୟାଲେଣ୍ଡର ଜାରି ହୋଇସାରିଛି। ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଛାତ୍ର, ଶିକ୍ଷକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ଅନଲାଇନ୍ ଶିକ୍ଷା, ଶିକ୍ଷା ସଂସ୍ଥା ମାଧ୍ୟମରେ କୋଭିଡ୍- ୧୯ ସହିତ ସକରାତ୍ମକ ଢଙ୍ଗରେ ମୁକାବିଲା କରିବା ଏବଂ ଅଧ୍ୟୟନରେ ଉନ୍ନତ ଫଳାଫଳ ପାଇବା ହେଉଛି କ୍ୟାଲେଣ୍ଡରର ଉଦ୍ଦେଶ୍ୟ।

ଅନ୍ୟପକ୍ଷରେ, ଯଦି ଆମେ ବିଦ୍ୟାଳୟ ଖୋଲିବା ବିଷୟରେ ଆଲୋଚନା କରିବା, ତେବେ ସରକାର ଅନଲକ୍ ୪ ଘୋଷଣା କରିଛନ୍ତି, କିନ୍ତୁ ଏ’ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ତେବେ, ୨୧ ସେପ୍ଟେମ୍ବରରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପାଇଁ ବିଦ୍ୟାଳୟ ଗୁଡ଼ିକ ଖୋଲାଯାଉଛି। କିନ୍ତୁ, ଏହା ମଧ୍ୟ ପିତାମାତାଙ୍କ ଲିଖିତ ଅନୁମତି ଉପରେ ନିର୍ଭର କରେ। ଏହାର ଅର୍ଥ ହେଉଛି ଯଦି ଛାତ୍ରମାନେ ୨୧ ତାରିଖରୁ ବିଦ୍ୟାଳୟକୁ ଯିବାକୁ ଚାହାଁନ୍ତି, ତେବେ ଏଥିପାଇଁ ସେମାନଙ୍କୁ ପିତାମାତାଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ। /- @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.