Home ଓଡ଼ିଶା ଘାଟିରେ ଖସି ପଡ଼ିଲା ବସ: ୩୦ରୁ ଉର୍ଦ୍ଧ୍ବ ମୃତ, ଅନେକ ଆହତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଘାଟିରେ ଖସି ପଡ଼ିଲା ବସ: ୩୦ରୁ ଉର୍ଦ୍ଧ୍ବ ମୃତ, ଅନେକ ଆହତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

131

ଶ୍ରୀନଗର: ଜାମ୍ମୁ କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍‌ ଘାଟି ତଳକୁ ଖସି ପଡ଼ିବାରୁ ୩୧ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।ତା’ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତ୍ୱର ଅଛି।ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।ମିନି ବସ୍‌ଟି ଆଜି ସକାଳେ କେଶଓ୍ୱନରୁ କିସ୍ତବାଡ଼ ଯାଉଥିଲା।ଶ୍ରୀଗିରି ନିକଟସ୍ଥ ଘାଟିରେ ବସଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା।ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି।ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।//ଦେବଦତ୍ତ

ଆଜି ଭାରତ – ଇଂଲଣ୍ଡ ମୁକାବିଲା: ପାକିସ୍ଥାନ ଚାହୁଁଛି ଭାରତ ଜିତୁ! କ’ଣ ଭାରତ ଚାହିଁବ ହାରିବାକୁ?

ବର୍ଷାର ମଜା ନେଲେ ବାହୁବଳୀ ହିରୋଇନ୍;ଭିଜି ଭିଜି ନାଚିଲେ ଛାତ ଉପରେ: ଦେଖନ୍ତୁ ଭିଡିଓ…

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.