Home Top News ବିଜେପିର ମିଶ୍ରଣ ପର୍ବ: ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଯଶସ୍ୱନୀ ରାଉତ ଏବଂ ତାଙ୍କ...

ବିଜେପିର ମିଶ୍ରଣ ପର୍ବ: ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଯଶସ୍ୱନୀ ରାଉତ ଏବଂ ତାଙ୍କ ସମର୍ଥକ ହେଲେ ସାମିଲ

118

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ତଥା ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ଜିଲ୍ଲା ସଭାପତି ନରେଶ ମହାପାତ୍ର, ଢେଙ୍କାନାଳର ବରିଷ୍ଠ ନେତା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଯଶସ୍ୱନୀ ରାଉତ ଏବଂ ତାଙ୍କ ସମର୍ଥକ ମାନେ ବିଜେପିରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଯଶସ୍ୱନୀ ରାଉତ ୨୦୧୯ ସାଧାରଣ ନିର୍ବାଚନରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନୀ ଏବଂ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିଲେ। ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପାଣିଭଣ୍ଡାର, ପାଣିଗେଙ୍ଗୁଟିଆ, ରୋଡ, ରେଣ୍ଠପାଟ ପଞ୍ଚାୟତର ପ୍ରଦ୍ୟୁମ୍ନ ଦେଉରୀ, ବୁଲୁ ନାୟକ, ପୁରନ୍ଦର ନାୟକ, ସନ୍ତୋଷ ବେହେରା, ବିଜୟ ନାୟକ, ସବିତା ବେହେରା, ବିପିନ ମହାରଣା, ବାଙ୍କନିଧୀ ସାହୁ, ପୀତବାସ ପରିଡ଼ା, ଜ୍ଞାନେନ୍ଦ୍ର ରାଉତ, କାଞ୍ଚନ ବେହେରା, ପ୍ରଦୀପ ମହାରଣା, ଗୀତା ନାଏକ, ଫକୀର ସାହୁ, ଅଶେଷ ବେହେରାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।


ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଉଭୟ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସହ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ନୀତିରେ ଦେଶରେ ଏକ ନୂଆ ଜାଗରଣ ତିଆରି ହୋଇଛି। ଓଡ଼ିଶାରେ ଆମେ ଦୁଇ ପାଦ ଆଗରେ ରହିଛୁ। ଜାତୀୟ ଗଣମାଧ୍ୟମରେ ହୋଇଥିବା ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଦେଶରେ ୭୦ରୁ ୭୫ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହା ୯୦ରୁ ୯୫ ପ୍ରତିଶତ ରହିଛି। ଭାରତ ବର୍ଷରେ ସବୁଠୁ ଲୋକପ୍ରିୟ ଏବଂ ଓଡ଼ିଶା ଲୋକଙ୍କ ଏକମାତ୍ର ପସନ୍ଦ ଯୋଗ୍ୟ ଜନନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ବିଜେପିର ବିକାଶ ଧାରାରେ ନିଜକୁ ସାମିଲ କରି ନୂଆ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ଯୋଗ ଦେଇଥିବା ନେତାମାନେ କହିଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, ବିଭୁତି ପ୍ରଧାନ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ସୋନାଲୀ ସାହୁ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.