Home ଓଡ଼ିଶା ଲୋକସଭାର ଏଥିକ୍ସ କମିଟିର ବୈଠକ ଆଜି : ସାଧ୍ଵୀ ପ୍ରଜ୍ଞାଙ୍କର ବୟାନ ଉପରେ ହୋଇପାରେ ଆଲୋଚନା

ଲୋକସଭାର ଏଥିକ୍ସ କମିଟିର ବୈଠକ ଆଜି : ସାଧ୍ଵୀ ପ୍ରଜ୍ଞାଙ୍କର ବୟାନ ଉପରେ ହୋଇପାରେ ଆଲୋଚନା

337

ନୂଆ ଦିଲ୍ଲୀ ୨-୧୨ (ଓଡ଼ିଆ ପୁଅ) ଲୋକସଭାର ସାଂସଦମାନଙ୍କର ଆଚରଣ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ବିଚାର କରିବ କମିଟି। ଭୋପାଳରୁ ବିଜେପିର ଲୋକସଭା ସାଂସଦ ସାଧ୍ଵୀ ପ୍ରଜ୍ଞାଙ୍କ ଦ୍ଵାରା ଗୋଡସେଙ୍କୁ ନେଇକରି ଦିଆଯାଇଥିବା ବୟାନ ଉପରେ ଲୋକସଭାର ଆଚାର ସମିତି (Ethics Committee) ର ବୈଠକରେ ଆଜି ଆସଲୋଚନା ହୋଇପାରେ। ସମିତିରେ ଥିବା ବିରୋଧି ଦଳ ସାଂସଦ ଏହି ମାମଲାକୁ ଉଠାଇ ପାରନ୍ତି। ଅବଶ୍ୟ ପୂର୍ବରୁ ଅନ୍ୟ କୌଣସି ବିଷୟ ଉପରେ ଚର୍ଚ୍ଚା ହେବାର ଥିଲା କିନ୍ତୁ ଏବେ ଏହି ବୈଠକରେ ସାଧ୍ଵୀ ପ୍ରଜ୍ଞାଙ୍କର ବୟାନ ଉପରେ ଚର୍ଚ୍ଚା ହେବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟଯେ, ଶୁକ୍ରବାରଦିନ ଲୋକସଭାରେ ଯେତେବେଳେ ସାଧ୍ଵୀ ପ୍ରଜ୍ଞା ନିଜର ବୟାନ ଉପରେ ସ୍ପଷ୍ଟୋକ୍ତି ରଖିଥିଲେ ସେତେବେଳେ ଅନେକ ସାଂସଦ ଏହି ବିଷୟରେ ଆଚାର ସମିତି ପାଖରେ ରଖିବାକୁ ମତ ରଖିଥିଲେ।

ସାଂସଦମାନଙ୍କର ପାଇଁ ଆଚାର ସଂହିତା ପ୍ରସ୍ତୁତ କରିବା ଉପରେ ଚର୍ଚ୍ଚା ହୋଇପାରେ
ବିଜେପି ସାଂସଦ ଏବଂ ପାର୍ଟୀର ଅନୁସୂଚିତ ଜାତି ପ୍ରକୋଷ୍ଠର ଅଧ୍ୟକ୍ଷ ବିନୋଦ ସୋନକର ଏହି ସମିତିର ଅଧ୍ୟକ୍ଷ ଅଟନ୍ତି। ଏହି ନବଗଠିତ ସମିତିର ଆଜି ଦ୍ୱିତୀୟ ବୈଠକ। ବୈଠକର ମୁଖ୍ୟ ଆଜେଣ୍ଡା ଲୋକସଭା ସାଂସଦମାନଙ୍କର ଏକ ଆଚାର ସଂହିତା ପ୍ରସ୍ତୁତ କରିବା ଉପରେ ଚର୍ଚ୍ଚା କରିବା। ଗଣମାଧ୍ୟମ ରିପୋର୍ଟ ମୁତାବକ ସମିତି ସାଂସଦମାନଙ୍କର ଏକ ଆଚାର ସଂହିତା ପ୍ରସ୍ତୁତ କରିବା ସହିତ ଏହାକୁ ଉଲ୍ଲଙ୍ଘନ କଲେ କାରାଦଣ୍ଡର ପ୍ରାବଧାନ ମଧ୍ୟ କରିବାକୁ ଚାହୁଁଛନ୍ତି। ଅବଶ୍ୟ ଲୋକସଭାର ସାଂସଦମାନଙ୍କ ପାଇଁ ଏକ ଆଚାର ସଂହିତା ପ୍ରସ୍ତୁତ କରିବା ପାଇଁ ଯୋଜନା ୨୦୧୫ ରେ ହୋଇଥିଲା କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟ ହୋଇପାରିଲା ନାହିଁ। ଗତ ଲୋକସଭାରେ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡୱାଣୀ ସମିତିର ଅଧ୍ୟକ୍ଷଥିଲେ କିନ୍ତୁ ସମିତିର ଅଧିକ ବୈଠକ ହୋଇପାରିନଥିଲା।

ଗଣ ମାଧ୍ୟମ ସୂତ୍ର ମୁତାବକ ସମିତି ଲୋକସଭାର ସାଂସଦମାନଙ୍କର ଆଚରଣ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ବିଚାର କରିବ। ସାସଂଦମାନେ ସଦନରେ ଆସି ହଂଗାମା କରିବା ଆବଶ୍ୟକ କି ନାହିଁ, ତାଙ୍କୁ ସଦନରେ ନାରୋଦେବା ଆବଶ୍ୟକ କି ନାହିଁ, ତାଙ୍କୁ ନିଜର ହାତରେ ବ୍ୟାନର ଏବଂ ପୋଷ୍ଟର ରଖିବା ଆବଶ୍ୟକ କି ନାହିଁ, ଏପରି ଅନେକ ପ୍ରଶ୍ନ ଉପରେ ସମିତି ବିଚାର କରିବ ବୋଲି ଆଶଙ୍କା କରାଯାଉଛି। ସମିତିରେ ଅଧ୍ୟକ୍ଷଙ୍କ ସମେତ ସର୍ବମୋଟ ୧୫ଜଣ ସଦସ୍ୟ ଅଛନ୍ତି। ରାଜ୍ୟସଭା ପାଇଁ ଅଲଗା ଆଚାର ସମିତି ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.