Home ଜିଲ୍ଲା ପରିକ୍ରମା ରାହାଞ୍ଜ ଡ୍ରେନ୍ ଭିତରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର

ରାହାଞ୍ଜ ଡ୍ରେନ୍ ଭିତରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର

6

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ରାହାଞ୍ଜ ଡ୍ରେନ୍ ଭିତରୁ ଏକ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର ହୋଇଛି। ଶବଟି ଉଲଗ୍ନ ରହିଥିବାବେଳେ ଦେହରେ କେବଳ ଏକ ନୀଳ ରଙ୍ଗର ଟି ସାର୍ଟ ରହିଛି। ବୟସ ପ୍ରାୟ ୪୦ ରୁ ୪୫ ମଧ୍ୟରେ ହେବ। ଶବଟିର ମୁହଁଟିକୁ ପଥରରେ ଛେଚି ବିକୃତ କରାଯାଇଥିବାର ଦେଖାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଖୋଲାଥିବା ଉକ୍ତ ଡ୍ରେନ୍ ମଧ୍ୟରୁ ଦୁର୍ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକେ ଗଳିତ ଶବଟିକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପରବର୍ତୀ ସମୟରେ ପୁଲିସ୍ ପହଂଚି ଡ୍ରେନ୍ ମଧ୍ୟରୁ ଗଳିତ ଶବଟିକୁ ଉଦ୍ଧାର କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୂଳେ ଯୁବକଟିକୁ କୌଣସି ବ୍ୟକ୍ତି ହତ୍ୟାକରି ଚିହ୍ନି ନପାରିବା ନେଇ ମୁହଁକୁ ଛେଚି ବିକୃତ କରିଛି। ଏହି ଘଟଣାରେ ଗ୍ରାମାଂଚଳ ଥାନା ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ଅପମୃତ୍ୟୁ ମାମଲା ମୂଳେ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.