Home ଓଡ଼ିଶା ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

54

ବ୍ରହ୍ମପୁର: ଓଡ଼ିଶାର ପୂରାତନ ସହର ବ୍ରହ୍ମପୁର ମହାନଗର ସହ ସହରର ତଳି ଅଞ୍ଚଳକୁ ମିଶାଇବା ଏବଂ ଅନ୍ୟାନ୍ୟ ଦାବିକୁ ନେଇ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ତରଫରୁ ବ୍ରହ୍ମପୁର କମିଶନରଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ୨୦୦୮ ଡିସେମ୍ବର ୨୯ ତାରିଖର ଷ୍ଟେଟ ଗେଜେଟ ନୋଟିଫିକେସନରେ ସହର ତଳି ଅଞ୍ଚଳର ୧୮ଟି ପଞ୍ଚାୟତକୁ ସହର ସହିତ ମିଶ୍ରଣ କରାଯାଇ ବୃହତ ବ୍ରହ୍ମପୁର ଗଠନ ହେବ। କିନ୍ତୁ ମୂଖ୍ୟମନ୍ତ୍ରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ସ୍ତରର ଉଦାସୀନତା ଓ ବୈମାତୃକ ମନୋଭାବ ଯୋଗୁଁ ସହରରେ ବିକାଶ କାର୍ଯ୍ୟ ଅବହେଳିତ ହୋଇ ଆସୁଛି। ଏହା ସହ ସହରର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପ୍ଲାଏ ଓଭର ବ୍ରିଜ୍, ପାଦଚଲା ବ୍ରିଜ୍, ପାଦଚଲା ରାସ୍ତା ଆଦି ତିଆରି କରିବା ନିମନ୍ତେ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି। ଉପରୋକ୍ତ ଦାବୀ ଗୁଡ଼ିକ ଶିଘ୍ର ପୂରଣ ନହେଲେ ଫୋରମର କାର୍ଯ୍ୟକର୍ତ୍ତା ମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଫୋରମ ଉପସଭାନେତ୍ରୀ ବବିତା ପାତ୍ରଙ୍କ ସମେତ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି. ସୋମେଶ୍ୱର ରାଓ, ମାନସ ରଞ୍ଜନ ପାତ୍ର, ପ୍ରିତୀଷ ପାଣିଗ୍ରାହୀ, କିରଣ କୁମାର ପଣ୍ଡା, ରମେଶ ଚନ୍ଦ୍ର ପଣ୍ଡା ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.