ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପଞ୍ଚାୟତ ସମିତି ଅଧିନ କଲେଇ ପଂଚାୟତ ରେ “ମଧୁବାବୁ ପେନସନ ଯୋଜନା’ ଅନ୍ତର୍ଗତ ନୂତନ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପଂଚାୟତ ର ଯୁବନେତା ତାପସ ରାୟ ଓ ମହେନ୍ଦ୍ର ମଳିକ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକର ବ୍ଲକ ପୂର୍ବତନ ଅଧକ୍ଷ ଭାସ୍କର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ କଲେଇ ପଂଚାୟତ ନିର୍ବାହୀ ଅଧିକାରୀ କମଳା ନାୟକ, ପଂଚାୟତ ହିସାବ ରକ୍ଷକ ଶ୍ରୀ ପ୍ରସନ୍ନ କୁମାର ଦତ୍ତ, କନିଷ୍ଠ ଯନ୍ତ୍ରୀ ମୋନଜ ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟଜିତ ବେହେରା ବ୍ଲକ ସ୍ୱଚ୍ଛ ଅଧିକାରୀ ମାନେ ଯୋଗଦେଇ ନିଜ ଅଭିଭାଷଣରେ ସରକାରଙ୍କ ଏହି ଜନହିତକର ପଦକ୍ଷେପ ଦ୍ୱାରା ସମାଜର ଯୋଗ୍ୟ ଓ ଆବଶ୍ୟକତା ଥିବା ବର୍ଗ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିବା ସହ ସରକାରୀ ଯୋଜନାର ସୁବିଧା ସ୍ୱଚ୍ଛତା ଓ ସଠିକତାର ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ।କଲେଇ ପଂଚାୟତ କାର୍ଯ୍ୟାଳୟ ରେ ମଧୁବାବୁ ପେନସନ ଯୋଜନା ରେ ମୋଟ ୧୪୦ ଜଣ ଙ୍କୁ ଭତ୍ତା ବଣ୍ଟନ କରାଯାଇଛି ସେଥିମଧ୍ୟରୁ ୧୨୨ ଟି ବାର୍ଦ୍ଧକ୍ଷ ଭତ୍ତା ସହ ବିଧବା, ସ୍ୱାମୀ ପରୀତ୍ୟକ୍ତା, ଭିନ୍ନକ୍ଷମ ମିଶି ୧୮ ଟି ଭତ୍ତା ହିତାଧିକାରୀ ଙ୍କୁ ବଣ୍ଟନ କରାଯାଇଛି ।ଅସହାୟ ତଥା ଆର୍ôଥକ ଅନଗ୍ରସର ବର୍ଗଙ୍କୁ ସାମାଜିକ ସୁରକ୍ଷା ଦେଇ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବାରେ ଏହି ଯୋଜନାର ଅବଦାନ ଅତ୍ୟନ୍ତ ଉପଯୋଗୀ ବୋଲି ଆୟୋଜିତ କାର୍ଯ୍ୟକ୍ରମ ରେ ମଞ୍ଚରେ ଉପସ୍ଥିତ ଥିବା ପଂଚାୟତ ର ସରପଞ୍ଚ ବିଳାସିନୀ ସ୍ୱାଇଁ , ସମିତି ସଭ୍ୟା ଅହଲ୍ୟା ମଳିକ, ଯୁବନେତା ଦୀପକ ନାୟକ,କ୍ଷୀରୋଦ ସେଠି, ତାପସ ରାୟ ଙ୍କ ସହ ସୁନୀଲ ଲେଙ୍କା ମତ ବ୍ୟକ୍ତ କରିଥିଲେ ।







