Home ଜିଲ୍ଲା ପରିକ୍ରମା ଶ୍ରୀ ସତ୍ୟସାଇ ସେବା ସଂଗଠନର ଏକ ଦିବସିୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଶ୍ରୀ ସତ୍ୟସାଇ ସେବା ସଂଗଠନର ଏକ ଦିବସିୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

7

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଭଦ୍ରକ ଜିଲ୍ଲା ତିହିଡି ଶ୍ରୀ ସତ୍ୟସାଇ ସେବା ସଂଗଠନର ଏକ ଦିବସିୟ ଅଧ୍ୟାତ୍ମିକତା କାର୍ଯ୍ୟକ୍ରମ ରବିବାର ତାଳପଦା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭଦ୍ରକ -୧ ସାଇ ଜିଲ୍ଲା ସଭାପତି ଡାକ୍ତର ରଞ୍ଜିତ ଖଟୁଆ ପ୍ରଦୀପ ପ୍ରଜ୍ଜ୍ୱଳନକରି ଉଦଘାଟନ କରିଥିଲେ। ଭଦ୍ରକ ଶ୍ରୀ ସତ୍ୟସାଇ ବିଦ୍ୟା ବିହାରର ସମ୍ପାଦକ ପାର୍ଥ ସାରଥୀ ନାୟକ ଓ ତିହିଡି ଶ୍ରୀ ସତ୍ୟସାଇ ସେବା ସଂଗଠନର ଆବାହକ ସଞ୍ଜୟ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଏହି ଉପଲକ୍ଷେ ପ୍ରାତଃରୁ ଓଁକାରମ ,ସୁପ୍ରଭାତମ, ନଗର କୀର୍ତନ,ଷୋଡଶଉପଚାର ପୂଜା, ୧୦୧ ସାଇ ଭଜନ ଗାନ, ଦିବ୍ୟା ପାଦୁକା ଦର୍ଶନ,ଦିବ୍ୟା ଅଖଣ୍ଡ ଜ୍ୟୋତି ଯାତ୍ରା,ପଶୁ ଚିକିତ୍ସା,ବୃକ୍ଷରୋପଣ ପ୍ରସାଦ ବିତରଣ ଓ ଅପରାହ୍ନରେ ଶ୍ରୀ ସତ୍ୟସାଇ କଥାମୃତ ,ସତସଂଗ ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ଜିଲା ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ପୁଷ୍ପାଞ୍ଜଳୀ ମିଶ୍ର ଶ୍ରୀ ସତ୍ୟ ସାଇ କଥାମୃତ ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତସରୀୟ ସାଇ ସିମ୍ଫୋନିର ସଭ୍ୟ ଓ ସଭ୍ୟା ୧୦୧ ସାଇ ଭଜନ ଗାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ତିହିଡି ସେବାସମିତି,ବୋଡ଼କ ସେବା ସମିତି,ପିରାହାଟ ଭଜନ ମଣ୍ଡଳୀ, ସାହାପୁର ସେବା ଗ୍ରୁପ,ଦୋହରାସାହି ସେବା ଗ୍ରୁପର ସମସ୍ତ ସଂଯୋଜକ ଓ ସକ୍ରିୟ ସଦସ୍ୟ ଅଂଶଗ୍ରହଣ କରିଥିଲେ।ଶ୍ରୀ ଜଗନ୍ନାଥ ମନ୍ଦିରର ସେବକ ଜଗତାନନ୍ଦ ମହାପାତ୍ର ଓ ତାଙ୍କ ପରିବାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.