Home ଜିଲ୍ଲା ପରିକ୍ରମା ଧାମନଗରରେ ମତ୍ସ୍ୟଚାଷର ବିକାଶ ପାଇଁ ଦିବସୀୟ ସଚେତନତା ଶିବିର

ଧାମନଗରରେ ମତ୍ସ୍ୟଚାଷର ବିକାଶ ପାଇଁ ଦିବସୀୟ ସଚେତନତା ଶିବିର

3

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ମତ୍ସ୍ୟଚାଷର ଉତ୍ପାଦନ ବୃଦ୍ଧି ଏବଂ ଏହି କ୍ଷେତ୍ରକୁ ଆଗକୁ ନେବା ଲକ୍ଷ୍ୟ ନେଇ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କିପରି ଅତ୍ୟାଧୁନିକ ପଦ୍ଧତିରେ ମତ୍ସ୍ୟଚାଷ କରି ଅଧିକ ଲାଭବାନ ହୋଇପାରିବେ, ସେ ସମ୍ପର୍କରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତୁନିବାଳା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବିଡିଓ ବନାବିହାରୀ ଦିଣ୍ଡା, ବିଏଓ ଅନୁରାଧା ପଣ୍ଡା, ଡିଏଫଓ ଅମର କୁମାର ସାହୁ, ଏଏଫଓ ଆୟୁଷ୍ମାନ କରଙ୍କ ସମେତ କୃଷି ବିଜ୍ଞାନ କେନ୍ଦ୍ର (କଠକ) ବୈଜ୍ଞାନିକ ଡ. ବିଶ୍ୱରଞ୍ଜନ ସାମନ୍ତରାୟ ଓ ପ୍ରିନ୍ସିପାଲ ସାଇଂଟିଷ୍ଟ ଡ. ସଞ୍ଜୟ କୁମାର ମହାନ୍ତି, ଶହକାରୀ ହଟି କଲଚର ଅଧିକାରି ମହେନ୍ଦ୍ର ସ୍ୱାଇଁ। ଯୋଗ ଦେଇ ଚାଷୀଙ୍କୁ ମାର୍ଗଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସିଇଡବ୍ଲୁ ମନୋଜ ନନ୍ଦି, ଦିଲ୍ଲୀପ କୁମାର ସାହୁ, ମୌସୁମୀ ଜେନା ଏବଂ ସାଗର ମିତ୍ର ବିଭୂତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।ଶିବିରରେ ମତ୍ସ୍ୟଚାଷର ଉପାଦେୟତା ସମ୍ପର୍କରେ ଆଲୋଚନା କରାଯାଇ କୁହାଯାଇଥିଲା ଯେ, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ କରିବା ଦ୍ୱାରା ଚାଷୀମାନେ କମ୍ ଖର୍ଚ୍ଚରେ ଅଧିକ ଅମଳ ପାଇପାରିବେ। ଏହା କେବଳ ପାରିବାରିକ ଆୟ ବୃଦ୍ଧି କରିବ ନାହିଁ, ବରଂ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ଧାମନଗରର ଚାଷୀମାନେ ଯଦି ଏହି ପଦ୍ଧତିକୁ ଆପଣାନ୍ତି, ତେବେ ସେମାନେ ଆତ୍ମନିର୍ଭରଶୀଳ ହେବା ସହ ଏକ ଉନ୍ନତ ଜୀବନଶୈଳୀ ଗଢ଼ିବାରେ ସକ୍ଷମ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.