Home ଓଡ଼ିଶା କୋଟଗଡ ବାଞ୍ଛାବନ୍ଧ ରେ ଫାଟ କମୁଛି ଜଳ ଧାରଣ କ୍ଷମତା ଅସ୍ତିତ୍ୱ ହରାଇବ ବନ୍ଧ

କୋଟଗଡ ବାଞ୍ଛାବନ୍ଧ ରେ ଫାଟ କମୁଛି ଜଳ ଧାରଣ କ୍ଷମତା ଅସ୍ତିତ୍ୱ ହରାଇବ ବନ୍ଧ

41

ନୟାଗଡ/୨୪/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଅନେକ ସମୟରେ ରାଜ୍ୟରେ ଖାଦ୍ୟାଭାବ ପଡିବା ସମୟରେ ସରକାରଙ୍କ ତରଫରୁ ଲୋକ ମାନଙ୍କୁ ଖାଦ୍ୟ ବିନିମୟ ରେ କାମ ଯୋଗାଇ ଦିଆଯାଇଥାଏ । ସେହିଭଳି ଭାବରେ ନୟାଗଡ ଜିଲ୍ଲା ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ ରେ ୧୯୮୮ ମସିହାରେ କୋଟଗଡ ଘାଟି ଠାରେ ଖାଦ୍ୟ ବିନିମୟ ରେ କାମ ଯୋଗାଇ ଦିଆଯାଇଥିଲା । ରଣପୁର ରାଜସୁନାଖଳା ରାସ୍ତା ର କୋଟଗଡ ଘାଟି ତଳେ ଏକ ବନ୍ଧ ନିର୍ମାଣ କରାଯାଇଥିଲା । ଯାହା କି ବାଞ୍ଛାବନ୍ଧ ନାମରେ ପରିଚିତ । ଏହି ବନ୍ଧ ରୁ ଲୋଧାଚୁଆ ପଞ୍ଚାୟତ ର ଅଡାଲ , ଗୋପୀମହନପୁର , ସାରଙ୍ଗଧରପୁର ,କୋଇଲମା ଓ ପାଟବେରଣା ଗ୍ରାମର ପ୍ରାୟ ୧୨୦ ଏକର ରୁ ଉର୍ଦ୍ଧ ଜମି ଜଳସେଚିତ ହୋଇ ଆସୁଥିଲା । କିନ୍ତୁ ବନ୍ଧ ଟି ରକ୍ଷଣା ବେକ୍ଷଣ ଅଭାବ ରୁ ପାହାଡ ରୁ ମାଟି ଆସି ପୋତି ହୋଇ ଗଲାଣି ।

ଯାହା ଫଳରେ ବାଞ୍ଛାବନ୍ଧ ଟି ଜଳ ଧାରଣ ର କ୍ଷମତା କମିବାରେ ଲାଗିଛି । ଏକ ଚାଷ ଜମିର ଭ୍ରମ ସୃଷ୍ଟି କରୁଛି । ଉପକୃତ ହେଉଥିବା ଚାଷୀ ମାନେ ଜଳ କର ଦେଉଥିଲେ ମଧ୍ୟ ଜମି ଜଳ ସେଚନ ପାଇଁ ଜଳ ପାଇ ପାରୁନାହାଁନ୍ତି । ଏ ସର୍ମ୍ପକେ ରଣପୁର କ୍ଷୁଦ୍ର ଜଳ ସେଚନ ବିଭାଗ ର ଦାଇତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଝୁନାରାଣୀ ମଙ୍ଗରାଜ ଙ୍କ ସହ ଯୋଗାଯୋଗ କରିବାରେ ବାଞ୍ଛାବନ୍ଧ କେବେ କେତେ ଟଙ୍କା ବିନିମୟ ରେ ହୋଇଥିଲା କହି ପାରିନଥିଲେ । ଅର୍ଥ ବ୍ୟୟ ବରାଦ ନଥିବାରୁ ପୁର୍ନର୍‌ର୍ଦ୍ଧାର ହୋଇ ନଥିବା କହିଥିଲେ । ଏ ସର୍ମ୍ପକ ରେ ନୟାଗଡ କ୍ଷୁଦ୍ର ଜଳସେଚନ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁପଦ ପଟ୍ଟାୟତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଏବେତ ଅର୍ଥ ର ଅଭାବ ରହିଛି ସରକାରଙ୍କ ନିକଟକୁ ବାଞ୍ଛାବନ୍ଧ ର ପୁର୍ନର୍‌ର୍ଦ୍ଧାର ପାଇଁ ପ୍ରସ୍ତାବ ପଠାଯିବ । ଅର୍ଥର ବ୍ୟୟ ବରାଦ ହେଲେ ଉନ୍ନତି କାର୍ଯ୍ୟ ଆରମ୍ଭ ହେବ । ଅପର ପକ୍ଷେ ବନ୍ଧର ବିଭିନ୍ନ ଯାଗାରେ ଫାଟ ସୃଷ୍ଟି ହେବା ଯୋଗୁଁ ଅସ୍ତିତ୍ୱ ହରାଇବାରେ ବସିଛି ବାଞ୍ଛାବନ୍ଧ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.