Home Top News ନିଜ ବ୍ୟାନର୍ ନିଜେ ପୋଡ଼ିଦେଲା ମହିଳା ମୋର୍ଚ୍ଚା! ହେଲେ କାହିଁକି ?

ନିଜ ବ୍ୟାନର୍ ନିଜେ ପୋଡ଼ିଦେଲା ମହିଳା ମୋର୍ଚ୍ଚା! ହେଲେ କାହିଁକି ?

89

ଭୁବନେଶ୍ୱର: ନିଜ ବ୍ୟାନର୍ ନିଜେ ପୋଡ଼ିଦେଲା ବିଜେପି ମହିଳା ମୋର୍ଚ୍ଚା। ନିଜେ ଚଲାଇଥିବା ଏକ ଆନ୍ଦୋଳନରେ ବ୍ୟବହୃତ ନିଜ ଦ୍ୱାରା ପ୍ରସ୍ତୁତ ବ୍ୟାନରଟିକୁ ନିଜ ହାତରେ ନିଜେ ପୋଡ଼ିଦେଇଛି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା। ବାସ୍ତବରେ ଏଠି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ଏକ ଅଭିନବ ଢଙ୍ଗରେ ଏକ ପ୍ରତିବାଦ ଜଣାଇଛି। କିଛି ଦିନ ଧରି ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ଧଳା ଜହର (ଡ୍ରଗ୍ସ) ମୁକ୍ତ କରିବା ନେଇ ଆନ୍ଦୋଳନ ଚଲାଇ ଆସିଛି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା। ଏହା ଉପରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମହିଳା ମୋର୍ଚ୍ଚା ଚଲାଇ ଆସିଥିଲା ଦସ୍ତଖତ ଅଭିଯାନ। “ଭଦ୍ରକ ହେଉ ସଂପୂର୍ଣ୍ଣ ଧଳା ଜହର ମୁକ୍ତ” ଲେଖା ଥିବା ଏକ ବ୍ୟାନର ଜିଲ୍ଲାର ବିଭିନ୍ନ ସ୍ଥାନରେ, ବିଭିନ୍ନ ଛକ ମାନଙ୍କରେ ଲଗାଇ ଧଳା ଜହରର ଭୟାବହତା ନେଇ ଜନ ସଚେତନତା ସୃଷ୍ଟି କରାଇବା ଦିଗରେ ଦସ୍ତଖତ ଅଭିଯାନ ଚଳାଇଥିଲା ମହିଳା ମୋର୍ଚ୍ଚା। ଶେଷରେ ଏହି ଦସ୍ତଖତ ସଂଗୃହିତ ବ୍ୟାନର ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ଲକ୍ଷ ରଖିଥିଲା ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା।


ଏବେ ଶିକ୍ଷୟତ୍ରୀ ମମିତା ମେହର ହତ୍ୟା ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିବା ପରେ ମମିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କ ବହିଷ୍କାର, ଗିରଫ୍ ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀରେ ବିକ୍ଷୋଭ, ପ୍ରତିବାଦ, ଆନ୍ଦୋଳନ ଆଦି ଚଲାଇଛି ବିଜେପି। ମହିଳା ମୋର୍ଚ୍ଚା ଏହି ଆନ୍ଦୋଳନରେ ପ୍ରମୂଖ ଭୂମିକା ଗ୍ରହଣ କରୁଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିଜ ନାମରେ ଅଭିଯୋଗ ଆସିଥିବାରୁ ମନ୍ତ୍ରୀ ଦିବ୍ୟଶଙ୍କର ନିଜ ଆଡୁ ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହେବା କଥା। ସାରା ରାଜ୍ୟରୁ ଏହି ଦାବୀ ଉଠୁଥିବା ବେଳେ, ମନ୍ତ୍ରୀ କିନ୍ତୁ ତାହା ମାନିବାକୁ ନାରାଜ। ଏପରି ସ୍ଥଳରେ ଘଟଣାର ନିରପେକ୍ଷ ତଦନ୍ତ ଆଶା କରିବା ଏବଂ ମମିତା ନ୍ୟାୟ ପାଇବା ଉପରେ ସନ୍ଦେହ ସୃଷ୍ଟି ହେଉଛି। ନିଜେ ରକ୍ଷକ ଏଠି ଭକ୍ଷକ ସାଜିଛି। ତେଣୁ, ଏପରି ସ୍ଥିତିରେ ମନ୍ତ୍ରୀ ଦିବ୍ୟଶଙ୍କର ଠାରୁ ଧଳାଜହର ବିରୋଧରେ ପଦକ୍ଷେପ ଆଶା କରିବା ମଧ୍ୟ ବୃଥା ବୋଲି ଅନୁଭବ କରି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଆମେ ସେହି ବ୍ୟାନରକୁ ପୋଡ଼ି ଦେବାକୁ ନିଷ୍ପତ୍ତି ନେଲୁ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ଯୁବାନେତ୍ରୀ ହରପ୍ରିୟା ସାହୁ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସମେତ ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ଚୈତାଳି ଖିଲାର, ବିଷ୍ଣୁପ୍ରିୟା ଜେନା ଏବଂ ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ସାମିଲ୍ ଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.