Home ଓଡ଼ିଶା ସ୍ୱଚ୍ଛନ୍ଦରେ ଆଇପିଏଲ ଉପଭୋଗ କରିବାକୁ ଜିଓର ଏକାଧିକ ନୂଆ କ୍ରିକେଟ୍ ପ୍ଲାନ୍‌

ସ୍ୱଚ୍ଛନ୍ଦରେ ଆଇପିଏଲ ଉପଭୋଗ କରିବାକୁ ଜିଓର ଏକାଧିକ ନୂଆ କ୍ରିକେଟ୍ ପ୍ଲାନ୍‌

118

ଜିଓ କ୍ରିକେଟ ପ୍ଲାନ୍‌ରେ ଗ୍ରାହକଙ୍କ ପାଇଁ ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ସହିତ ଡାଟା, ଭଏସ୍ ଓ ଏସ୍‌ଏମ୍‌ଏସ୍ ସେବାର ମିଳିତ ଲାଭ

ମୁମ୍ବଇ ୧୬-୯ (ଓଡ଼ିଆ ପୁଅ) : ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛି। ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ସୁବିଧା ମିଳିବା ସହିତ ହାଇସ୍ପିଡ୍ ଡାଟା, ଭଏସ୍ ଓ ଏସ୍‌ଏମ୍‌ଏସ୍ ସେବାର ମିଳିତ ଲାଭ ମଧ୍ୟ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ଗୁଡିକର ସୁଯୋଗ ନେଉଥିବା କ୍ରିକେଟପ୍ରେମୀମାନେ ଡିଜ୍‌ନି+ ହଟ୍‌ଷ୍ଟାର ଆପ୍‌ରେ ମାଗଣାରେ ଚଳିତ ସପ୍ତାହରୁ ଆରମ୍ଭ ହେଉଥିବା ଡ୍ରିମ୧୧ ଆଇପିଏଲ୍ ମ୍ୟାଚଗୁଡିକ ସହଜରେ ଦେଖିପାରିବେ।

ଜିଓ କ୍ରିକେଟ ପ୍ଲାନସମୂହ ଅଧୀନରେ ୧ମାସ, ୨ମାସ, ୩ ମାସ ଏବଂ ଏକବର୍ଷର ବୈଧତା ବିଶିଷ୍ଟ ପ୍ରିପେଡ ପ୍ଲାନ୍ ଆରମ୍ଭ କରାଯାଇଛି ଏବଂ ଏଥିମଧ୍ୟରୁ ପ୍ରତ୍ୟେକଟି ପ୍ଲାନ୍ ସହିତ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି।

୨୮ଦିନ ବୈଧତା ପ୍ରଦାନ କରୁଥିବା ୪୦୧ଟଙ୍କା ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା, ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି। ଅନୁରୂପ ଭାବେ ୫୬ଦିନ ବୈଧତା ରହିଥିବା ୫୯୮ଟଙ୍କା ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି। ସେହିଭଳି ୮୪ଦିନ ବୈଧତା ବିଶିଷ୍ଟ ୭୭୭ଟଙ୍କା ପ୍ଲାନ୍‌ରେ ଦୈନିକ ୧-୫ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି। ବାର୍ଷିକ ପ୍ଲାନ୍ ଭାବେ ଜିଓ ପକ୍ଷରୁ ୩୬୫ ଦିନ ବୈଧତା ରହିଥିବା ୨୫୯୯ଟଙ୍କା ପ୍ଲାନ୍ ଆରମ୍ଭ କରାଯାଇଛି ଯେଉଁଥିରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି।

ଏତଦ୍‌ବ୍ୟତୀତ ଆଇପିଏଲ ୨୦୨୦ ଅବସରରେ କ୍ରିକେଟପ୍ରେମୀଙ୍କର ଅଧିକ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ୪୯୯ ଟଙ୍କିଆ ଡାଟା ଆଡ୍‌ଅନ ପ୍ୟାକ୍ ଉପଲବ୍ଧ କରାଉଛି, ଯାହା ଦୈନିକ ୧-୫ ଜିବି ଡାଟା ପ୍ରଦାନ କରିବା ସହିତ ୩୯୯ ଟଙ୍କା ମୂଲ୍ୟର ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ କରାଉଛି। ଏହି ଡାଟା ଆଡ୍ ଅନ ପ୍ୟାକ୍‌ର ବୈଧତା ୫୬ଦିନ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.