Home ଓଡ଼ିଶା ହନୀଟ୍ରାପ ମାମଲା : ଅଡିଓ ଏବଂ ଭିଡ଼ିଓ ଜାରୀ କରିଥିବା ମିଡ଼ିଆ ସଂସ୍ଥାର ମାଲିକଙ୍କ ବିଭିନ୍ନ...

ହନୀଟ୍ରାପ ମାମଲା : ଅଡିଓ ଏବଂ ଭିଡ଼ିଓ ଜାରୀ କରିଥିବା ମିଡ଼ିଆ ସଂସ୍ଥାର ମାଲିକଙ୍କ ବିଭିନ୍ନ ଠିକଣାରେ ଛାପା – ୬୭ ମହିଳାଙ୍କ ସମେତ ଅନେକ କାଗଜପତ୍ର ଜବତ

660

ହନୀଟ୍ରାପ ମାମଲା : ଅଡିଓ ଏବଂ ଭିଡ଼ିଓ ଜାରୀ କରିଥିବା ମିଡ଼ିଆ ସଂସ୍ଥାର ମାଲିକଙ୍କ ବିଭିନ୍ନ ଠିକଣାରେ ଛାପା – ୬୭ ମହିଳାଙ୍କ ସମେତ ଅନେକ କାଗଜପତ୍ର ଜବତ
ଇନ୍ଦୋର ୨-୧୨ (ଓଡ଼ିଆ ପୁଅ) ଇନ୍ଦୋରରୁ ପ୍ରକାଶିତ “ସଞ୍ଜ ଲୋକସ୍ଵାମୀ” ନାମକ ଏକ ସାଂନ୍ଧ୍ୟ ଖବର କାଗଜର ୱେବସାଇଟରେ ହନି ଟ୍ରାପ ମାମଲା ସମ୍ବନ୍ଧିତ ରିପୋର୍ଟ ଏବଂ ଫୋଟୋଗ୍ରାଫ ପ୍ରକାଶିତ କରାଯାଇଥିଲା। ୱେବସାଇଟରେ ଏହି ମାମଲା ସମ୍ବନ୍ଧିତ ଭିଡିଓ ଏବଂ ଏକ ଅଡିଓ କ୍ଲିପ ମଧ୍ୟ ଅପଲୋଡ କରାଯାଇଥିଲା। ଏହା ପରେ ପୋଲିସ୍ ମିଡିଆ ସଂସ୍ଥାର ସଂପାଦକଙ୍କର ଘର ଏବଂ ତାଙ୍କ ମାଲିକାନାରେ ଥିବା ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଛାପାମାରିଥିଲା। ଶୁକ୍ରବାରଦିନ ବିଳମ୍ବିତ ରାତିରେ ଜିତେନ୍ଦ୍ର ସୋନୀଙ୍କର ଘର, ହୋଟେଲ, ରେଷ୍ଟ୍ୟୁରାଣ୍ଟ ଏବଂ ନାଇଟ କ୍ଲବ ଉପରେ ରେଡ ପଡ଼ିଥିଲା ଏହା ଅନେକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।

ସୂଚନାଯୋଗ୍ୟଯେ, ଶିବରାଜ ସିଂହ ଚୌହାନ ସରକାରରେ ମନ୍ତ୍ରୀ ଏବଂ ଜଣେ ପ୍ରଭାଵୀ ଅଧିକାରୀଙ୍କ ଉପରେ ରିପୋର୍ଟ ପ୍ରକାଶିତ ହେବା ପରେ ଏହି ଖବର କାଗଜ ଗତ ତିନି ଦିନ ସେହି ହନି ଟ୍ରାପ ମାମଲାରେ ଅଭିଯୋଗକାରୀ ହରଭଜନ ସିଂହଙ୍କର ଉପରେ ରିପୋର୍ଟ ଛାପୁଥିଲା। ଖବର କାଗଜ ଦାବି କରିଥିଲା କି ଅନେକ ନେତା ଏବଂ ଅଧିକାରୀମାନଙ୍କର ଅନେକ ଭିଡିଓ ତାଙ୍କ ପାଖରେ ଅଠି ଏବଂ ଆଗାମୀ ଦିନରେ ଏହି ମାମଲା ସମ୍ବନ୍ଧିତ ଲେଖା ଛପିଚାଲିବ।

ଅଡିଓ ଏବଂ ଭିଡ଼ିଓ ଜାରୀ କରିଥିବା ମିଡ଼ିଆ ସଂସ୍ଥାର ମାଲିକଙ୍କ ଘରେ ଶନିବାର ରାତ୍ରି ସମୟରେ ଛଅଟି ବିଭାଗର ସଂଯୁକ୍ତ କାର୍ଯ୍ୟାନୁଷ୍ଠାନରେ ବ୍ୟବସାୟୀ ଏବଂ ମିଡ଼ିଆ ସଂସ୍ଥାର ମାଲିକ ଜୀତୁ ସୋନୀଙ୍କର ଘର ଏବଂ ପ୍ରତିଷ୍ଠାନଗୁଡଡ଼ିକ ଉପରେ ଛାପା ମାରିଥିଲେ।

