Home ଜିଲ୍ଲା ପରିକ୍ରମା ଚାକିରୀର ମିଛ ସ୍ୱପ୍ନ ଦେଖାଇ ୨ ଲକ୍ଷରୁ ଅଧିକ ଟଙ୍କା ଚଳୁ,ଧାମନଗର ବାଳିକା ହାଇସ୍କୁଲର କର୍ମଚାରୀଙ୍କ...

ଚାକିରୀର ମିଛ ସ୍ୱପ୍ନ ଦେଖାଇ ୨ ଲକ୍ଷରୁ ଅଧିକ ଟଙ୍କା ଚଳୁ,ଧାମନଗର ବାଳିକା ହାଇସ୍କୁଲର କର୍ମଚାରୀଙ୍କ ନାଁରେ ସଙ୍ଗିନ ଅଭିଯୋଗ, ତିନି ଜଣଙ୍କ ବିରୋଧରେ ଥାନାରେ ମାମଲା

3

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭପୁଅକୁ ଚାକିରି କରାଇଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଆଦାୟ। ଚାକିରି ମିଳିଲାନି, ଫେରିଲାନି ଟଙ୍କା; ଓଲଟା ମିଳିଲା ଧମକ। ଏଭଳି ଏକ ସଙ୍ଗିନ ଅଭିଯୋଗ ଏବେ ଧାମନଗର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଚାକିରି କରାଇଦେବା ନାଁରେ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିବା ଅଭିଯୋଗରେ ଧାମନଗର ଥାନାରେ ତିନି ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ଶ୍ୟାମପୁର ଗ୍ରାମର ୬୦ ବର୍ଷୀୟ ସୁକାନ୍ତ ନାୟକଙ୍କ ପୁଅକୁ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବନ୍ଧଟିଆ ଅଂଚଳର ରାଜକିଶୋର ଦାଶ ଟଙ୍କା ନେଇଥିଲେ ଯିଏ କି ଧାମନଗର ବାଳିକା ହାଇସ୍କୁଲ ର ରାତ୍ର ଜଗୁଆଳି। ଫୋନ୍ ପେ ମାଧ୍ୟମରେ ୧ ଲକ୍ଷ ୯୬ ହଜାର ୩୦୦ ଟଙ୍କା ଏବଂ ନଗଦ ୭ ହଜାର ଟଙ୍କା ଦିଆଯାଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। କିନ୍ତୁ ଚାକିରି ସମ୍ପର୍କରେ ବାରମ୍ବାର ପଚରାଯିବାରୁ ଅଭିଯୁକ୍ତ ବିଭିନ୍ନ ବାହାନା ଦେଖାଇ ଏଡ଼ାଇ ଯାଇଥିବା, ସ୍କୁଲ ଛାଡ଼ି ଚାଲିଯାଇଥିବା ଏବଂ ମୋବାଇଲ୍ ଫୋନ୍ ବନ୍ଦ କରିଦେଇଥିବା ସୁକାନ୍ତ ଅଭିଯୋଗ କରିଛନ୍ତି। ଟଙ୍କା ଫେରସ୍ତ ମାଗିବାରୁ ରାଜକିଶୋରଙ୍କ ସମେତ ସାବିତ୍ରୀ ଦାଶ ଓ ରାଜକିଶୋରଙ୍କ ଝିଅଙ୍କ ପକ୍ଷରୁ ଧମକ ଓ ଦୁର୍ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ଏହି ଘଟଣାରେ ଧାମନଗର ଥାନାରେ ମାମଲା ନଂ ୪୭୧, ତା. ୦୩.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୩(୫), ୩୧୮(୪) ଓ ୩୫୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ ନରେନ୍ଦ୍ର କୁମାର ରାଉତଙ୍କୁ ତଦନ୍ତଭାର ଦିଆଯାଇଛି।ଚାକିରି ଭଳି ସମ୍ବେଦନଶୀଳ ବିଷୟକୁ ଆଧାର କରି ଟଙ୍କା ନେଣଦେଣ ଅଭିଯୋଗ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତଦନ୍ତରେ ଟଙ୍କା ନେଣଦେଣର ସତ୍ୟତା ଓ ଅଭିଯୋଗର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.