Home ଅପରାଧ ପାକିସ୍ଥାନରେ ସଂଖ୍ୟାଲଘୁଙ୍କ ଅବସ୍ଥା: ଘରୁ ଉଠାଇନେଲେ, ଧର୍ମ ପରିବର୍ତ୍ତନ କରି ନିକାହ କଲେ

ପାକିସ୍ଥାନରେ ସଂଖ୍ୟାଲଘୁଙ୍କ ଅବସ୍ଥା: ଘରୁ ଉଠାଇନେଲେ, ଧର୍ମ ପରିବର୍ତ୍ତନ କରି ନିକାହ କଲେ

1269

ନୂଆଦିଲ୍ଲୀ: ଭାରତରେ ସଂଖ୍ୟାଲଘୁ ମୁସଲିମଙ୍କ ସହ ଅତ୍ୟାଚାର ହେଉଛି ବୋଲି ଅଭିଯୋଗ କରୁଥିବା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପାକିସ୍ଥାନରେ ସଂଖ୍ୟାଲଘୁ କିପରି ଅତ୍ୟାଚାରିତ ହେଉଛନ୍ତି ତାର ଏକ ଘଟଣା ସାମ୍ନାକୁ ଆସିଛି।ଜଗଜିତ କୌର ନାମକ ଜଣେ ଶିଖ ଯୁବତୀଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇ ନିକାହ କରାଯାଇଛି।ଯୁବତୀଙ୍କ ବାପା ଜଣେ ଶିଖ ପୂଜାରୀ।ସଂପୃକ୍ତ ଯୁବତୀଙ୍କ ପରିବାର ଏ’ନେଇ ଥାନାକୁ ଯାଇ ଅଭିଯୋଗ କରି ନ୍ୟାୟ ପାଇବାରେ ବିଫଳ ହୋଇଛନ୍ତି।ଓଲଟି ନିରବ ରହିବାକୁ ସେମାନଙ୍କ ପରିବାରକୁ ଧମକ ଦିଆଯାଉଛି।ତେଣୁ ଯୁବତୀଙ୍କ ଭାଇ ଏକ ଭିଡିଓ ଜାରି କରି ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ଚିଫ୍ ଜଷ୍ଟିସଙ୍କୁ ଗୁହାରୀ କରି ନ୍ୟାୟ ମାଗିଛନ୍ତି।ନଚେତ ସଂପୂର୍ଣ୍ଣ ପରିବାର ସାମୂହିକ ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି।ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରେନ୍ଦ୍ର ସିଂ ଏ’ନେଇ ସଂଜ୍ଞାନ ନେବାକୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏଣେ ଶିରୋମଣି ଅକାଳୀ ଦଳ ନେତା ମଞ୍ଜିଦର ଏସ. ଶୀର୍ଷା ସାରା ବିଶ୍ୱରେ ଥିବା ଶିଖ ସଂପ୍ରଦାୟକୁ ଏହାକୁ ନେଇ ସ୍ୱର ଉତ୍ତୋଳନ କରିବାକୁ ଅପିଲ୍ କରିଛନ୍ତି।//-ଦେବଦତ୍ତ ରଥ

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.