ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭ ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ବୁଧବାର ଅଚାନକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବିକାଶ ମୂଳକ କାର୍ଯ୍ୟଉପରେ ସମୀକ୍ଷା କରିଥିବା ଜଣାପଡ଼ିଛି।ସେ ପଂଚାୟତ ସମିତିସ୍ଥିତ ନୀଳମଣି ସଭାଗୃହରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଗ୍ରାମ ଉନ୍ନୟନ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ଏହାର ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାଛଡ଼ା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିବିଜିରାମଜୀ, ସାମାଜିକ ସୁରକ୍ଷା ସମେତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଉପରେ ଜିଲାପାଳ ଉପାଧ୍ୟାୟ ସମୀକ୍ଷା କରିଥିଲେ । ଏଥିରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ତହସିଲଦାର ଶୁଭାଶିଷ ସାହୁ, ବିଡ଼ିଓ ନିରଞ୍ଜନ ବାରିକ ଉପସ୍ଥିତ ଥିବାବେଳେ ଏବିଡ଼ିଓ ମୀନକେତନ ବାରିକ,ବ୍ଲକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ,ବିତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି, ସହକାରୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥୀ,କନିଷ୍ଠ ଯନ୍ତ୍ରୀ ଅଲେଖ ତିର୍କୀ,ସିଡିପିଓ ବାସନ୍ତୀ ନାଏକ,ଯୋଗାଣ ନିରୀକ୍ଷକ ରସାନନ୍ଦ ସାହୁ, ଜୀବିକା ମିଶନ ବିଏଲଓ ସ୍ନିଗ୍ଧା ନାୟକ, ପିଇଓ ସସ୍ମିତା ବାରିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ । ପରେ ଜିଲାପାଳ ଉପାଧ୍ୟାୟ ସନ୍ଥପୂରାକୁ କ୍ଷେତ୍ର ପରିଦର୍ଶନରେ ଯାଇ ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରି ପ୍ରକଳ୍ପର ଅଗ୍ରଗତି ଓ ସ୍ୱଚ୍ଛତା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।








