Home ଜିଲ୍ଲା ପରିକ୍ରମା ହଜାର ହଜାର ଚାଷୀଙ୍କ ରବି ଫସଲ ଓ ଡାଳୁଅ ଧାନକୁ ଲୁଣାପାଣିରୁ ରକ୍ଷା କରିବା ଦାବିରେ...

ହଜାର ହଜାର ଚାଷୀଙ୍କ ରବି ଫସଲ ଓ ଡାଳୁଅ ଧାନକୁ ଲୁଣାପାଣିରୁ ରକ୍ଷା କରିବା ଦାବିରେ ସାଳନ୍ଦୀ ବିକାଶ ମଂଚର ଗଣଧାରଣା, ଜିଲା ପ୍ରଶାସନର ପ୍ରତିଶ୍ରୁତି ପରେ ସନ୍ଧ୍ୟାରୁ ହଦଗଡ ଛାଡିଲା ସାଳନ୍ଦୀକୁ ୩ ଶହ କ୍ୟୁସେକ୍ ମଧୁର ଜଳ

29

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଦୀଗର୍ଭରୁ ବେଆଇନ୍ ବନ୍ଧ ହଟାଇ ହଦଗଡ ଡ୍ୟାମ୍‌ର ମଧୁର ଜଳକୁ ସାଳନ୍ଦୀ ନଦୀକୁ ପ୍ରବାହିତ କରି ତିହିଡି ଓ ଚାନ୍ଦବାଲି ବ୍ଲକ୍ ଅଂଚଳରେ ଥିବା ହଜାର ହଜାର ହେକ୍ଟର ଡାଳୁଅ ଓ ରବି ଚାଷକୁ ଲୁଣା ଜୁଆର କବଳରୁ ରକ୍ଷା କରିବା ଦାବିରେ ଆଜି ସାଳନ୍ଦୀ ବିକାଶ ମଂଚ, ଚାନ୍ଦବାଲି-ତିହିଡି ଶାଖା ପକ୍ଷରୁ ଶତାଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଗଣଧାରଣା ସ୍ଥଳରେ ଉପସ୍ଥିତ ଥିବା ମଂଚର କର୍ମକର୍ତ୍ତା ଓ ଚାଷୀଙ୍କ ମଧ୍ୟରେ ଭଦ୍ରକ ମଂଚର ସାଧାରଣ ସଂପାଦକ ପ୍ରତାପ କୁମାର ପାଢୀ, ଉପସଭାପତି ଅନୁପ କୁମାର ମହାନ୍ତି ଓ ପ୍ରମୋଦ ରାୟ, ହୃଷିକେଶ ପଣ୍ଡା, ଭବେନ୍ଦ୍ର ସାହୁ, ବିଶ୍ୱକେଶରୀ ମହାନ୍ତି, ସ୍ୱଦେଶ ପଣ୍ଡା, ଅଜୟ ବାରିକ, ଚନ୍ଦ୍ରକାନ୍ତ ବାରିକ, ଜ୍ଞାନରଂଜନ ବିଶ୍ୱାଳ, ସଂଜୀବ ମହାନ୍ତି, ମାନସ ରଂଜନ ନାୟକ, ମୀନକେତନ ବିଶ୍ୱାଳ ପ୍ରମୁଖ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ତିହିଡି ଓ ଚାନ୍ଦବାଲି ବ୍ଲକ୍ ଅଧୀନରେ ଥିବା ଭୂଇଁବୃତ୍ତି, ମାଧପୁର, ଘଟପୁର, ନନ୍ଦପୁର, ଗୋବିନ୍ଦପୁର, ବାରସର, ଶ୍ୟାମସୁନ୍ଦରପୁର ଓ ଆରଡି ପଂଚାୟତରେ ଚଳିତ ଡାଳୁଅ ଓ ରବି ଫସଲରେ ହୋଇଥିବା ହଜାର ହଜାର ହେକ୍ଟର ଚାଷଜମି ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଳନ୍ଦୀ ଓ ଗେଙ୍ଗୁଟି ନଦୀରେ ଲୁଣାଜୁଆର ଯୋଗୁଁ ନଷ୍ଟ ହେବାକୁ ବସିଛି । ପ୍ରଶାସନିକ ଉଦାସୀନତା ଓ ସାଳନ୍ଦୀ ଜଳସେଚନ ବିଭାଗର ଅପରିଣାମଦର୍ଶିତା କାର୍ଯ୍ୟ ଯୋଗୁଁ ସେମାନେ ଏବେ ସର୍ବହରା ଅବସ୍ଥାରେ ପହଞ୍ôଚଛନ୍ତି ।

