Home ଜିଲ୍ଲା ପରିକ୍ରମା ଭୋଟର ତାଲିକାରୁ ନାମ କାଟିବାକୁ ଷଡ଼ଯନ୍ତ୍ର ଅଭିଯୋଗ,ଧାମନଗର ଥାନାରେ ଏତଲା; ଇଓଙ୍କ ନାମରେ ସଙ୍ଗୀନ ଅଭିଯୋଗ

ଭୋଟର ତାଲିକାରୁ ନାମ କାଟିବାକୁ ଷଡ଼ଯନ୍ତ୍ର ଅଭିଯୋଗ,ଧାମନଗର ଥାନାରେ ଏତଲା; ଇଓଙ୍କ ନାମରେ ସଙ୍ଗୀନ ଅଭିଯୋଗ

5

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟର ତାଲିକାରୁ ନାମ ବାଦ୍ ଦେବାକୁ ଜାଲିଆତି ଓ ଷଡ଼ଯନ୍ତ୍ର ହୋଇଥିବା ନେଇ ଧାମନଗର ଥାନାରେ ସଙ୍ଗୀନ ଅଭିଯୋଗ ହୋଇଛି। ଧାମନଗର ଏନ୍‌ଏସିର ୫ ନମ୍ବର ୱାର୍ଡ ନନ୍ଦସାହିର ମିର ମନସୁର ସୋମବାର ସନ୍ଧ୍ୟାରେ ଥାନା ଅଧିକାରୀ ସୁବ୍ରଜିତ ଦାସଙ୍କୁ ସାକ୍ଷାତ କରି ଏନେଇ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ମିର ମନସୁରଙ୍କ ଅଜାଣତରେ ତାଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବା ପାଇଁ ଫର୍ମ ନମ୍ବର–୭ ରେ ଆବେଦନ କରାଯାଇଛି। ସେ ନିଜେ କେବେ ମଧ୍ୟ ଭୋଟର ତାଲିକାରୁ ନାମ କାଟିବା ପାଇଁ କୌଣସି ଆବେଦନ କରିନଥିବା ଦର୍ଶାଇଛନ୍ତି। ମିର ମନସୁରଙ୍କ ଅଭିଯୋଗ ଅନୁସାରେ, ସମ୍ପୃକ୍ତ ବୁଥ୍‌ର ବିଏଲ୍‌ଓଙ୍କ ମୋବାଇଲ୍‌ରୁ ଓଟିପି ନେଇ ତାଙ୍କ ନାମ ବାଦ୍ ଦେବା ସମ୍ପର୍କିତ ଆବେଦନ ସବମିଟ୍ କରାଯାଇଛି। ଏହି ଘଟଣାରେ ଧାମନଗର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ନାମରେ ସେ ଅଭିଯୋଗ ଆଣିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହ ଡିଜିଟାଲ୍ ଫୋରେନ୍ସିକ୍‌, ଓଟିପି ଲଗ୍‌, ୟୁଜର ଆଇଡି, ଆଇପି ଆଡ୍ରେସ୍ ଓ ଆବେଦନ ପାଇଁ ବ୍ୟବହୃତ ଡିଭାଇସ୍‌ର ଯାଂଚ କରାଯିବାକୁ ସେ ଦାବି କରିଛନ୍ତି। ଏହା ଦ୍ୱାରା କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କ ନାମ ବାଦ୍ ଦେବାକୁ ଆବେଦନ କରିଛି, ତାହା ସ୍ପଷ୍ଟ ହୋଇପାରିବ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ହସ୍ତଗତ ହେବା ପରେ ପୁଲିସ ଘଟଣାର କିଭଳି ତଦନ୍ତ କରୁଛି ଏବଂ ଅଭିଯୋଗର ସତ୍ୟାସତ୍ୟ ଯାଂଚ ପରେ କି ପଦକ୍ଷେପ ନେଉଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ଙ୍କ ସହ ଯୋଗା ଯୋଗ କରାଯାଇଥିଲା ସେ ଏବେ ଚିକିତ୍ସିତ ଥିବାରୁ କୌଣସି ଉତର ଦେଇନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.