Home Top News ଆସୁଛି ନିର୍ବାଚନ, ଲାଗିଲା ରାଷ୍ଟ୍ରପତି ଶାସନ – ଅଙ୍ଗନବାଡ଼ିରେ ମିଳିବ ସପ୍ତାହକୁ ତିନିଟା ଅଣ୍ଡା

ଆସୁଛି ନିର୍ବାଚନ, ଲାଗିଲା ରାଷ୍ଟ୍ରପତି ଶାସନ – ଅଙ୍ଗନବାଡ଼ିରେ ମିଳିବ ସପ୍ତାହକୁ ତିନିଟା ଅଣ୍ଡା

169

ନୂଆ ଦିଲ୍ଲୀ ୨୪ ଫେବୃଆରୀ (ଓଡ଼ିଆ ପୁଅ) ଏବେ ପୁଡ଼ୁଚେରୀରେ ରାଷ୍ଟ୍ରପତିଙ୍କ ଶାସନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ମିଳିଛି। ୨୫ ରେ ପୁଡ଼ୁଚେରୀ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦଙ୍କ ଇସ୍ତଫା ଗ୍ରହଣ କରିବାର ଗୋଟିଏ ଦିନ ପରେ କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ରଶାସିତ ଅଞ୍ଚଳରେ ରାଷ୍ଟ୍ରପତି ଶାସନକୁ ଅନୁମୋଦନ କରିଛନ୍ତି ଏବଂ ଏହାକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଞ୍ଜୁର କରିଛନ୍ତି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁଡ଼ୁଚେରୀ ଗସ୍ତ। ଏହି ଗସ୍ତ ସମୟରେ କଂଗ୍ରେସ ଏକ ପ୍ରତିବାଦ କରିବ। ଭି ନାରାୟଣସ୍ୱାମୀଙ୍କ ନେତୃତ୍ୱାଧୀନ ସରକାରର ପତନ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଏହି ପୁରାତନ ଦଳ ମୋଦୀ ସରକାରଙ୍କ ଦ୍ୱାରା ଗଣତନ୍ତ୍ରର ହତ୍ୟାକୁ ବୋଲି କହିଛି।

ସୂଚନାଯୋଗ୍ୟଯେ, ୩୩ ସଦସ୍ୟ ବିଶିଷ୍ଟ ଗୃହରେ ପାଞ୍ଚ ଜଣ କଂଗ୍ରେସ ଏବଂ ଜଣେ ଦ୍ରାବିଡ଼ ମୁନ୍ନେଟ୍ରା କାଜଗାମ (ଡିଏମକେ) ବିଧାୟକଙ୍କର ଇସ୍ତଫା ପରେ ଫେବୃଆରୀ ୨୨ ରେ ନାରାୟଣସ୍ୱାମୀ ସରକାର ଫ୍ଲୋର ଟେଷ୍ଟରେ ସଂଖ୍ୟାଗରିଷ୍ଠତା ହରାଇବା ପରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଉପ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟଯେ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଉପରାଜ୍ୟପାଳ କିରଣ ବେଦିଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ତାମିଲାଇସାଇ ସୁନ୍ଦରରାଜନଙ୍କୁ ଦାୟୀତ୍ତ୍ୱ ଦିଆଯାଇଛି।

ଆଜି ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲାଇସାଇ ସୁନ୍ଦରାଜନ ପୁଡ଼ୁଚେରୀର ଅଙ୍ଗନୱାଡି କେନ୍ଦ୍ରରେ ସପ୍ତାହକୁ ୩ ଟି ଅଣ୍ଡା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ୬ ମାସରୁ ୬ ବର୍ଷ ବୟସର ପିଲାମାନଙ୍କୁ ସପ୍ତାହରେ ୩ଟି ଅଣ୍ଡା ଦିଆଯିବ। ପୂର୍ବରୁ ଗୋଟିଏ ଅଣ୍ଡା ଦିଆଯାଉଥିଲା।

ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲାଇସାଇ ସୁନ୍ଦରରାଜନ ଘୋଷଣା କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ପୁଡ଼ୁଚେରୀର ୮୫୫ ଅଙ୍ଗନୱାଡି କେନ୍ଦ୍ରରେ ୬ ମାସରୁ ୬ ବର୍ଷ ବୟସର ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.