Home ଜିଲ୍ଲା ପରିକ୍ରମା ତିହିଡି ବିଜ୍ଞାପିତ ଅଂଚଳ ପରିଷଦରେ ସ୍ୱାୟତଶାସନ ଦିବସ ପାଳିତ,ସହରାଂଚଳର ସୁବିଧା ପାଇବେ ବିଜ୍ଞାପିତ ଅଂଚଳବାସୀ :...

ତିହିଡି ବିଜ୍ଞାପିତ ଅଂଚଳ ପରିଷଦରେ ସ୍ୱାୟତଶାସନ ଦିବସ ପାଳିତ,ସହରାଂଚଳର ସୁବିଧା ପାଇବେ ବିଜ୍ଞାପିତ ଅଂଚଳବାସୀ : ଉଚ୍ଚଶିକ୍ଷା ମନ୍ତ୍ରୀ ଉନ୍ନୟନ କାର୍ଯ୍ୟରେ ବିନିଯୋଗ ହେବ ୨କୋଟି ୫୦ଲକ୍ଷ

5

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ କିଛିଦିନ ପୂର୍ବରୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ପାଇ ସାରିଥିଲା। ତେବେ ଅଗଷ୍ଟ ୩୧ତାରିଖ ସୋମବାର ବିଜ୍ଞାପିତ ଅଂଚଳ ପ୍ରଥମ କରି ସ୍ୱାୟତଶାସନ ପାଳନ କରିଛି।ଏହି ପ୍ରଥମ ସ୍ୱାୟତ ଶାସନ ଦିବସରେ ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାଟପଡ଼ା ପଂଚାୟତସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟରେ ପତାକା ଉତୋଳନ କରିଥିବା ବେଳେ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ପରେ ବ୍ଲକ ପରିସରରେଥିବା ନୀଳମଣି ସଭାଗୃହରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସମାରୋହ ସଭାରେ ବିଜ୍ଞାପିତ ପରିଷଦର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଡ଼ିଓ ନିରଞ୍ଜନ ବାରିକ ପୌରହିତ୍ୟ କରିଥିଲେ।ଏଥିରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସୁରଜ ଯୋଗଦେଇ ତିହିଡି ବିଜ୍ଞାପିତ ଅଂଚଳବାସୀ ସହରାଂଚଳର ସୁବିଧା ସଯୋଗ ପାଇବେ ବୋଲି କହିଥିବାବେଳେ ବିଜ୍ଞାପିତ ପରିଷଦର ସାମଗ୍ରିକ ବିକାଶ ପାଇଁ ୨କୋଟି ୫୦ ଲକ୍ଷଟଙ୍କା ବିନିଯୋଗ କରାଯିବ।ବିଜ୍ଞାପିତ ଅଂଚଳର ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଲକ୍ଷ ୪୦ ହଜାରଟଙ୍କା ପ୍ରଦାନ କରାଯିବା ସଙ୍ଗେସଙ୍ଗେ ପାନୀୟ ଜଳ ବ୍ୟବସ୍ଥା,ରାସ୍ତା ଘାଟ ନିର୍ମାଣ ଓ ଅଲୋକୀକରଣ କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ବିଜ୍ଞାପିତ ଅଂଚଳରେ ସଫେଇ କାର୍ଯ୍ୟର ଶୁଭାରମ୍ଭ କରାଇଥିଲା।ସମାରୋହରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ ଦାସ, ଭାଜପା ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ଭାଜପା ଜିଲା ଉପସଭାପତି ଅଜୟ କୁମାର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ବରିଷ୍ଠ ନେତା ଦେବେନ୍ଦ୍ର ପୁହାଣ, ଚିନ୍ତାମଣି ଦାସ,ସୁଧାଂଶୁ ପାଣିଗ୍ରାହୀ, ପ୍ରମୋଦ ଦାସ, ରାଜାରାମ ମହାକୁଡ଼, ଉଷାକାନ୍ତ ନାୟକ, ଉମାକାନ୍ତ ଦାସ,ସୁବାସ ସେଠୀ, ଶରତ ଦାସ, ମଣ୍ଡଳ ସଭାପତି କେଶବ ବେହେରା, ସରୋଜ ନାୟକ, ଅଜୟ ମହାନ୍ତି, ସାଇଶରଣ ବେହେରା, ସରପଂଚ ଶୁଭ୍ର ନାରାୟଣ ସେଠୀ, ଚକ୍ରଧର ଦାସ, ସଞ୍ଜୀବ ବେହେରା, ନିହାରିକା ବିଶ୍ୱାଳ, ପ୍ରଦୀପ ବଳ,ସମିତିସଭ୍ୟ ଦେବେନ୍ଦ୍ର ଦାସ, ମହରମପୁର ପଂଚାୟତ ଶକ୍ତିକେନ୍ଦ୍ର ପ୍ରମୁଖ ମନୋଜ ଦାସ,ପ୍ରଭାରୀ ଆଲୋକ ବିକାଶ ପ୍ରିୟଦର୍ଶୀ, ବିଜେପି ନେତା ସୂର୍ଯ୍ୟ ନାରାୟଣ ଭୋଇ, ରବୀନ୍ଦ୍ର ଶତପଥୀ,ରଣଜିତ ଜେନା,ଭରତ ସାହୁ, ସତ୍ୟାନନ୍ଦ ପାଣିଗ୍ରାହୀ,ସୁଦର୍ଶନ ବିଶ୍ୱାଳ,ଅଶୋକ ରାଉତ,ଯଜ୍ଞ ଦତ ପତି,ଅନାଦି ବାରିକ,ରତିକାନ୍ତ ମହାକୁଡ଼,ଅଭୟ ମଲ୍ଲିକ, ଅମୀୟ ଚାନ୍ଦ ନାୟକ,ଚକ୍ରଧର ନାୟକ,ରତିକାନ୍ତ ଦାସ,ପ୍ରଭାତ ଜେନା,କ୍ଷୀରସିନ୍ଧୁ ବାରିକ,ଜୟନ୍ତ ନାୟକ,ସନାତନ ମିଶ୍ର,ତପୁନୁ ପାଣି, ଗଣେଷ କର,ଜୟଚନ୍ଦ୍ର ବେହେରା,ହରିଶ୍ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏବିଡ଼ିଓ ମୀନକେତନ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, କନିଷ୍ଠଯନ୍ତ୍ରୀ ଭରତ ବିଶ୍ୱାଳ, ଡବ୍ଲୁଇଓ ସୌମ୍ୟା ସୁଚରିତା ମହାନ୍ତି , ଏପିଓ କମିନୀ ଲତା ଓଝା,ବିଏଲସି ସ୍ନିଗ୍ଧା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.