Home ଓଡ଼ିଶା ବେରୋଜଗାରଙ୍କ ପାଇଁ ସ୍ୱରୋଜଗାର ସମ୍ଭାବନା: ଏମଏସଏମଇ ଯୋଗ୍ୟ ହିତାଧିକାରୀ ଋଣରୁ ବଞ୍ଚିତ ପାଇଁ ବ୍ୟାଙ୍କ ରହି...

ବେରୋଜଗାରଙ୍କ ପାଇଁ ସ୍ୱରୋଜଗାର ସମ୍ଭାବନା: ଏମଏସଏମଇ ଯୋଗ୍ୟ ହିତାଧିକାରୀ ଋଣରୁ ବଞ୍ଚିତ ପାଇଁ ବ୍ୟାଙ୍କ ରହି ପାରନ୍ତି ଉତ୍ତରଦାୟୀ- ପ୍ରତାପ ଷଡ଼ଙ୍ଗୀ

879

ନୂଆଦିଲ୍ଲୀ: ବେକାର ସମସ୍ୟାରୁ ମୁକ୍ତି ତଥା ବେରୋଜଗାର ମାନଙ୍କ ପାଇଁ ରୋଜଗାର ସୃଷ୍ଟି କରାଇବାର ମାଧ୍ୟମକୁ ସରଳିକରଣ କରିବା ପାଇଁ ଅଣ୍ଟା ଭିଡ଼ିଛି ମୋଦୀ ସରକାରଙ୍କ ଏମଏସଏମଇ ମନ୍ତ୍ରାଳୟ।ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ (ଏମଏସଏମଇ)ରେ ଯୋଗ୍ୟ ହିତାଧିକାରୀ ଋଣ ପାଇବାରୁ ବଞ୍ଚିତ ପାଇଁ ଭବିଷ୍ୟତରେ ବ୍ୟାଙ୍କ ଗୁଡ଼ିକ ଉତ୍ତରଦାୟୀ ରହିପାରନ୍ତି।ଏପରି କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ (ଏମଏସଏମଇ) ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।ନିତିନ ଗଡ଼କରୀ ଏହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି।ପ୍ରତାପ କହିଛନ୍ତି, ବ୍ୟାଙ୍କ ଗୁଡ଼ିକର ଅସହଯୋଗ କାରଣରୁ ଏମଏସଏମଇ ସେକ୍ଟର କ୍ଷେତ୍ରରେ ବିକାଶରେ ଅନେକ ସମୟରେ ବାଧା ଉପୁଜୁଛି।ଏବଂ ଏହି ସମସ୍ୟାର ସମାଧାନ ପାଇଁ ଏମଏସଏମଇ ମନ୍ତ୍ରାଳୟ ଅର୍ଥ ମନ୍ତ୍ରାଳୟ ସହ ଆଲୋଚନା କରୁଛି।ପ୍ରତାପ କହିଛନ୍ତି କି, ଏମଏସଏମଇ ସ୍ଥାନୀୟ ସ୍ତରରେ ଏବଂ ସବୁଠୁ କମ୍ ପୁଞ୍ଜି ନିବେଶ ଭିତରେ ଅଧିକ ରୋଜଗାର ସୃଷ୍ଟି କରାଇବାର କ୍ଷେତ୍ର ହୋଇଥାଏ।ସରକାରଙ୍କ ଉପରେ କମ୍ ବୋଝ ଏବଂ କମ୍ ନିବେଶ ପଡ଼ୁଥିବା କାରଣରୁ ବ୍ୟାଙ୍କ ଗୁଡ଼ିକ ପାଇଁ ଲୋନ୍ ଦେବାରେ ମଧ୍ୟ କମ୍ ରିସ୍କ ରହିଥାଏ।କିନ୍ତୁ, ବ୍ୟାଙ୍କ ଗୁଡ଼ିକର ଅସହଯୋଗ କାରଣରୁ ଏହି କ୍ଷେତ୍ରର ବିକାଶରେ ବାଧା ଉପୁଜି ଆସୁଛି।ଅର୍ଥ ମନ୍ତ୍ରଳାୟ ସହିତ ଆଲୋଚନା କରି ଏହାର ସମାଧାନ ଖୋଜାଯାଉଛି।ଭବିଷ୍ୟତରେ ଏମଏସଏମଇ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ଦେବାରେ ଅମଙ୍ଗ ହେଲେ ବ୍ୟାଙ୍କକୁ ଉତ୍ତର ଦାୟୀ କରାଯାଇ ପାରେ ବୋଲି କହିଛନ୍ତି ଏମଏସଏମଇ, ମତ୍ସ୍ୟ ଓ ପଶୁସମ୍ପଦ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। //-ଦେବଦତ୍ତ ରଥ

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!

ପାକିସ୍ଥାନରେ ସଂଖ୍ୟାଲଘୁଙ୍କ ଅବସ୍ଥା: ଘରୁ ଉଠାଇନେଲେ, ଧର୍ମ ପରିବର୍ତ୍ତନ କରି ନିକାହ କଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.