ସେମାନଙ୍କ ନିକଟରେ ଚାଷୀକୂଳ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଫଳରେ ଚଳିତ ରବି ଫସଲ ଓ ଡାଳୁଅ ଧାନ କ୍ଷେତକୁ ସାଳନ୍ଦୀର ମଧୁର ପାଣି ପ୍ରବାହ ପରିବର୍ତ୍ତେ ତିନିତର ମଧ୍ୟ ଦେଇ ଏହି ନଦୀ ମଧ୍ୟକୁ ପଶିଆସୁଥିବା ବିଷାକ୍ତ ଲୁଣାପାଣି ପ୍ରବାହ ସହସ୍ର ଏକର ଧାନଫସଲ ନଷ୍ଟ ହୋଇ ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଯିବାର ଅବସ୍ଥା ଦେଖାଦେଇଛି । ଏଥିପାଇଁ ହଦଗଡ ଡ୍ୟାମ୍‌ରୁ ଅନ୍ତତଃ ୫ଶହ କ୍ୟୁସେକ୍‌ରୁ ଉର୍ଦ୍ଧ୍ୱ ଜଳ ସାଳନ୍ଦୀ ନଦୀକୁ ଛଡାଗଲେ ସେମାନଙ୍କ ଜୀବନ ଜୀବିକା ରକ୍ଷା ହୋଇପାରିବ । ଏଣୁ ଏଭଳି ଏକ ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣାକୁ ହୃଦୟଙ୍ଗମ କରି ପ୍ରଶାସନ ସହସ୍ରାଧିକ ଚାଷୀ ପରିବାରଙ୍କ ଜୀବନ ଜୀବିକା ରକ୍ଷା କରିବା ଦିଗରେ ତୁରନ୍ତ ହଦଗଡ ଡ୍ୟାମ୍‌ରୁ ମଧୁର ଜଳ ନିଷ୍କାସନର ବ୍ୟବସ୍ଥା କଲେ ସେମାନଙ୍କ ପରିବାର ବଂଚି ଯାଆନ୍ତା ବୋଲି ନିବେଦନ କରିଛନ୍ତି । ନଚେତ୍ ଆସନ୍ତାକାଲି ଠାରୁ ଆମରଣ ଅନଶନ ଶହ ଗଣ ଆତ୍ମାହୂତି ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ତେବେ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କଲେକ୍ଟର ଧାରଣାରେ ବସିଥିବା ସାଳନ୍ଦୀ ବିକାଶ ମଂଚର କର୍ମକର୍ତ୍ତା ଓ ଚାଷୀ ପ୍ରତିନିଧିମାନଙ୍କ ସହ ଆଲୋଚନା ସନ୍ଧ୍ୟା ୫ଟା ସୁଦ୍ଧା ପାଣି ଛଡାଯିବାର ଦୃଢ ପ୍ରତିଶ୍ରୁତି ଦେବା ସହ ସ୍ମାରକପତ୍ର ଗ୍ରହଣ କରିôଥଲେ । ସର୍ବଶେଷ ସୂଚନାରୁ ଯାହା ଜଣାଯାଏ ପ୍ରଶାସନ ତାର ପ୍ରତିଶ୍ରୁତି ମୂଳେ ଆଜି ସନ୍ଧ୍ୟାରୁ ହଦଗଡ ଡ୍ୟାମ୍‌ରୁ ସାଳନ୍ଦୀ ନଦୀକୁ ୩ ଶହ କ୍ୟୁସେକ୍ ମଧୁର ଜଳ ଛାଡିଥିବାର ଜଣାପଡିଛି । ଏଥିପାଇଁ ସାଳନ୍ଦୀ ବିକାଶ ମଂଚ ପକ୍ଷରୁ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.