Home ଓଡ଼ିଶା ମାସିକ ଧର୍ମ ଏକ ପ୍ରାକୃତିକ ପ୍ରକ୍ରିୟା, ସଂସାର ସୃଷ୍ଟିର ପ୍ରକ୍ରିୟା: ଜାଗୃକତା ସୃଷ୍ଟିର ଆବଶ୍ୟକ ..

ମାସିକ ଧର୍ମ ଏକ ପ୍ରାକୃତିକ ପ୍ରକ୍ରିୟା, ସଂସାର ସୃଷ୍ଟିର ପ୍ରକ୍ରିୟା: ଜାଗୃକତା ସୃଷ୍ଟିର ଆବଶ୍ୟକ ..

111

ଭୁବନେଶ୍ୱର: ସଚେତନତାର ଅଭାବ ଆଜି ନାରୀଶକ୍ତିକୁ ଦୁର୍ବଳ କରିଛି। ଲଜ୍ଜା ଏବଂ ସଙ୍କୋଚ ଭିତରେ ଆବଦ୍ଧ ଏହି ନିରବ ସଂଘର୍ଷ ଦୀର୍ଘ ଦିନ ଧରି ସହ୍ୟ କରୁଛି ନାରୀ ଜାତି। ମାସିକ ଧର୍ମ ନାରୀ ଜାତି ପାଇଁ ଆଶୀର୍ବାଦ ହୋଇଥିଲେ ମଧ୍ୟ ଏହାକୁ ଅଭିଶାପ ରୂପେ ଦେଖୁଛି ଦୁନିଆ। ଲଦି ଦିଆଯାଉଛି ସାମାଜିକ କଟକଣା। ମୁକ୍ତଗାମୀ ହୋଇପାରୁନି ମାତୃଶକ୍ତି। ଯେ ରକ୍ତ ଝରାଇ ସୃଷ୍ଟିକୁ ବିସ୍ତାର କରୁଛି ସେ କୁଆଡ଼େ ହୋଇପାରେ ଅପବିତ୍ର? ଏ’ ମାନସିକତା କବଳରୁ ମୁକ୍ତି ପାଉନାହିଁ ମାନବ ସଭ୍ୟତା। ଏଥିପାଇଁ ନାରୀକୁ ଯୁଝିବାକୁ ପଡ଼ୁଛି ଅକଥନୀୟ କଷଣ। ତଥ୍ୟ ଅନୁଯାୟୀ, ୮୮% ରୁ ଅଧିକ ଭାରତୀୟ ମହିଳା ଋତୁସ୍ରାବ ସମ୍ବନ୍ଧିତ କୌଣସି ସୂଚନା ତଥା ଏହାର ସ୍ବଚ୍ଛତା ଏବଂ ସୁରକ୍ଷିତ ପ୍ରକ୍ରିୟା ସମ୍ପର୍କ ଶିକ୍ଷା ବାବଦରେ ଅଜ୍ଞ। ମାସିକ ଧର୍ମ ଏକ ପ୍ରାକୃତିକ ପ୍ରକ୍ରିୟା, ସଂସାର ସୃଷ୍ଟିର ପ୍ରକ୍ରିୟା। ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିବାର ଆବଶ୍ୟକତା ରହିଛି। ସମୟ ଆସିଛି ଆମକୁ ବୁଝିବାକୁ ପଡ଼ିବ, ବୁଝାଇବାକୁ ପଡ଼ିବ। ଜାଗୃକତା ସୃଷ୍ଟି କରିବାକୁ ହେବ ପ୍ରତ୍ୟେକଟି ନାଗରିକ ମଧ୍ୟରେ। ନାରୀ ରୂପୀ ମା’ର କଷଣକୁ ଦୂର କରିବା ଆମ କର୍ତ୍ତବ୍ୟ ହେବା ଆବଶ୍ୟକ। ଏହି ଚିନ୍ତାଧାରାକୁ ଆୟୁଧ କରି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା, ଯୁବା ନେତ୍ରୀ ଲିପିକା ବାରିକ ତାଙ୍କ ଜନ୍ମଦିନ ଅବସରରେ ସାବରଙ୍ଗ ଅଞ୍ଚଳରେ ଥିବା ଆଦିବାସୀ ବସ୍ତିକୁ ଯାଇ ସେଠାରେ ନିଜର ବାର୍ଥ ଡେ’ ପାଳନ କରିବା ଅବସରରେ ସେଠାରେ ବିସ୍କୁଟ, ଚକୋଲେଟ, ଫଳମୂଳ ସମେତ ମାସ୍କ ଆଦି ବଣ୍ଟନ କରିବା ସହ ଆଦିବାସୀ ମହିଳା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା, ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି ଏବଂ ଆଦିବାସୀ ମହିଳା ମାନଙ୍କୁ ପ୍ୟାଡ୍ (ସାନିଟାରୀ ନାପକିନ୍) ବଣ୍ଟନ କରିଛନ୍ତି। ସଂପୃକ୍ତ ବସ୍ତିରେ ଅନେକ ଶିଶୁ କୁପୋଷଣର ଶିକାର ହେଉଥିବା ନେଇ ଏହାର ପ୍ରତିକାର ଦିଗରେ ଜିଲ୍ଲା ପ୍ରଶାସନ ଏବଂ କ୍ଷମତାରେ ଥିବା ସ୍ଥାନୀୟ ନେତୃତ୍ୱ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଲିପିକା ବାରିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.