ହନୀଟ୍ରାପ ମାମଲାରେ ନୂଆ ଖୁଲାସା କରିଥିବା ମିଡ଼ିଆ ସଂସ୍ଥାର ମାଲିକଙ୍କର ବିଭିନ୍ନ ଠିକଣା ଉପରେ ପୁଲିସ ଏବଂ ପ୍ରଶାସନଙ୍କର ଟିମ ଛାପା ମାରି କାର୍ଯ୍ୟାନୁଷ୍ଠାନ କରିଥିଲା। ସଂସ୍ଥାର ମାଲିକ ଜୀତୁ ସୋନୀ ଏବଂ ତାଙ୍କର ପୁଅ ଅମିତ ସୋନୀଙ୍କ ଉପରେ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। କୁହାଯାଉଛିଯେ, ଜୀତୁ ସୋନୀ ଫେରାର ହୋଇଯାଇଥିବା ବେଳେ ତାଙ୍କ ପୁଅ ଅମିତ ସୋନୀକୁ ପୋଲ୍ସ୍ ଗିରଫ କରିଛି।

ଜୀତୁ ସୋନୀଙ୍କର ଆଲୋକ ନଗର ସ୍ଥିତ ଘର, ମାଇଁ ହୋମ, ୱେଷ୍ଟ ବେଷ୍ଟର୍ନ ହୋଟଲ ଏବଂ ଲୋକସ୍ଵାମୀ ଖବରକାଗଜର ପ୍ରିଂଟିଂଗ ପ୍ରେସ ଉପରେ ଛାପା ମରାଯାଇଥିଲା।

ହନୀଟ୍ରାପ ସମ୍ବନ୍ଧିତ ଅଡିଓ ଭିଡ଼ିଓ ପ୍ରକାଶନ ଉପରେ କାର୍ଯ୍ୟାନୁଷ୍ଠାନ :
ଜୀତୁ ସୋନୀ ନିଜର ଖବର କାଗଜ ଲୋକସ୍ଵାମୀ ଏବଂ ଚ୍ୟାନେଲ୍ ଉପରେ ଗତ କିଛି ଦିନ ହନୀଟ୍ରାପ ସମ୍ବନ୍ଧିତ ଅଡିଓ ଏବଂ ଭିଡ଼ିଓ ପ୍ରକାଶିତ ଏବଂ ପ୍ରସାରିତ କରୁଥିଲେ। ଏସଡିଏମ ରାକେଶ ଶର୍ମା, ସିଏସପି ଜ୍ୟୋତି ଉମଠଙ୍କ ସହିତ ପ୍ରଶାସନ, ପୁଲିସ, ଅବକାରୀ, ନଗର ନିଗମ, ଫୁଡ ଏବଂ ବିଜୁଳୀ କମ୍ପାନୀର ଅଫିସର ସମ୍ପୂର୍ଣ୍ଣ ରାତ୍ରି ପର୍ଯ୍ୟନ୍ତ ଜାଞ୍ଚ କରୁଥିଲେ। ଯେଉଁଥିରେ ଅନେକ କାଗଜପତ୍ର ବ୍ୟତୀତ ୬୭ ମହିଳା ଏବଂ ଶିଶୁ ମଧ୍ୟ ଧରାପଡ଼ିଛନ୍ତି। ଖବର ଅନୁଯାୟୀ ଏହି ମହିଳାମାନେ ଜୀତୁଙ୍କର ନାଇଟ କ୍ଲବରେ କାମ କରୁଥିଲେ।

ସେମାନଙ୍କ ଉପରେ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି
ଏଫଆଇଆରରେ କୁହାଯାଇଛିଯେ, ହୋଟଲରେ ରାତ୍ରୀ ପର୍ଯ୍ୟନ୍ତ ମଦ ପରଶାଯିବା, ମହିଳାମାନଙ୍କର ଅଶ୍ଲୀଳ ନୃତ୍ୟ ଏବଂ ଅନେକ ଅନୈତିକ ଗତିବିଧିଗୁଡ଼ିକର ଅଭିଯୋଗ ପୁଲିସକୁ ମିଳିଥିଲା। ଯାହା ଉପରେ ପୁଲିସ ପ୍ରଶାସନର ସଂଯୁକ୍ତ ଟିମ ଏହି ଛାପାମାରିବା ପରି କାର୍ଯ୍ୟାନୁଷ୍ଠାନ କରିଥିଲେ। ରବିବାରଦିନ ସକାଳେ ବ୍ୟବସାୟୀଙ୍କର ସମାଚାର ପତ୍ରର କାର୍ଯ୍ୟାଳୟକୁ ମଧ୍ୟ ସିଲ କରାଯାଇଥିଲା। ପୁଲିସ ହନୀଟ୍ରାପ ମାମଲାରେ ଅଭିଯୋଗକାରୀ ଇନ୍ଦୋର ନଗର ନିଗମର ଅଧିକାରୀ ହରଭଜନ ସିଂହଙ୍କର ଅଭିଯୋଗରେ ଜୀତୁ ସୋନୀ, ତାଙ୍କର ପୁଅ ଅମିତ ସୋନୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଆଇଟି ଆକ୍ଟ ଅନୁଯାୟୀ ଏଫଆଇଆର ରୁଜୁ କରିଛି। ଏହା ସାଥିରେ ଆର୍ମ୍ସ ଆକ୍ଟ ଏବଂ ହ୍ୟୁମାନ ଟ୍ରାଫିକିଂ ମାମଲା ମଧ୍ୟ ରୁଜୁ କରାଯାଇଛି।

