Home ଜିଲ୍ଲା ପରିକ୍ରମା ଜ୍ଞାନେଶ କୁମାର ଗିରଫ ଓ ଏସ୍ ଆଇଆର ଓ ଇଭିଏମ ବାତିଲ ଦାବିରେ ସିପିଆଇ(ଏମ) ପକ୍ଷରୁ...

ଜ୍ଞାନେଶ କୁମାର ଗିରଫ ଓ ଏସ୍ ଆଇଆର ଓ ଇଭିଏମ ବାତିଲ ଦାବିରେ ସିପିଆଇ(ଏମ) ପକ୍ଷରୁ ତ୍ରିରଙ୍ଗା ଯାତ୍ରା

4

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ଞାନେଶ କୁମାର କୁ ଗିରଫ କର, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟି ରେ ସଂସ୍କାର ଆଣ, ଏସ୍ ଆଇ ଆର ପ୍ରକ୍ରିୟା ବାତିଲ କର, ଇଭିଏମ ହଟାଇ ବାଲାଟ ପେପର ଫେରାଇ ଆଣ ଦାବିରେ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ପକ୍ଷରୁ ଚାନ୍ଦବାଲି ଏନ୍ ଏ ସି ଅନ୍ତର୍ଗତ ନୂଆଧାମରା, ପୋଖରୀ ସାହି, ଘି କୋଇଲି ଓ ବିଜୟନଗର ଗ୍ରାମ ପଂଚାୟତ ଅନ୍ତର୍ଗତ ଆମ୍ବିଳିଗାଁ ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିରଙ୍ଗା ଯାତ୍ରାରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଯୁବନେତା ଅଶୋକ ବେହେରା,ଆଲୋକ ସ୍ୱାଇଁ, ବରିଷ୍ଠ ନେତା ଫକୀର ସ୍ୱାଇଁ ପ୍ରମୁଖ ସାମିଲ ହୋଇ ଆମ ଦେଶର ସମ୍ବିଧାନ, ସ୍ୱାଧୀନତା,ଗଣତନ୍ତ୍ରର ସୁରକ୍ଷା ପାଇଁ ଚାନ୍ଦବାଲି ବାସୀ ଏକଜୁଟ ହୋଇ ଆସନ୍ତା ନଭେମ୍ବର ୧ ତାରିଖ ଦିଲ୍ଲୀଚଲୋ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.