Home ଜିଲ୍ଲା ପରିକ୍ରମା ବେତାଳିଗାଁରେ ଅବକାରୀ ଓ ପୁଲିସ୍‌ର ଚଢାଉ, ବିପୁଳ ମଦ ଜବତ

ବେତାଳିଗାଁରେ ଅବକାରୀ ଓ ପୁଲିସ୍‌ର ଚଢାଉ, ବିପୁଳ ମଦ ଜବତ

1

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବେତାଳିଗାଁ ଅଂଚଳରେ ଚାଲିଥିବା ଅବାଧ ନିଶା କାରବାର ଉପରେ ଆଜି ଅବକାରୀ ଓ ପୁଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ବେତାଳିଗାଁଠାରେ ଗୁରୁବାର ସକାଳୁ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଏକ ବଡ଼ଧରଣର ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଧରା ହୋଇଛି। ଏଥିରେ ଧୂଷୁରୀ ପୁଲିସ, ଧାମନଗର ଅବକାରୀ ଥାନା, ଭଦ୍ରକ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଓ ଭଦ୍ରକ ଅବକାରୀ ଥାନାର ଚାରୋଟି ଟିମ୍ ସାମିଲ ହୋଇଥିଲେ। ଅବକାରୀ ଇନ୍ସପେକ୍ଟର ମମତା କୁମାରୀ ଦାଶ ଓ ଅବକାରୀ ଇନ୍ସପେକ୍ଟର ରାଜକିଶୋର ଜେନାଙ୍କ ସମେତ ବିଭିନ୍ନ ଟିମ୍‌ର ଅଧିକାରୀ ଏହି ଅଭିଯାନରେ ସାମିଲ ଥିଲେ। ଚଢ଼ାଉ ସମୟରେ ଅଶୋକ କୁମାର ମଲ୍ଲିକ (୪୦), ଜୀବନ ମଲ୍ଲିକ (୨୩), ମାଧବ ଚନ୍ଦ୍ର ମଲ୍ଲିକ (୩୪), ବିପିନ ମଲ୍ଲିକ (୩୮) ଓ ପିଂଟୁ ମଲ୍ଲିକ (୨୭)ଙ୍କଠାରୁ ବିଭିନ୍ନ ପରିମାଣର ମଦ ଜବତ କରାଯାଇଥିଲା। ଜବତ ମଦ ମଧ୍ୟରେ ୨୭.୦୫ ଲିଟର ବିୟର, ୩୪.୩୮ ଲିଟର ବିଦେଶୀ ମଦ ଏବଂ ୧୧ ଲିଟର ଆସ୍କା-୪୦ ରହିଛି। ଏହିପରି ମୋଟ ୭୨.୪୩ ଲିଟର ମଦ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୩୯୧/୨୬-୨୭, ୩୯୦/୨୬-୨୭, ୩୯୨/୨୬-୨୭, ୧୭୯/୨୬-୨୭ ଓ ୧୮୦/୨୬-୨୭ ନମ୍ବରରେ ପାଂଚଟି ପୃଥକ ମାମଲା ରୁଜୁ କରାଯାଇଛି। ଅଂଚଳରେ ଚୋରା ମଦ କାରବାରକୁ ନେଇ ପ୍ରଶାସନର ଏହି ମିଳିତ ଅଭିଯାନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବା ନେଇ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.