ବିଜେପି ମହାସଚିବ କୈଲାଶ ବିଜୟବର୍ଗୀୟ ଏହାର ବିରୋଧ କରିଛନ୍ତି
ଏହି ଛାପାମାରିବା କାର୍ଯ୍ୟାନୁଷ୍ଠାନକୁ ବିଜେପି ମହାସଚିବ କୈଲାଶ ବିଜୟବର୍ଗୀୟ କହିଛନ୍ତି କି ପ୍ରତିଶୋଧ ନେବାର ଭାବନାରେ କାର୍ଯ୍ୟାନୁଷ୍ଠାନ କରାଯାଇଛି।
କୈଲାଶ ବିଜୟବର୍ଗୀୟ କହିଛନ୍ତି, “ହନିଟ୍ରାପ ମାମଲାକୁ ସରକାର ଦବାଇବାକୁ ଚେଷ୍ଟା କରୁଛି। କାରଣ ଏଥିରେ ମନ୍ତ୍ରୀଙ୍କଠାରୁ ଅଧିକାରୀ ପର୍ଯ୍ୟନ୍ତ ସଂଶ୍ଲିଷ୍ଟ ଥିଲେ। ଯଦି କୌଣସି ମିଡ଼ିଆ ସଂସ୍ଥା ଏହାକୁ ଉଜାଗର କରୁଛି ତେବେ ସେହି ସଂସ୍ଥା ଉପରେ ପ୍ରତିଶୋଧ ନେବାର ଭାବନାରେ କାର୍ଯ୍ୟାନୁଷ୍ଠାନ କରିବା ଠିକ ନୁହେଁ। କେଉଁଠାରେ ଭୁଲ ହେଉଛି ସେଠାରେ ସରକାର ଛାପା ମାରୁ, ମୋତେ ସେଥିରେ କୌଣସି ଆପତ୍ତି ନାହିଁ। କିନ୍ତୁ କେବଳ ଏହି କାରଣରୁ ଛାପା ମାରିବା କି ସେ ଜଣେ ଖବର କାଗଜର ମାଲିକ ଏବଂ ନିଜର ଖବରକାଗଜ ମାଧ୍ୟମରେ ସରକାରର ମନ୍ତ୍ରୀ ତଥା ଅଧିକାରୀମାନଙ୍କର ଅସଲ ଚେହେରା ଉଜାଗର କରିଥିଲେ। ସେଥିପାଇଁ ଛାପା ମାରିକରି ତାଙ୍କୁ ପ୍ରତାଡ଼ିତ କରିବାକୁ ଚେଷ୍ଟା କରିବା ଠିକ ନୁହେଁ।”
ହାଇକୋର୍ଟ କୁ ଦିଆଗଲା ୧୫ ଘଣ୍ଟାର ଭିଡ଼ିଓ ସିଡି
ଏହି ମାମଲାରେ ହାଇକୋର୍ଟରେ ୧୫ ଘଣ୍ଟାର ଭିଡ଼ିଓ ସିଡି ଦିଆଯାଇଛି। ସିଡିରେ ହନୀଟ୍ରାପର ଅଭିଯୁକ୍ତମାନଙ୍କ ସହିତ ପ୍ରଦେଶର ନେତା ଏବଂ ଅଫିସରମାନଙ୍କର ସମ୍ବନ୍ଧିତ ଅଡିଓ ରିକର୍ଡିଂଗ ଅଛି। ଯାଚିକାକର୍ତାଙ୍କର ଓକିଲ ମନୋହର ଦଲାଲ କହିଛନ୍ତି କି ଏହି ପ୍ରମାଣଗୁଡ଼ିକର ଦୁରୁପଯୋଗ ନ ହେଉ, ସେଥିପାଇଁ ଏହା କୋର୍ଟକୁ ଦିଆଯାଇଛି। ଏହା ସହିତ ହିଁ ସ୍ପଷ୍ଟ କରାଯାଇଛି କି ଯାଚିକାକର୍ତାଙ୍କୁ ଏହି ସିଡି ଇନ୍ଦୋରର ଏକ ସମାଚାର ପତ୍ରରୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.