Home ଅପରାଧ ଗାଡ଼ି ଚଲାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିଠୁ ଲାଗୁ ହେଉଥିବା ନୂଆ ନିୟମ; ନଚେତ୍ ରଦ୍ଦ...

ଗାଡ଼ି ଚଲାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିଠୁ ଲାଗୁ ହେଉଥିବା ନୂଆ ନିୟମ; ନଚେତ୍ ରଦ୍ଦ ହୋଇପାରେ ଲାଇସେନ୍ସ୍

189

ନୂଆଦିଲ୍ଲୀ: ଅକ୍ଟୋବର ୧ ତାରିଖରୁ ସୂଚନା ପ୍ରଯୁକ୍ତି ବିଦ୍ୟା (IT) ସହାୟତାରେ ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଡ୍ରାଇଭର ମାନଙ୍କ ଆଚରଣ ଉପରେ ଅନଲାଇନ୍ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପୋଲିସ୍ ଭ୍ରମଣକାରୀ ଅଧିକାରୀଙ୍କ ସହ ଅସଦାଚରଣ କରିବା, ଗାଡ଼ି ନଅଟକାଇବା, ଟ୍ରକ୍ କ୍ୟାବିନରେ ଯାତ୍ରୀ ଚଢ଼ାଇବା ଆଦି କାରଣରୁ ଭାରି ଜୋରିମାନା ଏବଂ ଡ୍ରାଇଭିଂ ଲାଇସେନ୍ସ (DL) ବାତିଲ ହୋଇପାରେ। ପୋର୍ଟାଲରେ ସରକାର ଏହାର ରେକର୍ଡ ରଖିବେ। ଭବିଷ୍ୟତରେ ଡ୍ରାଇଭରଙ୍କ ଆଚରଣ ଉପରେ ଏହା ଅନଲାଇନ୍ ମନିଟରିଂକୁ ଅନୁମତି ଦେବ। ପୋର୍ଟାଲରେ ଡ୍ରାଇଭିଂ ଲାଇସେନ୍ସ୍ ଏବଂ ଯାନ ଗୁଡ଼ିକର ଡକ୍ୟୁମେଣ୍ଟ୍ ରଖିବାର ସୁବିଧା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେଉଛି। ଟ୍ରାଫିକ ପୋଲିସ ଏବଂ ପରିବହନ ଅଧିକାରୀମାନେ ମୂଳ ଦଲିଲ ଦାବି କରିପାରିବେ ନାହିଁ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନୂତନ ନିୟମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିସାରିଛି। ମୋଟର ଯାନ ଅଧିନିୟମ ୧୯୮୮ର ଧାରା ୧୯, ୨୧ ଆଦି ଅନୁଯାୟୀ, ବସ୍ କିମ୍ବା ଟ୍ୟାକ୍ସିରେ ଅଧିକ ଯାତ୍ରୀ ବସାଇବା, ଯାତ୍ରୀଙ୍କ ସହିତ ଅସଦାଚରଣ କରିବା, ରହଣୀ ସ୍ଥାନରେ ଯାତ୍ରୀଙ୍କୁ ନଓହ୍ଲାଇବା, ଗାଡ଼ି ଚଲାଇବା ସମୟରେ ଧୂମପାନ କିମ୍ବା ମଦ୍ୟପାନ କରିବା, ଅନାବଶ୍ୟକ ଭାବରେ ଧୀରେ ଗାଡ଼ି ଚଳାଇବା, ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଅଧିକ ସମୟ ନେବା, ଟ୍ରକର ପଛପଟେ କିମ୍ୱା କ୍ୟାବିନରେ ଯାତ୍ରୀ ବସାଇବା, ଗାଡ଼ି ରଖିବାକୁ ଇସାରା ଦେବା ସତ୍ତ୍ୱେ ଗାଡ଼ି ନରଖିବା ଆଦି ଡ୍ରାଇଭରକୁ ମହଙ୍ଗା ପଡ଼ିବ।

ଟ୍ରାଫିକ ପୋଲିସ ଏଭଳି ଡ୍ରାଇଭରଙ୍କ ଉପରେ ଜୋରିମାନା ଦେଇ ଡ୍ରାଇଭିଂ ଲାଇସେନ୍ସ୍ ବାତିଲ କରିପାରେ। ଏହିପରି ଡ୍ରାଇଭର ମାନଙ୍କର ଗାଡ଼ି ପଞ୍ଜୀକରଣକୁ ସ୍ଥଗିତ କିମ୍ବା ବାତିଲ କରିବାର ବ୍ୟବସ୍ଥା ରହିବ। ଟ୍ରାଫିକ ପୋଲିସ ଏବଂ ଆରଟିଓଙ୍କୁ ନିୟମ ଉଲଘଂନକାରୀଙ୍କ ଠାରୁ ଆଦାୟ କରାଯାଇଥିବା ପେନାଲ୍ଟି ରାଶି କିମ୍ୱା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଆଦି ବିଷୟରେ ପୋର୍ଟାଲରେ ସୂଚନା ପ୍ରବେଶ କରିବା ବାଧ୍ୟତାମୂଳକ ହେବ। ଏହା ସହିତ ପୋର୍ଟାଲକୁ ପ୍ରତିଦିନ ଅପଡେଟ୍ କରିବାକୁ ପଡ଼ିବ। ଯାହା ଦ୍ୱାରା ଏହା ଅନଲାଇନରେ ଦେଖାଯାଇ ପାରିବ। ନୂତନ ଆଇନରେ ଦଣ୍ଡିତ ଡ୍ରାଇଭରଙ୍କ ଆଚରଣ ବିଷୟରେ ଉଲ୍ଲେଖ କରିବାକୁ ପଡ଼ିବ। ଯାହା ଦ୍ୱାରା ଡ୍ରାଇଭରକୁ ଅନଲାଇନରେ ଟ୍ରାକ କରାଯାଇ ପାରିବ। ଜନସାଧାରଣଙ୍କ ପାଇଁ ଉଦ୍ବେଗ, ବିପଦ ସୃଷ୍ଟି କରୁଥିବା, ଯାତ୍ରୀଙ୍କ ଉପରେ ଆକ୍ରମଣ କରୁଥିବା, ଗାଡ଼ି ଚୋରି କରିଥିବା, ଯାତ୍ରୀଙ୍କ ଜିନିଷପତ୍ର ଚୋରି କରିଥିବା ଡ୍ରାଇଭରଙ୍କ ଲାଇସେନ୍ସ୍ ରଦ୍ଦ କରିବା ନେଇ ପ୍ରଥମ ଥର ପାଇଁ ବ୍ୟବସ୍ଥା କରାଯାଇଛି। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.