ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ଜନ୍ମିତ ପିତା ମାତା ବୃଦ୍ଧା ଅବସ୍ଥାରେ ନିଜ ଝିଅ ପୁଅ ଙ୍କ ଠାରୁ ମାଡ ଖାଉଥିବା ର ଦୃଶ୍ୟ ଭାଇରାଲ ହେବା ପରେ ଆମେ ଏହାର ଖବର ପରିବେଷଣ କରିଥିଲୁ।ଅନେକ ଲୁହ ଲହୁ ପିଇ ନିଜ ଜନ୍ମିତ ସନ୍ତାନ ସନ୍ତତି ମାନଙ୍କୁ ମଣିଷ କରିବା ପାଇଁ ପ୍ରତ୍ୟେକ ଟି ବାପା ମା ଙ୍କର ହୃଦୟ ଭିତରେ ଥାଏ ଅନେକ ସ୍ୱପ୍ନ।ମାତ୍ର ସେହି ସନ୍ତାନ ସନ୍ତତି ମାନେ ଯେ ନିଜ ସ୍ୱାର୍ଥ ଆଶାରେ ବାପା ମା କୁ ପର କରି ପାରନ୍ତି ଓ ନିର୍ଯ୍ୟାତନା ଦିଅନ୍ତି ଏହି ଭଳି ଏକ ସ୍ପର୍ଷ କାତର ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବାସୁଦେବ ପୁର ବ୍ଲକ୍ ପଢୁଆ ଗ୍ରାମ ପଞ୍ଚାୟତ ରେ। ୬୩ ବର୍ଷର ଭିନ୍ନକ୍ଷମ ପିତା ଅଭୟ କୁମାର ସାହୁ ଓ ମା ଶାନ୍ତିଲତା କିପରି ପରିଣତ ବୟସରେ ନିଜ ବିବାହିତା କନ୍ୟା ମମତାଞ୍ଜଳି ସାହୁ ଓରଫ ହାତି, ପୁତ୍ର ଅରବିନ୍ଦ (୩୦) ଓ ସାନଝିଅ ଦୀପାଞ୍ଜଳି (୨୪) ଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ଏବେ ବାରଘର ଶୁଣ୍ଢିପିଣ୍ଡା ହେଉଛନ୍ତି, ତାହାର ବିକଳ ଦୃଶ୍ୟ ଯାହାକି ସଭ୍ୟ ସମାଜ ପାଇଁ ଏକ ଚେତାବନୀ ।କିଛି ଦିନ ପୂର୍ବରୁ ଦୁଇ ଝିଅ ଓ ପୁଅ ବୃଦ୍ଧା ମା ଙ୍କୁ ମାଡ ମାରୁଥିବା ର ଦୃଶ୍ୟ କୁ ନେଇ ଆମେ ଖବର ପରିବେଷଣ କରିଥିଲୁ।କିଏ ମାରୁଛି କାହିଁକି ମାରୁଛି ସେ କଥା ର ଅନୁସନ୍ଧାନ କଲା ବେଳେ ଆମ ହାତରେ ଲାଗିଥିଲା ଏକ ରୋଚକ ଘଟଣା । ସମ୍ପତ୍ତି ବାଡ଼ି ହଡପ କରିବା ଯୋଜନା ରେ ବିବାହିତ ବଡ ଝିଅ ଙ୍କ ପ୍ରରୋଚନାରେ ଅବିବାହିତ ପୁଅ ଝିଅ ରଚିଥିଲେ ଏକ ସାଙ୍ଘାତିକ ଷଡ଼ଯନ୍ତ୍ର।