ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସମିତିର ଆବାହକ ସଞ୍ଜୟ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ୨ଦିନ ଧରି ବାରସର ପଞ୍ଚାୟତର ତଳଦପା, ବଙ୍ଗାଳିଦପା, ଚକରାସାହି, ଶ୍ୟାମସୁନ୍ଦରପୁର ପଞ୍ଚାୟତର ଈଶ୍ୱରପୁର, ଇସାଣପୁର ଗ୍ରାମର ବନ୍ୟା ବିପନ୍ନ ଲୋକମାନଙ୍କୁ ୧ ହଜାର ପ୍ୟାକେଟ ଶୁଖିଲା ଖାଦ୍ୟ ଚୁଡା, ଚିନି , ବିସ୍କୁଟ ବଣ୍ଟନ କରିବା ସହ ସେମାନଙ୍କ ଦୁଃଖ ପଚାରି ବୁଝିଥିଲେ। ସମିତି ପକ୍ଷରୁ ଅମୂଲ୍ୟ କୁମାର ତ୍ରିପାଠୀ, ପାର୍ଥସାରଥୀ ନାୟକ, ଜଗତାନନ୍ଦ ମହାପାତ୍ର,କୈଳାସ ରାଉଳ,ପ୍ରଭାତ କୁମାର ରାଉଳ,ନିତ୍ୟାନନ୍ଦ ନାୟକ,ରମାକାନ୍ତ ନାଥ, ମାଗୁଣି ଚରଣ ନାୟକ,ପ୍ରହଲ୍ଲାଦ ବଳ,ଚିତ୍ତରଞ୍ଜନ ବାରିକ, ବୁଦ୍ଧିରାମ ପଣ୍ଡା, ସୁରେନ୍ଦ୍ର ଡାଙ୍ଗୁଆ,ଲକ୍ଷ୍ମୀଧର ବେହେରା, ଜଗବନ୍ଧୁ ମାଝୀ, ଚନ୍ଦନ ମାଝୀ,ନଳିନୀକାନ୍ତ ନାୟକ, ହିମାଂଶ ଭଟ୍ଟାଚାର୍ଯ୍ୟ, ଭାସ୍କର ଚନ୍ଦ୍ର ପଣ୍ଡା, ବିଜୟ ବାରିକ, ବିଜୟ ନାୟକ,ଏଲି ଭଟ୍ଟାଚାର୍ଯ୍ୟ, ସୋନମ ନାୟକ,ମମତା ପାଣି,ବାସନ୍ତୀ ରାଉଳ, ମନୋରମା ସ୍ୱାଇଁ, କଳ୍ପନା ନାୟକ ମଞ୍ଜୁବାଳା ବାରିକ, ପାର୍ବତୀ ଯେନା, ରମାମଣୀ ନାୟକ, ଶିକ୍ଷା ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।







