Home କେନ୍ଦୁଝର ସଢ଼ା ପଞ୍ଚାୟତର ସରପଞ୍ଚ ସମ୍ବର୍ଦ୍ଧିତ

ସଢ଼ା ପଞ୍ଚାୟତର ସରପଞ୍ଚ ସମ୍ବର୍ଦ୍ଧିତ

21

ହାଟଡିହି-୧୦ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲଙ୍କୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭୁବନେଶ୍ୱର ଠାରେ ସମ୍ବର୍ଦ୍ଧିତ କରାଯାଇଛି । ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଇତି ସାମନ୍ତ ପ୍ରମୁଖ ସଢ଼ା ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଜୟନ୍ତୀ ସାମଲ ଜଣେ ସଫଳ ନାରୀନେତ୍ରୀ ଭାବେ ନିଜ ପଞ୍ଚାୟତର ବିକାଶ ପାଇଁ ଯେପରି ନିଜକୁ ଉତ୍ସର୍ଗୀକୃତ କରିପାରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ମତପ୍ରକାଶ କରିଛନ୍ତି । ଜୟନ୍ତୀ ସାମଲଙ୍କୁ ଏପରି ଏକ ସମ୍ବର୍ଦ୍ଧନା ମିଳିବାପରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.