ବାପା ମା ଙ୍କୁ ସେବା କରିବା ତ ଦୂରର କଥା ମାତ୍ର ଅର୍ଥ ନିଶା ଜନ୍ମିତ ପୁଅ ଝିଅ ଙ୍କୁ ଏମିତି ଘାରିଥିଲା ଯେ ସେମାନେ ପାଲଟି ଯାଇଥିଲେ ପିଶାଚ ।ନିଜ ବାପ ମା ଙ୍କୁ ମରଣାନ୍ତକ ଆକ୍ରମଣ କରି କୋଟିପତି ହେବାର ନିଶା େଏ୍ୱ ଦୁଇ ଝିଅ ଓ ଏକ ମାତ୍ର ପୁଅ ପାଇଁ ପଡ଼ିଛି ମହଙ୍ଗା। ଘଟଣା କୁ ନେଇ ଆମେ ପ୍ରଥମେ ଖବର ପରିବେଷଣ କରିବା ପରେ ଆକ୍ସନ ମୋଡ ରେ ଆସିଥିଲା ବାସୁଦେବ ପୁର ପୋଲିସ ।କେସ୍ ନମ୍ବର ୫୩୬/୨୬ ମୂଳେ ମାମଲା ରୁଜ୍ଜୁ ହେବା ପରେ ଗିରଫ ଭୟରେ ଘର ଛାଡି ରାତାରାତି ଫେରାର ଦୁଇ ଝିଅ ଓ ପୁଅ।ମାତ୍ର ଦର୍ଶକ ବନ୍ଧୁ ଘଟଣା ଏଇଠି ସରିନାହିଁ କିପରି ନିଜର ଜନ୍ମିତ ପିତା ମାତା ଙ୍କୁ ମୃତ ସଜାଇ ସମ୍ପତ୍ତି ହଡପ କରିବା ପାଇଁ ଦୁଇ ଝିଅ ଓ ପୁଅ କରିଥିଲେ ମାଷ୍ଟର ପ୍ଲାନ୍।ବିଦ୍ୟୁତ ବିଲ୍ ହିଁ ଖୋଲିଛି ସାଂଘାତିକ ଷଡ଼ଯନ୍ତ୍ରର ଯୋଜନା ।ନିଜ ବାପା ଙ୍କ ନାମ ରେ ଚଳିତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଥିବା ବେଳେ ନିଜ ବାପା ଙ୍କୁ ମୃତ ସଜାଇ ଠକେଇ ଏପିଡେବିଟ୍ କରି ମୃତ ଜେଜେ ବାପା ଙ୍କୁ ନିଜର ବାପ ସଜାଇ ସେହି ଅନୁସାରେ ବିଶ୍ୱାସ ଘାତକ ପୁଅ ବିଦ୍ୟୁତ ବିଲ୍ ରେ ଆଣିଥିଲା ସଂଶୋଧନ । ଏବଂ ବାପ ଜାଗାରେ ନିଜ ନାମ ଦର୍ଶାଇ ବା ସହ ସମ୍ପତ୍ତି ବାଡ଼ି ବିକ୍ରି କରିବା ପାଇଁ ନିଜ ବିବାହିତ ଭଉଣୀ ପରାମର୍ଶ ରେ ରଚିଥିଲା ଅଭିନବ ଷଡ଼ଯନ୍ତ୍ର। ଏ ପ୍ରତିନିଧି ହାତରେ ଠୋସ୍ ପ୍ରମାଣ ଲାଗିଥିଲ।।ଏଇଥିରୁ ଆପଣ ଅନୁମେୟ କରିପାରିବେ ନିଜର ରକ୍ତ କିପରି ସାଜେ ବଇରି।ଏବେ ନିଜ ବୃଦ୍ଧା ପିତା ମାତା ଙ୍କୁ ମାଡ ମାରି ଗାଁ ଲୋକ ଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିବା ସେହି ଦୁଇ ଝିଅ ଓ ପୁଅ କେବେ ପୋଲିସ ର ଶକ୍ତ ପଞ୍ଜାକୁ ଆସିବେ, ତାହା ଦେଖିବାକୁ ବାକି ରହିଲା।







