Home ଓଡ଼ିଶା ୨୬ ବର୍ଷ ପରେ ଜେଲ୍ ରୁ ମୁକ୍ତି ପାଇଲେ ଆଜୀବନ କାରାଦଣ୍ଡ ଭୋଗୁଥିବା ବୃଦ୍ଧ

୨୬ ବର୍ଷ ପରେ ଜେଲ୍ ରୁ ମୁକ୍ତି ପାଇଲେ ଆଜୀବନ କାରାଦଣ୍ଡ ଭୋଗୁଥିବା ବୃଦ୍ଧ

96

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୧୧- ନୟାଗଡ ଜିଲ୍ଲା ରଣପୁର ସବ୍ ଜେଲ୍‌ରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେବୃଦ୍ଧ  ୨୬ ବର୍ଷ ୯ ମାସ ପରେ ଜେଲ୍ ବୋର୍ଡ ଦ୍ୱାରା ମୁକ୍ତି ପାଇଥିବା ଜଣାପଡିଛି । ବୃଦ୍ଧ ଜଣଙ୍କ ହେଉଛନ୍ତି ରଣପୁର ଥାନା ସିନ୍ଦୁରିଆ ଗ୍ରାମର  ଗିରିଧାରୀ ପରିଡା (୭୫) । ୧୯୯୪ ମସିହା ରେ ସିନ୍ଦୁରିଆ ଗ୍ରାମରେ ଘଟିଥିବା ଏକ ହତ୍ୟାକାଣ୍ଡ ରେ  ଗିରିଧାରୀ ଙ୍କୁ  ଆଜୀବନ କାରାଦଣ୍ଡ ହୋଇଥିଲା । ତାଙ୍କ ସହ ଅନ୍ୟ ୫ ଜଣ ମଧ୍ୟ କାରାଦଣ୍ଡ ଭୋଗୁଥିଲେ ।  ସେ ପ୍ରଥମେ ନୟାଗଡ ଜେଲ୍ , ଖଣ୍ଡପଡା , ପୁରୀ , ନିମାପଡା ଜେଲ ସହ ଏବେ ରଣପୁର ସବ୍ ଜେଲ ରେ ସଜ୍ଜା କାଟୁଥିଲେ ।  ତାଙ୍କ ସହ ସଜ୍ଜା କାଟୁଥିବା ଅଶୋକ କୁମାର ସାମନ୍ତାରାୟ  ପୁରୀ ଜେଲ୍ ରେ ଥିବା ବେଳେ  ଜେକ ଭିତରେ ଅଗ୍ନିକାଣ୍ଡ ଘଟି ମୁତ୍ୟୁ ବରଣ କରିଥିଲେ । ଅନ୍ୟ ୪ ଜଣ ମଧ୍ୟ କାରାଦଣ୍ଡ ଭୋଗୁଥିବା ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଗିରିଧାରୀ ଙ୍କୁ ମୁକ୍ତିପାଇଁ ଜେଲ୍ ବୋର୍ଡ କୁ ବାରମ୍ବାର କାଗଜାତ ପଠାଯାଉଥିଲେ ମଧ୍ୟ ମୁକ୍ତି ଆଦେଶ ମିଳୁନଥିଲା ।

ରଣପୁର ଜେଲର  ବାବୁଲି ବାରିକ ବୃଦ୍ଧ ଗିରିଧାରୀ ପରିଡା ର ଆଚାର ବ୍ୟବହାର ରେ ପରିବର୍ତ୍ତନ ଯୋଗୁଁ ମୁକ୍ତି ପାଇଁ ନାମ ସୁପାରିସ କରିଥିଲେ ।  ବୋର୍ଡ ପକ୍ଷରୁ ମୁକ୍ତି ଆଦେଶ ମିଳିବା ପରେ ନଭେନ୍ୱର ୨୪ ତାରିଖ ସକାଳୁ ମୁକ୍ତି କଦିଆଯାଇଥିଲା । ଜେଲ୍ ର ଅନ୍ତେବାସୀ ମାନେ  ଗିରିଧାରି ଙ୍କୁ ପୁଷ୍ପମାଲ୍ୟ ଦେଇ ମିଠା ଖୁଆଇଥିଲେ । ମୁକ୍ତି ପରେ ଗିରିଧାରୀ ଙ୍କୁ ପଚାରି ବାରେ କୁହନ୍ତି ଏତେଦିନ ପରେ ମୁକ୍ତି ପାଇବା ଯୋଗୁଁ ନୂଆ ଜୀବନ ଲାଭ କରି ଖୁସି ଅଛନ୍ତି । ଏହି ମୁକ୍ତିପାଇଁ ଭଗବାନ ଙ୍କ ସହ ଜେଲର ଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ଆଗାମୀ ଭବିଷ୍ୟତ ରେ ଭଗବାନ ଙ୍କ ନାମ ନେଇ ଜନସେବା କରିବେ ବୋଲି କହିଥିଲେ । ଆଚାର ବ୍ୟବହାର ପରିବର୍ତ୍ତନ ହେଲେ ଅପରାଧି ମଧ୍ୟ ଜେଲ୍ ରୁ ମୁକ୍ତି ପାଇପାରେ ଏହି କଢା ଜାଣି ଅନ୍ୟ ବନ୍ଦୀ ଓ ବିଚାରାଧିନ ବନ୍ଦୀ ସେମାନଙ୍କ ଆଚାର ବ୍ୟବହାର ରେ ପରିବର୍ତ୍ତନ ଆଣିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.