Home ଜିଲ୍ଲା ପରିକ୍ରମା ସମ୍ଭବ ଫାଉଣ୍ଡେସନର ରକ୍ତଦାନ ଶିବିର

ସମ୍ଭବ ଫାଉଣ୍ଡେସନର ରକ୍ତଦାନ ଶିବିର

3

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭବ ଫାଉଣ୍ଡେସନ, କୋଡ଼ ବରୁଆ ଆନୁକୂଲ୍ୟରେ ଆଂଚଳିକ ସହଯୋଗ ମହାବିଦ୍ୟାଳୟ, ପଲ୍ଲୀ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସମ୍ଭବ ଫାଉଣ୍ଡେସନର ସଭାପତି ରଘୁରାମ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଜ୍ଞାନପ୍ରକାଶ ପାଣି, ସାମ୍ବାଦିକ ପାର୍ଥସାରଥୀ ନାୟକ, ସମାଜସେବୀ ରଶ୍ମି ରଞ୍ଜନ ସାହୁ, ଶ୍ରାବଣୀ ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ରକ୍ତଭଣ୍ଡାର ତରଫରୁ ରତିକାନ୍ତ ବଳ, ତରଣୀସେନ ଜେନା, ଦେବେନ୍ଦ୍ର ବିଶ୍ୱାଳ, ଅରୁଣ ପରିଡା ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ସମ୍ପାଦକ ଖଗେଶ୍ୱର ଯେନା କୋଷାଧ୍ୟକ୍ଷ -ଅଜୟ ମିଶ୍ର ସହ କୋଷାଧକ୍ଷ ଗୌତମ ସାମଲ,ରତିକାନ୍ତ ବେହେରା,ଶ୍ୟାମ ସୁନ୍ଦର ନାୟକ,କୈଳାସ ମହାନ୍ତି,କରୁଣାକର ସାମଲ,ହରେକୃଷ୍ଣ ଯେନା,ବାଜନ ସିଂ,ଚିନ୍ମୟ ପଣ୍ଡା,ଉମାକାନ୍ତ ପଣ୍ଡା,ସୁବାଷ ଚନ୍ଦ୍ର ନାୟକ,ନିରଞ୍ଜନ ସାହୁ,ପ୍ରଫୁଲ୍ଲ କୁମାର ନାୟକ ,ମହେଶ୍ୱର ମହାରଣା, ତପସ୍ୱିନୀ ଯେନା,ଦେବେନ୍ଦ୍ର ଯେନା, ,ବିଶ୍ୱରୂପ ସାହୁ,ମାନସ ପରିଡ଼ା ,ଚନ୍ଦ୍ର ଶେଖର ନାୟକ, କାହ୍ନୁ ଚରଣ ମହାରଣା, ଚନ୍ଦ୍ରମଣି ମହାରଣା, ସସ୍ମିତା ପଣ୍ଡା, ଭଗବାନ ପରିଡ଼ା, ସୌମ୍ୟ ରଞ୍ଜନ କର, ସୁନନ୍ଦା ପାଲ୍‌, ସଚିନ ପ୍ରଭାକର, ବିଶ୍ୱାଳ, ମାନସ ନାୟକ, ମୁନା ରାଉତ ସହଯୋଗ କରିଥିବା ବେଳେ ସାମ୍ବାଦିକ ତପନ କୁମାର ପଣ୍ଡା ସମସ୍ତଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.