ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହିଦ ସ୍ମୃତି ଭବନ (ଟାଉନ୍ ହଲ) ଠାରେ ମଧୁବାବୁ ପେନସନ୍ ଯୋଜନାରେ ଭଦ୍ରକ ଜିଲ୍ଲାର ୨୬,୬୫୫ ନୂତନ ହିତାଧିକାରୀଙ୍କୁ ଭତା ପ୍ରଦାନର ଶୁଭାରମ୍ଭ ଏବଂ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (ୟୁପିଏମ୍ପି) ର ଶୁଭ ଉଦଘାଟନ ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ,ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ଜିଲ୍ଲା ସାମାଜିକ ଓ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଭଦ୍ରକ ଜିଲ୍ଲାରେ ୨୬,୬୫୫ ଜଣ ଯୋଗ୍ୟ ଆବେଦନକାରୀମାନଙ୍କର ଭତା ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ ୫୦୦ ଜଣଙ୍କୁ ଜିଲ୍ଲା ସ୍ତରୀୟ ଉଦଘାଟନୀ ସମାରୋହରେ ଭତା ବଂଟନ କରାଯାଇଥିଲା। ଅଦ୍ୟାବଧି ଜିଲ୍ଲାରେ ମଧୁବାବୁ ଯୋଜନାରେ ୧,୩୩,୪୬୪ ଜଣ ଭତା ପାଉଥିଲେ। ନୂତନ ଭାବେ ୨୬,୬୫୫ ଜଣ ଯୋଗ୍ୟ ଆବେଦନକାରୀମାନଙ୍କର ଭତା ମଞ୍ଜୁର ହେବା ପରେ ବର୍ତମାନ ଜିଲ୍ଲାର ସମୁଦାୟ ମୋଟ ହିତାଧିକାରୀଙ୍କ ସଂଖ୍ୟା ୧,୬୦,୧୧୯ କୁ ବୃଦ୍ଧି ପାଇଛି। ଭତା ପ୍ରଦାନର ନୂତନ ବ୍ୟବସ୍ଥାରେ ଏଣିକି ଅପେକ୍ଷା ନାହିଁ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିସେମ୍ବର ମାସରୁ ପ୍ରତି ମାସ ୧୫ ତାରିଖରେ ନିୟମିତ ଭତା ପ୍ରଦାନ କରାଯିବ।ଏଣୁ ଏଣିକି ଭତା ପାଇବା ପାଇଁ ଯୋଗ୍ୟ ଯେ କୌଣସି ବ୍ୟକ୍ତି ଆବେଦନ କରିବାର ପର ମାସଠାରୁ ଭତା ପାଇବେ। ସେମାନଙ୍କୁ ପୁଣି ଆଉ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯୋଗ୍ୟ ବ୍ୟକ୍ତି ଭତା ପାଇବା ପାଇଁ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ଆବେଦନ କରିପାରିବେ କିମ୍ବା ଅନଲାଇନ୍ ପୋର୍ଟାଲ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍କକ୍ଟ୍ରଜ୍ଞକ୍ଟ୍ର.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ଆବେଦନ କରିପାରିବେ। ଭଲା ପାଉଥିବା ବ୍ୟକ୍ତିଙ୍କୁ ୮୦ ବର୍ଷ ହେଲା ମାତ୍ରେ ତା ପର ମାସଠାରୁ ଆପେ ଆପେ ବର୍ଦ୍ଧିତ ଭଲା ପାଇବେ। ସେଥିପାଇଁ ତାଙ୍କୁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ମସଙ୍ଖାସିନ ଅତିଥି ନିଜ ନିଜ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କୁ ଟ୍ରାଇସାଇକେଲ ଓ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଂଟନ କରାଯାଇଥିଲା।ଏବଂ ଭତା ସମ୍ପର୍କିତ ଏକ ସଚେତନତା ରଥର ଉଦ୍ଘାଟନ ହୋଇଥିଲା ।
Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ମଧୁବାବୁ ପେନସନ୍ ଯୋଜନାରେ ନୂତନ ଭତା ପ୍ରଦାନର ଶୁଭାରମ୍ଭ,ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (ୟୁପିଏମ୍ପି)...








