Home ଜିଲ୍ଲା ପରିକ୍ରମା ଅକ୍ଟୋବର ୨୩ ସର୍ବଭାରତୀୟ ଆନ୍ଦୋଳନକୁ ସଫଳ କରିବା ପାଇଁ ଭଦ୍ରକରେ ମିଳିତ ବୈଠକ

ଅକ୍ଟୋବର ୨୩ ସର୍ବଭାରତୀୟ ଆନ୍ଦୋଳନକୁ ସଫଳ କରିବା ପାଇଁ ଭଦ୍ରକରେ ମିଳିତ ବୈଠକ

1

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ଞାନେଶ କୁମାର କୁ ବରଖାସ୍ତ ଓ ଗିରଫ କରିବା, ନିର୍ବାଚନ କମିଶନର ଚୟନ କମିଟି ରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଙ୍କୁ ସାମିଲ କରିବା, ଆମ ଦେଶରେ ଆନୁପାତିକ ଲୋକ ପ୍ରତିନିଧି ଚୟନ ଜନିତ ନିର୍ବାଚନ କରିବା, ଆମ ଦେଶର ସାଧାରଣ ନିର୍ବାଚନରେ ପ୍ରାର୍ଥୀ ମାନଙ୍କ ସଂପୂର୍ଣ୍ଣ ଖର୍ଚ୍ଚ ସରକାର କରିବା, ନିର୍ବାଚନ ବଣ୍ଡ ମାଧ୍ୟମରେ ବହୁଜାତୀୟ କଂପାନୀ ଠାରୁ ବିଭିନ୍ନ ଦଳ ଆଣୁଥିବା ନିର୍ବାଚନୀ ଚାନ୍ଦା ବ୍ୟବସ୍ଥାକୁ ରଦ୍ଦ କରିବା, ଇଭିଏମ ହଟାଇ ବାଲାଟ ପେପର ଫେରାଇ ଆଣିବା, ଆମ ଦେଶରେ ଚାଲିଥିବା ଐତିହାସିକ ଯୁବ ଛାତ୍ର ଆନ୍ଦୋଳନ ଉପରେ ଦମନ ବଂଦ କରିବା, ଆମ ଦେଶର ଧର୍ମନିରପେକ୍ଷ ଗଣତନ୍ତ୍ର, ସମ୍ବିଧାନ ଓ ସାଧାରଣତନ୍ତ୍ର ର ସୁରକ୍ଷା, ଆମ ଦେଶରେ ଦରବୃଦ୍ଧି, ବେକାରୀ ସମସ୍ୟାର ସ୍ଥାୟୀ ସମାଧାନ, ଏପଷ୍ଟିନ୍ ଫାଇଲ୍ ଘଟଣାରେ ହରଦିପ ସିଂ ପୁରୀ ଙ୍କୁ ଗିରଫ ସହ ପ୍ରଧାନମନ୍ତ୍ରୀ ଙ୍କ ସଂପୃକ୍ତି ସଂପର୍କରେ ନ୍ୟାୟିକ ତଦନ୍ତ ଦାବି ସହ ମୋଦି ସରକାର ଆମ ଦେଶରେ ଜାରି କରିଥିବା ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ବିରୁଧରେ ଆସନ୍ତା ଅକ୍ଟୋବର ୨୩ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ଚଲୋ ଡାକରା ଓ “ଏସ୍ ଆଇର ବିରୁଦ୍ଧରେ ଜନଗଣ’ ସଂଗଠନ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଆସନ୍ତା ନଭେମ୍ବର ୧ ତାରିଖ ରେ ଇଣ୍ଡିଆ ମେଂଟ ପକ୍ଷରୁ ଦିଲ୍ଲୀ ଚଲୋ ଡାକରା ଦିଆଯାଇଛି । ଏହି ଐତିହାସିକ ଆନ୍ଦୋଳନକୁ ସଫଳ କରିବା ପାଇଁ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ସିପିଆଇଏମଏଲ ( ଲିବରେସନ) ଜିଲ୍ଲା ସଂପାଦକ ସମର ବଳଙ୍କ ମିଳିତ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାରେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ ସଦରମହକୁମାରେ ଅକ୍ଟୋବର ,୨୩ ରେ ବ୍ଲକ ସ୍ତରୀୟ ବିକ୍ଷୋଭ, ସଭା, ପଥପ୍ରାନ୍ତ ସଭା, ଜନଗଣଙ୍କ ସଂସଦ ଆଦି ସଂଗଠିତ କରାଯିବାକୁ ନିଷ୍ପତି ନିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, କଂଗ୍ରେସ ଦଳିତ ସେଲ୍ ର ରାଜ୍ୟ ସଂପାଦକ ରାଜେନ୍ଦ୍ର ପ୍ରସାଦ ଯେନା, କଂଗ୍ରେସ ଜିଲ୍ଳା କୋଷାଧ୍ୟକ୍ଷ ବିଜୟ ବାରିକ୍‌, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ସିପିଆଇ(ଏମ) ନେତା ଗିରିଧାରୀ ନାଥ, ଯୁବନେତା ବିନୋଦ ସାହୁ, ବରିଷ୍ଠ କଂଗ୍ରେସ ନେତା ଅବଦୁଲ ମୋକିତ୍ ଖାନ୍‌, ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, ଯୁବନେତା ଇଲିଆସ ଖାନ୍‌, ଆଇନଜୀବୀ ବିଜୟ ରାଉତ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ- ନବ୍ୟଫାଶୀବାଦୀ, ଭ୍ରଷ୍ଟାଚାରୀ ଶାସନ ବିରୁଦ୍ଧରେ ଲଢେଇ କରିବା ସହ ଏସ୍‌ଆଇଆର୍ ପ୍ରକ୍ରିୟା ସଂପୂର୍ଣ୍ଣ ବାତିଲ କରିବା,ସଂଶୋଧିତ ଜନଗଣନା ନିୟମାବଳୀ-୨୦୨୬ ବାତିଲ ପର୍ଯ୍ୟନ୍ତ ଏହି ଐତିହାସିକ ଆନ୍ଦୋଳନକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ଇଣ୍ଡିଆ ମେଂଟର ନେତୃତ୍ୱ ଜିଲ୍ଲାବାସୀଙ୍କୁ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.