Home ଜିଲ୍ଲା ପରିକ୍ରମା ଇନଭର୍ଟର ଓ ବ୍ୟାଟେରୀ ଚୋରି ଅଭିଯୋଗରେ ୩ଯୁବକ ଗିରଫ

ଇନଭର୍ଟର ଓ ବ୍ୟାଟେରୀ ଚୋରି ଅଭିଯୋଗରେ ୩ଯୁବକ ଗିରଫ

19

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ପୀରହାଟ ମଝିବଜାରରେ ରହୁଥିବା ଡା.ବଲେଇ ଚନ୍ଦ୍ର ମିଶ୍ରଙ୍କ ଘରୁ ବ୍ୟାଟେରୀ ଓ ଇନଭର୍ଟର ଚୋରି ଅଭିଯୋଗରେ ପୋଲିସ ଶନିବାର ୩ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ଷ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବାମନବିନ୍ଧା ଗ୍ରାମର ପ୍ରଦୀପ ବେହେରା ମଙ୍ଗଳପୁର ଗ୍ରାମର ସୁସନ୍ତା ମହାଳିକ ଓ ଦକ୍ଷିଣ ଦୌଲତପୁର ଗ୍ରାମର ପ୍ରଦ୍ୟୁମ୍ନ ଜେନା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ, ପୀରହାଟ ପୁରୁଣା ଥାନା ନିକଟସ୍ଥ ତଥା ପୀରହାଟ – ଚାରିବାଟିଆ ରାସ୍ତା ପାର୍ଶ୍ୱରେ ରହୁଥିବା ଡାକ୍ତର ମିଶ୍ରଙ୍କ ଘରୁ ଗତ ୨୨ ତାରିଖ ରାତିରେ ଇନଭର୍ଟର ଓ ବ୍ୟାଟେରୀ ଚୋରୀ ହୋଇଥିଲା। ଡା. ମିଶ୍ରଙ୍କ ଏତଲା କ୍ରମେ ପୀରହାଟ ପୋଲିସ ଏକ ମାମଲା (ନଂ ୨୦୩/୨୬) ରୁଜୁକରି ତଦନ୍ତ ଚଳାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.