Home ଜିଲ୍ଲା ପରିକ୍ରମା ଭଦ୍ରକ ରାଣୀତାଲରେ ନକଲି ସର୍ଫ ଏକ୍ସେଲ ଓ ହୁଇଲ କାରଖାନା ଠାବ

ଭଦ୍ରକ ରାଣୀତାଲରେ ନକଲି ସର୍ଫ ଏକ୍ସେଲ ଓ ହୁଇଲ କାରଖାନା ଠାବ

1

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ରାଣୀତାଲ ଠାରେ ଥିବା ଏକ ପରିତ୍ୟକ୍ତ ରାଇସ ମିଲ୍ ପରିସରରେ ନକଲି ସର୍ଫ ଏକ୍ସେଲ ଓ ହୁଇଲ କାରଖାନା ଠାବ ହୋଇଛି । ଯାହା ଜଣାଯାଏ ଦୀର୍ଘ ଦିନ ଧରି ଗ୍ରାମାଂଚଳ ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ପରିତ୍ୟକ୍ତ ସ୍ଥାନରେ ଥିବା ସତ୍ୟନାରାୟଣ ରାଇସ ମିଲ ଭିତରେ ଏହି ନକଲି କାରଖାନା ଚାଲୁଥିଲା। ରାଇସ ମିଲ ଟି ଏବେ ବନ୍ଦ ରହିଛି। ମିଲ ମାଲିକ ରମୁ ପାଣିଗ୍ରାହୀ ଏହି ମିଲ ଭିତରେ ଥିବା ଗୋଦାମ ଓ ଅନ୍ୟ କେତେକ ଘରକୁ କଟକ ଜଗତପୁରର ଜଣେ ମୁସଲିମ ଲୋକକୁ ଭଡାସୂତ୍ରେ ଏଗ୍ରିମେଂଟ କରି ଦେଇଥିବା କଥା ପୋଲିସକୁ କହିଥିଲେ ମଧ୍ୟ ତାଙ୍କର ସମ୍ପୃକ୍ତିକୁ ନେଇ ସନ୍ଦେହ ଉପୁଜିଛି। କାହିଁକିନା ମିଲ ମାଲିକ ନିଜେ ସେଠାରେ ରହି ଆସୁଥିବାରୁ ସେ କିଭଳି ଏହାର ସୁରାକ ପାଇ ନ ଥିଲେ। ମିଳିଥିବା ସୂତ୍ର ଅନୁସାରେ ଏହି ଖବର କିଛି ଗଣମାଧ୍ୟମ ପ୍ରତିନିଧି ଜାଣିବାପରେ ଏସପି ମନୋଜ ରାଉତଙ୍କୁ ଗତକାଲି ରାତିରେ ସୂଚାଇଥିଲେ। ଫଳରେ ଗ୍ରାମାଂଚଳ ପୋଲିସ ଚଢ଼ାଉ କରି ଗୋଦାମ ଘରୁ ବିପୁଳ ପରିମାଣର ସର୍ଫ ପ୍ୟାକେଟ ଖାଲି ଜରି ରୋଲ ଓ ମେସିନ ଜବତ କରିଛି। ଗତକାଲି ଅଧିକ ରାତି ହୋଇଥିବାରୁ ଅଧିକ ତଦନ୍ତ ପାଇଁ ପୁଲିସ ଚାବି ପଡ଼ିଥିବା ଗୋଦାମରେ ନିଜ ପକ୍ଷରୁ ଚାବି ପକାଇ ସିଲ କରି ଆଜି ଦିନରେ ପୁଣିଥରେ ଚାବି ଭାଙ୍ଗି ତଦନ୍ତ କରିଛି।ଯାହା ଜଣାଯାଏ ଦୀର୍ଘଦିନ ଧରି ଲୋକଙ୍କୁ ବୋକା ବନେଇ ଏହି ବେପାର ହେଉଥିଲା। ଚଢ଼ାଉ ବେଳେ ନକଲି ସର୍ଫ ତିଆରି କରୁଥିବା ମାଲିକ ଫେରାର ହୋଇ ଯାଇଛି।