Home Top News MGNREGS ଅଧୀନରେ ସମୟାନୁବର୍ତ୍ତୀ ଦେୟ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

MGNREGS ଅଧୀନରେ ସମୟାନୁବର୍ତ୍ତୀ ଦେୟ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

37

ଭୁବନେଶ୍ୱର ୨ -୧୧ (ଓଡ଼ିଆ ପୁଅ) MGNREGS ଅଧୀନରେ ବାକୀଥିବା ଦେୟକୁ ସମୟରେ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏକ ପତ୍ର ଲେଖି ପ୍ରକାଶ କରିଛନ୍ତିଯେ, “ମହାମାରୀର ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳର ଅର୍ଥନୈତିକ ପୁନର୍ଜୀବନ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଁ କୃତଜ୍ଞତା ଜଣାଉଛି।” ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ, ଓଡିଶାର MGNREGS ଅଧୀନରେ ୧୦୮୮.୭୨ କୋଟିର ଅର୍ଥ ପେଣ୍ଡିଙ୍ଗ ଥିବାରୁ ଏହାକୁ ଶୀଘ୍ର ରିଲିଜ୍‌ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଧ୍ୟାନ ଆକର୍ଷଣ କରିଛନ୍ତି।

ବାକୀ ଥିବା ରାଶି ମଧ୍ୟରେ ବେତନ ଭାବରେ ୩୭୭.୯୧ କୋଟି ଏବଂ ବସ୍ତୁ ଉପାଦାନ ଭାବରେ ୭୧୦.୮୧ କୋଟି ଟଙ୍କା।

ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ପ୍ରକାଶ କରିଛନ୍ତିଯେ, MGNREG ଅଧିନିୟମ ଅନୁଯାୟୀ ଗରିବ ଶ୍ରମିକମାନଙ୍କ ବେତନ ଠିକ୍ ସମୟରେ ପ୍ରଦାନ ହେଉଛି ଏକ ମୌଳିକ ଅଧିକାର। ସେହିଭଳି, MGNREGS ଅଧୀନରେ ସାମଗ୍ରୀ ଏବଂ ସ୍ଥାୟୀ ସମ୍ପତ୍ତି ସୃଷ୍ଟି ପାଇଁ ସାମଗ୍ରୀ ପାଇଁ ସମୟାନୁବର୍ତ୍ତୀ ଦେୟ ପ୍ରଦାନ ଆବଶ୍ୟକ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଅଧୀନରେ MGNREGS ମଜୁରୀ ଏବଂ ସାମଗ୍ରୀକ ଦେୟ ପାଇଁ ଠିକ ସମୟରେ ରିଲିଜ୍ ପାଇଁ ଉପଯୁକ୍ତ ପରାମର୍ଶ ଦିଆଯାଇପାରେ।

ପୁନଃ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କର ଧ୍ୟାନ ଆକର୍ଷଣ କରି ଲେଖିଛନ୍ତିଯେ, କୋଭିଡ ମହାମାରୀ ସମୟରେ ଅର୍ଥନୈତିକ କାର୍ଯ୍ୟକଳାପର ସ୍ତର ହ୍ରାସ ହେତୁ ବହୁ ସଂଖ୍ୟାରେ ପ୍ରବାସୀମାନେ ଫେରିଆସିଛନ୍ତି। ଏହାଦ୍ୱାରା ଗ୍ରାମଗୁଡିକରେ MGNREGS ଅଧୀନରେ ମଜୁରୀ ନିଯୁକ୍ତି ପାଇଁ ଦାବି ହୋଇଛି। ତେଣୁ, MGNREGS ଅଧୀନରେ ଓଡିଶାର ଶ୍ରମ ବଜେଟ୍ ୨୦୨୧-୨୨ ବର୍ଷ ପାଇଁ ୨୫ କୋଟି ବ୍ୟକ୍ତିଙ୍କ ଦିନକୁ ବୃଦ୍ଧି କରାଯାଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.