ତେବେ ନାମୀ ଦାମୀ ବ୍ରାଣ୍ଡ ର ଏହି ନକଲି ସର୍ଫ ତିଆରି କରାଯାଉଥିବାର କଂଚା ମାଲ, ଏକ ଗାଡି ସହ ବିଭିନ୍ନ ସାମଗ୍ରୀ କୁ ଜବତ କରିଛି ପୁଲିସ । ଏହି ନକଲି ସର୍ଫ ଏକ୍ସସେଲ ଓ ହୁଇଲ ଭଳି ନାମୀ ଦାମୀ ବ୍ରାଣ୍ଡର ନକଲି ଜରି ପ୍ୟାକେଟରେ ବଜାରକୁ ଛଡ଼ା ଯାଉଥିଲା ଯାହା ଫଳରେ ସାଧାରଣ ଲୋକମାନେ ଠକାମୀର ଶିକାର ହେଉଥିଲେ।ଏହି ନାମୀ ଦାମୀ ସର୍ଫ ଏକ୍ସେଲ କମ୍ପାନୀରେ ମାର୍କେଟିଙ୍ଗ ଅଧିକାରୀ ଅକ୍ଷୟ ନାୟକ ଘଟଣା ସ୍ଥଳରେ ପହଂଚି ଏହି ସବୁ ନକଲି ବୋଲି ଚି଼ହ୍ନଟ କରିଛନ୍ତି। ଅନ୍ୟପଟେ ରାତି ଅଧିକ ହେବାରୁ ଗତକାଲି ପୋଲିସ ଚଢ଼ାଉ ବନ୍ଦ ରଖି ଆଜି ପୁଣି ଥରେ ପକାଯାଇଥିବା ତାଲା ଭଂଗାଯାଇ ବିପୁଳ ପରିମାଣର ନକଲି ଉତ୍ପାଦନ ସାମଗ୍ରୀ ସହ ପ୍ୟାକିଙ୍ଗ ନକଲି ସର୍ଫ ଏକ୍ସେଲ ଓ ହୁଇଲ ଜବତ କରିଛି। ଯାହା ୧୦ ଟଙ୍କିଆ ପାଉଚ ଠାରୁ ୫ କେଜି ପର୍ଯ୍ୟନ୍ତ ରହିଛି। ଏଥିସହ ପ୍ୟାକିଙ୍ଗ ମେସିନ ଓ କଂଚା ମାଲ ମଧ୍ୟ ଜବତ ହୋଇଛି। ଏହି ଚଢ଼ାଉ ବେଳେ ସର୍ଫ ଏକ୍ସେଲ କମ୍ପାନୀର କର୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ। ଗ୍ରାମାଂଚଳ ଥାନା ଅଧିକାରୀ ସୁବ୍ରତ ଦାସଙ୍କ ସୂତ୍ରରୁ ଯାହା ଜଣାଯାଏ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ଥାନାରେ ଏକ ଅଭିଯୋଗ କରାଯାଇଛି।ତେବେ ପୋଲିସର ଏହି ଚଢ଼ାଉ ପରେ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ନକଲି ସାମଗ୍ରୀ କେଉଁଠାରୁ କଂଚାମାଲ ଆଣି ପ୍ରସ୍ତୁତ କରାଯାଉଥିଲା, କେଉଁ କେଉଁ ଅଂଚଳକୁ ଯୋଗାଣ ହେଉଥିଲା ଏବଂ ଏହି କାରବାର ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ କଲେ ଅନେକ ତଥ୍ୟ ସାମ୍ନାକୁ ଆସିପାରିବ। ନକଲି ସାମଗ୍ରୀ ବଜାରକୁ ଆସିବା ଦ୍ୱାରା ଗ୍ରାହକମାନେ ଆର୍ôଥକ କ୍ଷତିର ଶିକାର ହେବା ସହ ଉତ୍ପାଦର ଗୁଣବତାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.